ରିଷିଡ଼ା,୧୫ା୧୧(ସୁଶାନ୍ତ ମଲ୍ଲିକ): ଜିଲା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପଞ୍ଚାୟତ ସମିତି ସଭ୍ୟ ତଥା ଯୁବନେତା ସିନୁ ବେହେରା ଜିଲା ସାଧାରଣ ସମ୍ପାଦକ ଓ ତ୍ରିଶଙ୍କ ରଣା ଜିଲା ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ସିନୁ ପୂର୍ବରୁ ବଲାଙ୍ଗୀର ଜୋନ ଛାତ୍ର ବିଜେଡିର କର୍ମକର୍ତ୍ତା ଥିଲେ। ସେହିପରି ରଣା ପୂର୍ବରୁ ଯୁବ ବିଜେଡିର ସୋସିଆଲ ମିଡିଆ ସଂଯୋଜକ ଭାବେ ଦାୟିତ୍ୱରେ ଥିଲେ। ଉଭୟେ ଏଥିପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ, ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁ, ଜିଲା ଯୁବ ସଭାପତି ଅବିନାଶ ଠାକୁର, ବିଧାୟିକା ମନୋରମା ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ବ୍ଲକ ଯୁବକର୍ମୀମାନେ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

