ଅସହିଷ୍ଣୁ ବିଚାର

ସ୍ଲାଭୋଜ ଜିଜେକ୍‌

ଚଳିତ ମାସର ପ୍ରାରମ୍ଭରେ ସିଏନ୍‌ଏନ୍‌ ପ୍ରକାଶ କରିଥିଲା ଯେ, ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜେଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରିବା ଆଦେଶ ବିରୋଧରେ ଅପିଲ କରିବା ପାଇଁ କୋର୍ଟ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଆସାଞ୍ଜେ ଆମେରିକାରେ ଏସ୍ପିଓନେଜ୍‌ ଆକ୍ଟରେ ଅପରାଧ ଅଭିଯୋଗର ସାମ୍ନା କରୁଛନ୍ତି। ଅବଶ୍ୟ ଆସାଞ୍ଜେଙ୍କ ଲିଗାଲ ଟିମ୍‌ ଲଗାତର ଏହାର ବିକଳ୍ପର ସନ୍ଧାନରେ ରହିଥିଲେ ମଧ୍ୟ ସେ ଅକଳରେ ରହିଛନ୍ତି। ଏବେ ତାଙ୍କ ପାଇଁ ସମୟ ଅନୁକୂଳ ନାହିଁ। ଆମେରିକା ଏବଂ ବ୍ରିଟେନ୍‌ ଅଧିକାରୀମାନେ ଅସାଙ୍ଗେଙ୍କ ପିଛା କରୁଥିଲେ ବି ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ , କୃତ୍ରିମ ବୁଦ୍ଧିମତ୍ତାର ଆବେଗ ଏବଂ ଅନ୍ୟ ବୈଶ୍ୱିକ ସମସ୍ୟା ହ୍ରାସ କରିବାକୁ ତାଙ୍କର ଆବଶ୍ୟକତା ରହିବ। କିନ୍ତୁ ଯଦି ଆମେ ଏହି ସବୁ ଆହ୍ବାନକୁ ନିୟନ୍ତ୍ରଣ କରିବାକୁ ଚାହିଁବା ତେବେ ଆମକୁ ଆସାଙ୍ଗେ ହିଁ ଦରକାର ପଡ଼ିବେ। କିଏ ବା ଅଛି ସବୁ ନିର୍ଯାତନା ଏବଂ ଦୁଃଖଦାୟୀ ସତ୍ୟକୁ ସାମ୍ନାକୁ ଆଣିବ? ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ଯୁଦ୍ଧ ଅପରାଧ ହେଉ କିମ୍ବା ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ କିଶେରୀମାନଙ୍କ ପାଇଁ କ’ଣ କରୁଛନ୍ତି ସେ ସମ୍ପର୍କରେ ମିଳିଥିବା ଆଭ୍ୟନ୍ତରୀଣ ନିଷ୍କର୍ଷକୁ ଗୁପ୍ତ ରଖିବାକୁ ଚାହଁିବେ । ନିକଟରେ ରୁଷିଆରେ ହୋଇଥିବା ଅଳ୍ପ କ୍ଷମତା ବିଶିଷ୍ଟ ଡ୍ରୋନ୍‌ ଆକ୍ରମଣର ଉଦାହରଣ ନିଆଯାଉ। ୟୁକ୍ରେନ୍‌ ସରକାର ଏଥିରେ ଜଡ଼ିତ ନ ଥିବା କହୁଥିବାବେଳେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ତତ୍‌କ୍ଷଣାତ ତାହାକୁ ଏକ ସନ୍ତ୍ରାସବାଦ କାର୍ଯ୍ୟକଳାପ ବୋଲି ଘୋଷଣା କରିଥିଲେ। କେତେଜଣ ପାଶ୍ଚାତ୍ୟ ପର୍ଯ୍ୟବେକ୍ଷକ ଅଭିଯୋଗ କଲେ ଯେ, ୟୁକ୍ରେନୀୟମାନେ ଯୁଦ୍ଧକୁ ବହୁଆଗକୁ ନେଇପାରିଛନ୍ତି। କିନ୍ତୁ ବାସ୍ତବରେ କ’ଣ ଘଟିଥିଲା? ପ୍ରକୃତ କଥା ହେଉଛି, ଘଟଣାଗୁଡ଼ିକ ଯୁଦ୍ଧର ବିପଜ୍ଜନକ ବାଦଲ ଭିତରେ ଘଟିଯାଉଛି ତାହା ଆମେ ଜାଣିପାରୁନାହଁୁ।
