ଅସ୍ତ୍ରୋପଚାର ବେଳେ ଛାତିରେ ରହିଛି ଛୁଞ୍ଚି ଯନ୍ତ୍ରଣାରେ ଛଟପଟ ନର୍ସିଂ ଛାତ୍ରୀ

ଫିରିଙ୍ଗିଆ,୨୩ା୬-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନର୍ସିଂ ଛାତ୍ରୀ ନିଜ ଛାତିରେ ହୋଇଥିବା ଟ୍ୟୁମର ଗତ ଜାନୁୟାରୀରେ ଅସ୍ତ୍ରୋପଚାର କରାଇଥିଲେ । ଅସ୍ତ୍ରୋପଚାର ସଫଳ ହେଲା। ହେଲେ କିଛି ଦିନ ପରେ ପୁଣି ଯନ୍ତ୍ରଣା ଆରମ୍ଭ ହେଲା। ଏକ୍ସ-ରେ କରିବାରୁ ଛାତି ଭିତରେ ଏକ ଛୁଞ୍ଚି ରହିଯାଇଥିବା ଜଣାପଡ଼ିଲା । ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ପଢ଼ୁଥିବା ସୁଜାତା ମଲ୍ଲିକଙ୍କ କ୍ଷେତ୍ରରେ ଏଭଳି ଘଟିଛି। ସେ ଏବେ ଘରେ ପଡ଼ି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଅର୍ଥାଭାବରୁ ପୁଣି ଅସ୍ତ୍ରୋପଚାର କରିବା ସମ୍ଭବ ହେଉନାହିଁ । ବ୍ରହ୍ମପୁର ବଡ଼ ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ସମୟ ଦେଇଥିଲେ । ହେଲେ ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ ସାଜିଛି ।
ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ମାଶ୍ରିପଡା ଗ୍ରାମର ସୁଜାତା ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ନର୍ସିଂ କଲେଜର ଏଏନ୍‌ଏମ୍‌ ପ୍ରଥମ ବର୍ଷର ଛାତ୍ରୀ। ଗତ ଅକ୍ଟୋବର ୨୬ରେ ପାଠ୍ୟକ୍ରମରେ ଆଡମିଶନ କରିଥିଲେ । କିଛି ମାସ ଧରି ଛାତିରେ ଯନ୍ତ୍ରଣା ହେଉଥିବାରୁ ସୁଜାତା ପରୀକ୍ଷା ନିରୀକ୍ଷା କରିବା ପରେ ଡାହାଣ ପଟ ଛାତିରେ ଟ୍ୟୁମର ହୋଇଥିବା ଜଣାପଡିଥିଲା । ଜାନୁୟାରୀ ୩ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଅସ୍ତ୍ରୋପଚାର କରାଗଲା। ଯନ୍ତ୍ରଣା ହେବାରୁ ସେହି ମାସ ୬ ତାରିଖରେ ଆଉ ଥରେ ଅସ୍ତ୍ରୋପଚାର ହେଲା। ହେଲେ ଛୁଞ୍ଚି ବାହାରି ପାରିଲା ନାହିଁ। ତାଙ୍କୁ ବ୍ରହ୍ମପୁର ଯିବାକୁ କୁହାଗଲା । ଦୁଇଦିନ ପରେ ସୁଜାତା ବ୍ରହ୍ମପୁର ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ୩/୪ ମାସ ପରେ ଆସିବାକୁ କହିଲେ ।ଅର୍ଥାଭାବରୁ ସୁଜାତା ବ୍ରହ୍ମପୁର ଯାଇ ପାରୁନାହାନ୍ତି। ପରିବାର କହିଲେ ବାପା, ବୋଉ । ସେମାନେ ପରିଣତ ବୟସରେ ।ଘର ଚଳିବା ବି କଷ୍ଟ ହେଉଛି । ଏପଟେ ପଢ଼ିବା ପାଇଁ ହଷ୍ଟେଲରେ ଟଙ୍କା ଜମା କରିବାକୁ ପଡୁଛି । ସରକାରୀ ସାହାଯ୍ୟ ନ ପାଇଲେ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ସୁଜାତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରୀ: ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ୱାରା ମେଗା ଚାରାରୋପଣ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କୋ ୟୁନିଟ ଏବଂ ମହିଳା ଶାଖା ପକ୍ଷରୁ ମଙ୍ଗଳବାର କଲେଜ ପରିସରରେ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri