ଅସହିଷ୍ଣୁ ବିଚାର

ସ୍ଲାଭୋଜ ଜିଜେକ୍‌

ଚଳିତ ମାସର ପ୍ରାରମ୍ଭରେ ସିଏନ୍‌ଏନ୍‌ ପ୍ରକାଶ କରିଥିଲା ଯେ, ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସାଞ୍ଜେଙ୍କୁ ଆମେରିକାକୁ ପ୍ରତ୍ୟର୍ପଣ କରିବା ଆଦେଶ ବିରୋଧରେ ଅପିଲ କରିବା ପାଇଁ କୋର୍ଟ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଆସାଞ୍ଜେ ଆମେରିକାରେ ଏସ୍ପିଓନେଜ୍‌ ଆକ୍ଟରେ ଅପରାଧ ଅଭିଯୋଗର ସାମ୍ନା କରୁଛନ୍ତି। ଅବଶ୍ୟ ଆସାଞ୍ଜେଙ୍କ ଲିଗାଲ ଟିମ୍‌ ଲଗାତର ଏହାର ବିକଳ୍ପର ସନ୍ଧାନରେ ରହିଥିଲେ ମଧ୍ୟ ସେ ଅକଳରେ ରହିଛନ୍ତି। ଏବେ ତାଙ୍କ ପାଇଁ ସମୟ ଅନୁକୂଳ ନାହିଁ। ଆମେରିକା ଏବଂ ବ୍ରିଟେନ୍‌ ଅଧିକାରୀମାନେ ଅସାଙ୍ଗେଙ୍କ ପିଛା କରୁଥିଲେ ବି ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ , କୃତ୍ରିମ ବୁଦ୍ଧିମତ୍ତାର ଆବେଗ ଏବଂ ଅନ୍ୟ ବୈଶ୍ୱିକ ସମସ୍ୟା ହ୍ରାସ କରିବାକୁ ତାଙ୍କର ଆବଶ୍ୟକତା ରହିବ। କିନ୍ତୁ ଯଦି ଆମେ ଏହି ସବୁ ଆହ୍ବାନକୁ ନିୟନ୍ତ୍ରଣ କରିବାକୁ ଚାହିଁବା ତେବେ ଆମକୁ ଆସାଙ୍ଗେ ହିଁ ଦରକାର ପଡ଼ିବେ। କିଏ ବା ଅଛି ସବୁ ନିର୍ଯାତନା ଏବଂ ଦୁଃଖଦାୟୀ ସତ୍ୟକୁ ସାମ୍ନାକୁ ଆଣିବ? ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ଯୁଦ୍ଧ ଅପରାଧ ହେଉ କିମ୍ବା ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକ କିଶେରୀମାନଙ୍କ ପାଇଁ କ’ଣ କରୁଛନ୍ତି ସେ ସମ୍ପର୍କରେ ମିଳିଥିବା ଆଭ୍ୟନ୍ତରୀଣ ନିଷ୍କର୍ଷକୁ ଗୁପ୍ତ ରଖିବାକୁ ଚାହଁିବେ । ନିକଟରେ ରୁଷିଆରେ ହୋଇଥିବା ଅଳ୍ପ କ୍ଷମତା ବିଶିଷ୍ଟ ଡ୍ରୋନ୍‌ ଆକ୍ରମଣର ଉଦାହରଣ ନିଆଯାଉ। ୟୁକ୍ରେନ୍‌ ସରକାର ଏଥିରେ ଜଡ଼ିତ ନ ଥିବା କହୁଥିବାବେଳେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ତତ୍‌କ୍ଷଣାତ ତାହାକୁ ଏକ ସନ୍ତ୍ରାସବାଦ କାର୍ଯ୍ୟକଳାପ ବୋଲି ଘୋଷଣା କରିଥିଲେ। କେତେଜଣ ପାଶ୍ଚାତ୍ୟ ପର୍ଯ୍ୟବେକ୍ଷକ ଅଭିଯୋଗ କଲେ ଯେ, ୟୁକ୍ରେନୀୟମାନେ ଯୁଦ୍ଧକୁ ବହୁଆଗକୁ ନେଇପାରିଛନ୍ତି। କିନ୍ତୁ ବାସ୍ତବରେ କ’ଣ ଘଟିଥିଲା? ପ୍ରକୃତ କଥା ହେଉଛି, ଘଟଣାଗୁଡ଼ିକ ଯୁଦ୍ଧର ବିପଜ୍ଜନକ ବାଦଲ ଭିତରେ ଘଟିଯାଉଛି ତାହା ଆମେ ଜାଣିପାରୁନାହଁୁ।
ଏଠାରେ ଜଣେ ବର୍ଟୋଲ୍ଡ ବ୍ରିକେଟଙ୍କ ଦି ଥ୍ରିପେନି ଅପେରାର ଶେଷ ପଂକ୍ତି ମନେପଡେ। ସେ ଉଲ୍ଲେଖ କରିଛନ୍ତି ଯେ, କେତେଜଣ ଅନ୍ଧାରରେ ଅଛନ୍ତି, କେତେଜଣ ଆଲୋକରେ ଅଛନ୍ତି; କିନ୍ତୁ ତୁମେ କେବଳ ଆଲୋକରେ ଥିବା ଲୋକଙ୍କୁ ଦେଖିପାରିବ, ଯେଉଁମାନେ ଅନ୍ଧାରରେ ଅଛନ୍ତି ତାଙ୍କୁ ଦେଖିପାରିବ ନାହିଁ। ଏବକାର ଗଣମାଧ୍ୟମ ଯୁଗକୁ କେତେ ଭଲ ବୋଲି କୁହାଯିବ? ମୁଖ୍ୟଧାରା ଗଣମାଧ୍ୟମର ସବୁ ଖବର ୟୁକ୍ରେନ ସମ୍ପର୍କରେ ଥିବାବେଳେ ସାମ୍ବାଦିକ ଅଞ୍ଜନ ସୁନ୍ଦରମ୍‌ ଉଲ୍ଲେଖ କରିଛନ୍ତି ଯେ, ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ, ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ କଙ୍ଗୋ ଏବଂ ଅନ୍ୟଠାରେ ଘଟୁଥିବା ଭୟଙ୍କର ଯୁଦ୍ଧ ସମ୍ପର୍କରେ ପ୍ରାୟତଃ କେହି ଧ୍ୟାନ ଦେଉନାହାନ୍ତି। ଏହି ଅସମାନତା ଓ ପକ୍ଷପାତିତାର ମାନେ ନୁହେଁ ଯେ ୟୁକ୍ରେନ୍‌ ପାଇଁ ଆମର ପୂର୍ଣ୍ଣ ସମର୍ଥନ ତୁଳନାରେ ଅନ୍ୟକୁ କମ୍‌ ଗୁରୁତ୍ୱ ଦେବା । କିନ୍ତୁ ସେହି ସମର୍ଥନକୁ ଆମେ କିଭଳି ଗଢିବା ଓ ପ୍ରକାଶ କରିବା ତାହା ଚିନ୍ତା କରିବାକୁ ଗଣମାଧ୍ୟମ ଆମକୁ ବାଧ୍ୟ କରିଛି। ଏଭଳି ବିଷୟଗୁଡ଼ିକ ୟୁରୋପରେ ଘଟିବା ଉଚିତ ନୁହେଁ କିମ୍ବା ଆମେ ପାଶ୍ଚାତ୍ୟ ସଭ୍ୟତାକୁ ରକ୍ଷା କରୁଥିବା କାରଣରୁ ୟୁକ୍ରେନ୍‌ ସହାୟତାର ପାତ୍ର ବୋଲି ବିଚାର କରିବା ଠିକ୍‌ ନୁହେଁ। ଏଭଳି ବିଚାରକୁ ଅସ୍ବୀକାର କରିବା ଉଚିତ। ପାଶ୍ଚାତ୍ୟ ସଭ୍ୟତା ଏହାର ସୀମା ବାହାରେ ଘଟୁଥିବା କ୍ରୂରତା ଓ ଭୟାବହତାକୁ କେବଳ ଅଣଦେଖା କରୁନାହଁି ବରଂ ବହୁ ସମୟରେ ସେଗୁଡ଼ିକରେ ଜଡ଼ିତ ହେଉଛି। ୟୁକ୍ରେନ୍‌ ଆକ୍ରମଣ ସହ ବିଶ୍ୱର ଅନ୍ୟ ସବୁଆଡେ ସବୁବେଳେ କ’ଣ ସବୁ ଘଟିଆସୁଛି ତାହାର ସ୍ବାଦ ଚାଖିସାରିଛୁ ବୋଲି ୟୁରୋପୀୟ ଓ ପାଶ୍ଚାତ୍ୟବାସୀ ସ୍ବୀକାର କରିବା ଦରକାର। କିନ୍ତୁ ଏସବୁ ଆମ ଚିନ୍ତା ବାହାରେ। ଆମେ କ’ଣ ଜାଣି ନାହଁୁ , ଆମେ କ’ଣ ଜାଣିବାକୁ ଚାହଁୁ ନାହଁୁ ଏବଂ ଆମେ ଜାଣିଲେ ବି ତା’ପ୍ରତି କାହିଁକି ଯନତ୍ଶୀଳ ହେବାକୁ ଚାହଁୁନାହଁୁ, ତାହା ଉପରେ ବିଚାର କରିବାକୁ ଯୁଦ୍ଧ ବାଧ୍ୟ କରିଛି। ଏସବୁର ହିସାବ କରିବା ଲାଗି ଆମେ ଆସାଙ୍ଗେଙ୍କ ଭଳି ବ୍ୟକ୍ତି ଚାହଁୁ, ଯାହା ଫଳରେ ଅନ୍ଧକାରରେ ଥିବା ବ୍ୟକ୍ତିଙ୍କୁ ଆମେ ଦେଖିପାରିବା।
ଉଦାରବାଦୀ ପାଶ୍ଚାତ୍ୟକୁ ଅତ୍ୟଧିକ ଗୁରୁତ୍ୱ ଦେବା ଏବଂ ରୁଷିଆ ଓ ଚାଇନାରେ ଘଟୁଥିବା ବଡ଼ ଧରଣର ଅନ୍ୟାୟକୁ ଅଣଦେଖା କରିବାକୁ ନେଇ ଯେ କେହି ଆସାଙ୍ଗେଙ୍କୁ ସମାଲୋଚନା କରିପାରନ୍ତି। କିନ୍ତୁ ସେସବୁ ଅନ୍ୟାୟଗୁଡ଼ିକ ମିଡିଆରେ ସ୍ପଷ୍ଟ ହୋଇସାରିଲାଣି ଓ ଆମେ ସେ ବିଷୟରେ ସବୁବେଳେ ପଢୁଛୁ। ଏକ ଦୋମୁହଁା ନୀତି ପାଇଁ ଆସାଞ୍ଜେ ଯଦି ଦୋଷୀ ତେବେ ପାଶ୍ଚାତ୍ୟବାସୀ ବି ସେହିଭଳି ଦୋଷୀ, ଯେଉଁମାନେ ସାଉଦି ଆରବ ପ୍ରତି ଆଖି ବନ୍ଦ କରିଦେଇଥିବାବେଳେ ଇରାନକୁ ଦାୟୀ କରୁଛନ୍ତି। ବାଇବେଲର ଦ୍ୱତୀୟ ଭାଗରେ ମାଥ୍ୟୁଙ୍କ ଜୀବନ ଉପଦେଶ ସମ୍ପର୍କିତ ୭ମ ଅଧ୍ୟାୟର ତୃତୀୟ ବାଣୀ କହେ, ଆଉ କାହିଁକି ତୁମେ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଛ , କିନ୍ତୁ ତୁମ ନିଜ ଆଖିରେ କଡ଼ିକାଠ ଅଛି, ତାହା ଭାବି ଦେଖୁନାହଁ। ଆସାଞ୍ଜେ ଆମକୁ ଶିକ୍ଷା ଦେଇଛନ୍ତି ଯେ କେବଳ ନିଜ ଆଖିର କୁଟାଟିକକୁ ନୁହେଁ, ବରଂ ତୁମ ଆଖିରେ ଥିବା କୁଟାଟିକକ ଏବଂ ତୁମ ଶତ୍ରୁର ଅଖିରେ ଥିବା କଡ଼ିକାଠ ମଧ୍ୟରେ ଥିବା ଲୁକ୍କାୟିତ ସମ୍ପର୍କକୁ ଜାଣିବା ଦରକାର। ତାଙ୍କ ଦୃଷ୍ଟିକୋଣ ଆମ ମିଡିଆ ଓ ରାଜନୀତିକୁ ଶେଷ କରିଦେଇଥିବା ଅନେକ ବୃହତ୍‌ ସଂଘର୍ଷରୁ ଏକ ନୂଆ ପ୍ରକାର ସଂଘର୍ଷକୁ ଦେଖିବାକୁ ଅନୁମତି ଦେଇଛି।
ଲୋକଙ୍କ ଭାବନାକୁ ନେଇ ଚାଲୁଥିବା ଏବଂ ନୂଆ କରି ଉଭା ହୋଇଥିବା ଦକ୍ଷିଣପନ୍ଥୀ (ନ୍ୟୁ ପପୁଲିଷ୍ଟ ରାଇଟ)ଓ ଜାଗ୍ରତ ବାମପନ୍ଥୀ (ଓ୍ବକ୍‌ ଲେଫ୍ଟ)ଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷକୁ ବିଚାର କରାଯାଉ। ମେ ଶେଷ ଆଡକୁ ଉତାର ଡାଭିସ ସ୍କୁଲ ଡିଷ୍ଟ୍ରିକ୍ଟ ତାହାର ପ୍ରାଥମିକ ଓ ନିମ୍ନ ମାଧ୍ୟମିକ ସ୍କୁଲଗୁଡ଼ିକରୁ ବାଇବେଲକୁ ହଟାଇଦେଲା। ନୂଆ କରି ସଂଜ୍ଞାନିରୂପଣ କରାଯାଇଥିବା ବାଇବେଲର ଅଶ୍ଳୀଳତା ଯୋଗୁ ଛୋଟ ପିଲାଙ୍କ ପାଇଁ ଏହାର କୌଣସି ଗଭୀର ମୂଲ୍ୟ ନାହିଁ ବୋଲି ଜଣେ ଅଭିଭାବକ ଅଭିଯୋଗ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ବାଇବେଲର ଅଶ୍ଳୀଳତାକୁ ନେଇ ପ୍ରକାଶିତ ଏକ ପୁସ୍ତକକୁ ଗତ ବର୍ଷ ନିଷେଧ କରାଯାଇଥିଲା। ଏହି ଘଟଣା କ’ଣ ଖ୍ରୀଷ୍ଟିଆନଙ୍କ ବିରୋଧରେ ଏକ ସାଂସ୍କୃତିକ ଯୁଦ୍ଧ କି? ଅନ୍ୟ ପଟେ ଡିଷ୍ଟ୍ରିକ୍ଟ ନିକଟ ଆଇନର ସମ୍ଭାବ୍ୟ ଉଲ୍ଲଂଘନ ପାଇଁ ବୁକ ଅଫ୍‌ ମର୍ମନ (ଯିଶୁଙ୍କର ଅନ୍ୟ ଏକ ବାଇବେଲ)କୁ ସମୀକ୍ଷା କରିବା ପାଇଁ ମଧ୍ୟ ଅନୁରୋଧ ଆସିଛି ଓ ଡିଷ୍ଟ୍ରିକ୍ଟ ତାହା ଗ୍ରହଣ କରିଛି। ଏଣୁ ଏହି ଦାବି ପଛରେ କିଏ ଅଛନ୍ତି? ଏହା କ’ଣ ସେହି ଜାଗ୍ରତ ବାମପନ୍ଥୀ ଯିଏ ଜାତି ଓ ଏଲଜିବିଟି ବିଷୟକୁ ନେଇ ଲଗାଯାଇଥିବା ପ୍ରତିବନ୍ଧକ ପାଇଁ ପ୍ରତିଶୋଧ ଚାହଁୁଛନ୍ତି କି। ସେ ଯାହା ହେଉନା କାହିଁକି, ଶେଷରେ ଏହି ଉଭୟ ଦକ୍ଷିଣପନ୍ଥୀ ଓ ବାମପନ୍ଥୀ ସମାନ ଅସହିଷ୍ଣୁତାର ବିଚାର ବା ସିଦ୍ଧାନ୍ତକୁ ଆପଣାଇନେଇଛନ୍ତି। ସେମାନଙ୍କର ସବୁ ସିଦ୍ଧାନ୍ତଗତ ଶତ୍ରୁତା ଥିଲେ ବି ସେମାନେ ଯୋଡ଼ି ହୋଇ ରହିଛନ୍ତି। ଜାଗ୍ରତ ବାମପନ୍ଥୀ ତା’ନିଜ ରାଜନୈତିକ ମୂଳାଧାରକୁ ଖଣ୍ଡବିଖଣ୍ଡିତ କରିବାକୁ ଚାହଁୁଥିବାବେଳେ, ଦକ୍ଷିଣପନ୍ଥୀ ଶେଷରେ ତା’ ମୌଳିକ ପୁସ୍ତକରେ ସମାହିତ ଅଶ୍ଳୀଳତା ଉପରେ ପ୍ରଶ୍ନ କରିବାକୁ ସାହସ ଜୁଟାଇଛି।
କଠୋର ସତ୍ୟ ହେଉଛି ସ୍ବ ସମାଲୋଚନାର ପାଶ୍ଚାତ୍ୟ ଗଣତାନ୍ତ୍ରିକ ପରମ୍ପରା ଅସଙ୍ଗତି ଆଡକୁ ଗତିକରିଛି ଓ ନିଜ ଧ୍ୱଂସର ମଞ୍ଜି ବୁଣୁଛି। ପାଶ୍ଚାତ୍ୟ ଗଣତାନ୍ତ୍ରକ ଦେଶଗୁଡ଼କ ପାଇଁ ଆସାଞ୍ଜେ ଏବଂ ସେ ପ୍ରତିପାଦିତ କରୁଥିବା ସ୍ବଚ୍ଛତା ବଡ଼ ବିପଦ ନୁହେଁ, ବରଂ ଏହା ବଦଳରେ ନକାରାମତ୍କବାଦ ଓ ସ୍ବାର୍ଥବାଦ ତଥା ଦୋଷଦର୍ଷିତାବାଦ ସେମାନଙ୍କ ରାଜନୀତିର ଚରିତ୍ର ପାଲଟିଯାଇଛି।
ପ୍ରାଧ୍ୟାପକ. ଦର୍ଶନ ଶାସ୍ତ୍ର, ୟୁରୋପିଆନ ଗ୍ରାଜୁଏଟ ସ୍କୁଲ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?