ଏଠାରେ ଜଣେ ବର୍ଟୋଲ୍ଡ ବ୍ରିକେଟଙ୍କ ଦି ଥ୍ରିପେନି ଅପେରାର ଶେଷ ପଂକ୍ତି ମନେପଡେ। ସେ ଉଲ୍ଲେଖ କରିଛନ୍ତି ଯେ, କେତେଜଣ ଅନ୍ଧାରରେ ଅଛନ୍ତି, କେତେଜଣ ଆଲୋକରେ ଅଛନ୍ତି; କିନ୍ତୁ ତୁମେ କେବଳ ଆଲୋକରେ ଥିବା ଲୋକଙ୍କୁ ଦେଖିପାରିବ, ଯେଉଁମାନେ ଅନ୍ଧାରରେ ଅଛନ୍ତି ତାଙ୍କୁ ଦେଖିପାରିବ ନାହିଁ। ଏବକାର ଗଣମାଧ୍ୟମ ଯୁଗକୁ କେତେ ଭଲ ବୋଲି କୁହାଯିବ? ମୁଖ୍ୟଧାରା ଗଣମାଧ୍ୟମର ସବୁ ଖବର ୟୁକ୍ରେନ ସମ୍ପର୍କରେ ଥିବାବେଳେ ସାମ୍ବାଦିକ ଅଞ୍ଜନ ସୁନ୍ଦରମ୍‌ ଉଲ୍ଲେଖ କରିଛନ୍ତି ଯେ, ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ, ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ କଙ୍ଗୋ ଏବଂ ଅନ୍ୟଠାରେ ଘଟୁଥିବା ଭୟଙ୍କର ଯୁଦ୍ଧ ସମ୍ପର୍କରେ ପ୍ରାୟତଃ କେହି ଧ୍ୟାନ ଦେଉନାହାନ୍ତି। ଏହି ଅସମାନତା ଓ ପକ୍ଷପାତିତାର ମାନେ ନୁହେଁ ଯେ ୟୁକ୍ରେନ୍‌ ପାଇଁ ଆମର ପୂର୍ଣ୍ଣ ସମର୍ଥନ ତୁଳନାରେ ଅନ୍ୟକୁ କମ୍‌ ଗୁରୁତ୍ୱ ଦେବା । କିନ୍ତୁ ସେହି ସମର୍ଥନକୁ ଆମେ କିଭଳି ଗଢିବା ଓ ପ୍ରକାଶ କରିବା ତାହା ଚିନ୍ତା କରିବାକୁ ଗଣମାଧ୍ୟମ ଆମକୁ ବାଧ୍ୟ କରିଛି। ଏଭଳି ବିଷୟଗୁଡ଼ିକ ୟୁରୋପରେ ଘଟିବା ଉଚିତ ନୁହେଁ କିମ୍ବା ଆମେ ପାଶ୍ଚାତ୍ୟ ସଭ୍ୟତାକୁ ରକ୍ଷା କରୁଥିବା କାରଣରୁ ୟୁକ୍ରେନ୍‌ ସହାୟତାର ପାତ୍ର ବୋଲି ବିଚାର କରିବା ଠିକ୍‌ ନୁହେଁ। ଏଭଳି ବିଚାରକୁ ଅସ୍ବୀକାର କରିବା ଉଚିତ। ପାଶ୍ଚାତ୍ୟ ସଭ୍ୟତା ଏହାର ସୀମା ବାହାରେ ଘଟୁଥିବା କ୍ରୂରତା ଓ ଭୟାବହତାକୁ କେବଳ ଅଣଦେଖା କରୁନାହଁି ବରଂ ବହୁ ସମୟରେ ସେଗୁଡ଼ିକରେ ଜଡ଼ିତ ହେଉଛି। ୟୁକ୍ରେନ୍‌ ଆକ୍ରମଣ ସହ ବିଶ୍ୱର ଅନ୍ୟ ସବୁଆଡେ ସବୁବେଳେ କ’ଣ ସବୁ ଘଟିଆସୁଛି ତାହାର ସ୍ବାଦ ଚାଖିସାରିଛୁ ବୋଲି ୟୁରୋପୀୟ ଓ ପାଶ୍ଚାତ୍ୟବାସୀ ସ୍ବୀକାର କରିବା ଦରକାର। କିନ୍ତୁ ଏସବୁ ଆମ ଚିନ୍ତା ବାହାରେ। ଆମେ କ’ଣ ଜାଣି ନାହଁୁ , ଆମେ କ’ଣ ଜାଣିବାକୁ ଚାହଁୁ ନାହଁୁ ଏବଂ ଆମେ ଜାଣିଲେ ବି ତା’ପ୍ରତି କାହିଁକି ଯନତ୍ଶୀଳ ହେବାକୁ ଚାହଁୁନାହଁୁ, ତାହା ଉପରେ ବିଚାର କରିବାକୁ ଯୁଦ୍ଧ ବାଧ୍ୟ କରିଛି। ଏସବୁର ହିସାବ କରିବା ଲାଗି ଆମେ ଆସାଙ୍ଗେଙ୍କ ଭଳି ବ୍ୟକ୍ତି ଚାହଁୁ, ଯାହା ଫଳରେ ଅନ୍ଧକାରରେ ଥିବା ବ୍ୟକ୍ତିଙ୍କୁ ଆମେ ଦେଖିପାରିବା।
ଉଦାରବାଦୀ ପାଶ୍ଚାତ୍ୟକୁ ଅତ୍ୟଧିକ ଗୁରୁତ୍ୱ ଦେବା ଏବଂ ରୁଷିଆ ଓ ଚାଇନାରେ ଘଟୁଥିବା ବଡ଼ ଧରଣର ଅନ୍ୟାୟକୁ ଅଣଦେଖା କରିବାକୁ ନେଇ ଯେ କେହି ଆସାଙ୍ଗେଙ୍କୁ ସମାଲୋଚନା କରିପାରନ୍ତି। କିନ୍ତୁ ସେସବୁ ଅନ୍ୟାୟଗୁଡ଼ିକ ମିଡିଆରେ ସ୍ପଷ୍ଟ ହୋଇସାରିଲାଣି ଓ ଆମେ ସେ ବିଷୟରେ ସବୁବେଳେ ପଢୁଛୁ। ଏକ ଦୋମୁହଁା ନୀତି ପାଇଁ ଆସାଞ୍ଜେ ଯଦି ଦୋଷୀ ତେବେ ପାଶ୍ଚାତ୍ୟବାସୀ ବି ସେହିଭଳି ଦୋଷୀ, ଯେଉଁମାନେ ସାଉଦି ଆରବ ପ୍ରତି ଆଖି ବନ୍ଦ କରିଦେଇଥିବାବେଳେ ଇରାନକୁ ଦାୟୀ କରୁଛନ୍ତି। ବାଇବେଲର ଦ୍ୱତୀୟ ଭାଗରେ ମାଥ୍ୟୁଙ୍କ ଜୀବନ ଉପଦେଶ ସମ୍ପର୍କିତ ୭ମ ଅଧ୍ୟାୟର ତୃତୀୟ ବାଣୀ କହେ, ଆଉ କାହିଁକି ତୁମେ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଛ , କିନ୍ତୁ ତୁମ ନିଜ ଆଖିରେ କଡ଼ିକାଠ ଅଛି, ତାହା ଭାବି ଦେଖୁନାହଁ। ଆସାଞ୍ଜେ ଆମକୁ ଶିକ୍ଷା ଦେଇଛନ୍ତି ଯେ କେବଳ ନିଜ ଆଖିର କୁଟାଟିକକୁ ନୁହେଁ, ବରଂ ତୁମ ଆଖିରେ ଥିବା କୁଟାଟିକକ ଏବଂ ତୁମ ଶତ୍ରୁର ଅଖିରେ ଥିବା କଡ଼ିକାଠ ମଧ୍ୟରେ ଥିବା ଲୁକ୍କାୟିତ ସମ୍ପର୍କକୁ ଜାଣିବା ଦରକାର। ତାଙ୍କ ଦୃଷ୍ଟିକୋଣ ଆମ ମିଡିଆ ଓ ରାଜନୀତିକୁ ଶେଷ କରିଦେଇଥିବା ଅନେକ ବୃହତ୍‌ ସଂଘର୍ଷରୁ ଏକ ନୂଆ ପ୍ରକାର ସଂଘର୍ଷକୁ ଦେଖିବାକୁ ଅନୁମତି ଦେଇଛି।
ଲୋକଙ୍କ ଭାବନାକୁ ନେଇ ଚାଲୁଥିବା ଏବଂ ନୂଆ କରି ଉଭା ହୋଇଥିବା ଦକ୍ଷିଣପନ୍ଥୀ (ନ୍ୟୁ ପପୁଲିଷ୍ଟ ରାଇଟ)ଓ ଜାଗ୍ରତ ବାମପନ୍ଥୀ (ଓ୍ବକ୍‌ ଲେଫ୍ଟ)ଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷକୁ ବିଚାର କରାଯାଉ। ମେ ଶେଷ ଆଡକୁ ଉତାର ଡାଭିସ ସ୍କୁଲ ଡିଷ୍ଟ୍ରିକ୍ଟ ତାହାର ପ୍ରାଥମିକ ଓ ନିମ୍ନ ମାଧ୍ୟମିକ ସ୍କୁଲଗୁଡ଼ିକରୁ ବାଇବେଲକୁ ହଟାଇଦେଲା। ନୂଆ କରି ସଂଜ୍ଞାନିରୂପଣ କରାଯାଇଥିବା ବାଇବେଲର ଅଶ୍ଳୀଳତା ଯୋଗୁ ଛୋଟ ପିଲାଙ୍କ ପାଇଁ ଏହାର କୌଣସି ଗଭୀର ମୂଲ୍ୟ ନାହିଁ ବୋଲି ଜଣେ ଅଭିଭାବକ ଅଭିଯୋଗ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ବାଇବେଲର ଅଶ୍ଳୀଳତାକୁ ନେଇ ପ୍ରକାଶିତ ଏକ ପୁସ୍ତକକୁ ଗତ ବର୍ଷ ନିଷେଧ କରାଯାଇଥିଲା। ଏହି ଘଟଣା କ’ଣ ଖ୍ରୀଷ୍ଟିଆନଙ୍କ ବିରୋଧରେ ଏକ ସାଂସ୍କୃତିକ ଯୁଦ୍ଧ କି? ଅନ୍ୟ ପଟେ ଡିଷ୍ଟ୍ରିକ୍ଟ ନିକଟ ଆଇନର ସମ୍ଭାବ୍ୟ ଉଲ୍ଲଂଘନ ପାଇଁ ବୁକ ଅଫ୍‌ ମର୍ମନ (ଯିଶୁଙ୍କର ଅନ୍ୟ ଏକ ବାଇବେଲ)କୁ ସମୀକ୍ଷା କରିବା ପାଇଁ ମଧ୍ୟ ଅନୁରୋଧ ଆସିଛି ଓ ଡିଷ୍ଟ୍ରିକ୍ଟ ତାହା ଗ୍ରହଣ କରିଛି। ଏଣୁ ଏହି ଦାବି ପଛରେ କିଏ ଅଛନ୍ତି? ଏହା କ’ଣ ସେହି ଜାଗ୍ରତ ବାମପନ୍ଥୀ ଯିଏ ଜାତି ଓ ଏଲଜିବିଟି ବିଷୟକୁ ନେଇ ଲଗାଯାଇଥିବା ପ୍ରତିବନ୍ଧକ ପାଇଁ ପ୍ରତିଶୋଧ ଚାହଁୁଛନ୍ତି କି। ସେ ଯାହା ହେଉନା କାହିଁକି, ଶେଷରେ ଏହି ଉଭୟ ଦକ୍ଷିଣପନ୍ଥୀ ଓ ବାମପନ୍ଥୀ ସମାନ ଅସହିଷ୍ଣୁତାର ବିଚାର ବା ସିଦ୍ଧାନ୍ତକୁ ଆପଣାଇନେଇଛନ୍ତି। ସେମାନଙ୍କର ସବୁ ସିଦ୍ଧାନ୍ତଗତ ଶତ୍ରୁତା ଥିଲେ ବି ସେମାନେ ଯୋଡ଼ି ହୋଇ ରହିଛନ୍ତି। ଜାଗ୍ରତ ବାମପନ୍ଥୀ ତା’ନିଜ ରାଜନୈତିକ ମୂଳାଧାରକୁ ଖଣ୍ଡବିଖଣ୍ଡିତ କରିବାକୁ ଚାହଁୁଥିବାବେଳେ, ଦକ୍ଷିଣପନ୍ଥୀ ଶେଷରେ ତା’ ମୌଳିକ ପୁସ୍ତକରେ ସମାହିତ ଅଶ୍ଳୀଳତା ଉପରେ ପ୍ରଶ୍ନ କରିବାକୁ ସାହସ ଜୁଟାଇଛି।
କଠୋର ସତ୍ୟ ହେଉଛି ସ୍ବ ସମାଲୋଚନାର ପାଶ୍ଚାତ୍ୟ ଗଣତାନ୍ତ୍ରିକ ପରମ୍ପରା ଅସଙ୍ଗତି ଆଡକୁ ଗତିକରିଛି ଓ ନିଜ ଧ୍ୱଂସର ମଞ୍ଜି ବୁଣୁଛି। ପାଶ୍ଚାତ୍ୟ ଗଣତାନ୍ତ୍ରକ ଦେଶଗୁଡ଼କ ପାଇଁ ଆସାଞ୍ଜେ ଏବଂ ସେ ପ୍ରତିପାଦିତ କରୁଥିବା ସ୍ବଚ୍ଛତା ବଡ଼ ବିପଦ ନୁହେଁ, ବରଂ ଏହା ବଦଳରେ ନକାରାମତ୍କବାଦ ଓ ସ୍ବାର୍ଥବାଦ ତଥା ଦୋଷଦର୍ଷିତାବାଦ ସେମାନଙ୍କ ରାଜନୀତିର ଚରିତ୍ର ପାଲଟିଯାଇଛି।
ପ୍ରାଧ୍ୟାପକ. ଦର୍ଶନ ଶାସ୍ତ୍ର, ୟୁରୋପିଆନ ଗ୍ରାଜୁଏଟ ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri