ଅସହାୟ ୬ ଅନାଥ ଭଉଣୀ ଭାଇ

ବଡ଼ସାହି,୨୧ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ମୁଖ୍ୟାଳୟଠାରୁ ମାତ୍ର ୫ କି.ମି. ଦୂର ବଳଭଦ୍ରପୁର ଗ୍ରାମରେ ଦୁଇ ପରିବାରର ୬ ଅନାଥ ପିଲା ଏବେ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି। ପରପିଣ୍ଡା ଓ ଗଛମୂଳ ପାଲଟିଛି ସେମାନଙ୍କ ଆଶ୍ରୟ ସ୍ଥଳ ା ଓଳିଏ ଖାଇଲେ ଆର ଓଳି ଉପାସ। ସରକାର ଶିଶୁଙ୍କ ସୁରକ୍ଷା ଓ ଅସହାୟମାନଙ୍କ ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏସବୁ ଯୋଜନା କିଭଳି ଅନାଥ ଶିଶୁଙ୍କ ଲାଗି ଉପହାସ ପାଲଟିଛି, ତାହାର ବାସ୍ତବ ଚିତ୍ର ଏବେ ପଦାକୁ ଆସିଛି।
ବଳଭଦ୍ରପୁରର ଗୋଟିଏ ପରିବାରରେ ମା’ ମମତା ମହାନ୍ତ ମ୍ୟାଲେରିଆ ରୋଗରେ ପୀଡିତ ହୋଇ ୧୦ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ପରିବାରର ଆର୍ଥିକ ଅନଟନ ସ୍ଥିତିକୁ ମୁକାବିଲା କରୁ କରୁ ରୋଗରେ ଆକ୍ରାନ୍ତ ହୋଇ ବାପା ଉମେଶ ମହାନ୍ତ ୫ବର୍ଷ ପୂର୍ବେ ଆଖି ବୁଜିଥିଲେ। ମା’ ବାପାଙ୍କ ମୃତ୍ୟୁପରେ ଦୁଇ ଝିଅ ଦୀପା ଓ ଟିକି, ଦୁଇପୁଅ ଠୁଳିଆ(୧୫) ଓ ବଳିଆ(୧୨) ଅସହାୟ ହୋଇପଡିଥିଲେ। ଦୀପା ସାବାଳିକା ହେବା ପରେ ପାଖ ପଡୋଶୀଙ୍କ ସହାୟତାରେ ବିବାହ କରି ଶାଶୁ ଘରେ ରହୁଛନ୍ତିି। ଦାରିଦ୍ର୍ୟ କଷାଘାତ ଯୋଗୁ ବଡପୁଅ ଠୁଳିଆର ଅଷ୍ଟମ ଶ୍ରେଣୀରୁ ପାଠପଢାରେ ଡୋରି ବନ୍ଧା ହେବାରୁ ସେ ଅନ୍ୟ ଭଉଣୀଭାଇଙ୍କ ପେଟକୁ ଆହାର ଯୋଗାଇବା ଲାଗି ଦାଦନ ଖଟିବାକୁ ଭୁବନେଶ୍ୱର ଚାଲି ଯାଇଛନ୍ତି। ଭଉଣୀ ଟିକି(୧୮) ଏବେ କାମଧନ୍ଦା କରି ସାନଭାଇ ବଳିଆକୁ ଧରି ଭଙ୍ଗା ଘରେ ପଡିରହିଛି ା ଗାଁ ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ବଳିଆ ଓଳିଏ ଖାଇ ଓଳିଏ ଉପାସରେ ରହୁଛନ୍ତି। ଅଷ୍ଟମ ଶ୍ରେଣୀ ପରେ ଦାଦନ ଖଟିବା ଛଡା ଅନ୍ୟ ଚାରା ନାହିଁ ବୋଲି ସେ କହିଛନ୍ତି। ଏହି ଅନାଥ ୩ ଭଉଣୀ ଭାଇଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚି ପାରି ନାହିଁ ା
ଏହି ୱାର୍ଡର ଆଉ ଏକ ପରିବାରର ୩ ଅନାଥ ଶିଶୁ ଅସହାୟ ସ୍ଥିତିରେ ରହିଛନ୍ତି। ପିତା ଲବ ସିଂ(୪୭) ଯକ୍ଷ୍ମା ଓ ମାତା ସମ୍ବାରୀ ସିଂ(୩୯) ଅପପୁଷ୍ଟି ରୋଗରେ ଆରପାରିକୁ ଚାଲିଯିବା ପରେ ଭିନ୍ନକ୍ଷମ ଝିଅ ରୁପା(୧୫), ପୁଅ ରୁହ୍ୟା(୧୦) ଓ ସୁମିତ(୬) ଅସହାୟ ହୋଇପଡିଛନ୍ତି ା ମାନସିକ ଭିନ୍ନକ୍ଷମ ରୁପା ଜନ୍ମରୁ ବଧିର । ତାଙ୍କୁ ଏଯାଏ ମିଳିନି ଭିନ୍ନକ୍ଷମ ପ୍ରମାଣପତ୍ର ା ଏକ ନୁଆଁଣିଆ ଚାଳଛପର ଘର ବାରଣ୍ଡାରେ ଭୋକ ଉପାସରେ ସେ ପଡି ରହୁଛନ୍ତି। ଭଉଣୀଙ୍କ ଏପରି ଅବସ୍ଥା ଦେଖି ଦୁଇ ସାନ ଭାଇ ହତବାକ୍‌ । ଏହି ଶିଶୁମାନଙ୍କ ମୁହଁରେ ଦାନା ଦେବା ଲାଗି ମାମୁ ଜଗନ ସିଂ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଛନ୍ତି। ଆଈ ଅଜା ନ ଥିବାରୁ ମାଉସୀ କୁନି ସିଂ ଶାଶୁଘର ଛାଡି ପିଲାଙ୍କ ଦେଖାଶୁଣା କରୁଛନ୍ତି। ଏବେ ପ୍ରଶାସନ ସହାୟତାରେ ରୁହ୍ୟା ଓ ସୁମିତ ଧାନପୋତା ପ୍ରାଥମିକ ସ୍କୁଲ ଛାତ୍ରାବାସରେ ରହି ପାଠ ପଢୁଛନ୍ତି ା ଖରାଛୁଟି ବା ପୂଜା ଛୁଟିରେ ହଷ୍ଟେଲ ବନ୍ଦ ହେଲେ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ଆଣି ଘରେ ଛାଡି ଦେଇ କତ୍ତର୍ର୍ବ୍ୟ ସାରି ଦେଉଛନ୍ତି । ଦେହ ଖରାପ ହେଲେ ପିଲାମାନେ ପାଖପଡିଶାଙ୍କ ସହାୟତାରେ କ୍ୱାକ୍‌ଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି ା ରାଶନ କାର୍ଡ ମିଳିଥିଲେ ବି ଚାଉଳ କିଣିବା ପାଇଁ ଟଙ୍କା ଦେବାକୁ ସେମାନଙ୍କ ସାମର୍ଥ୍ୟ ନାହିଁ । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ସେମାନଙ୍କ ପାଇଁ ସାତ ସପନ । ସରକାର ଗରିବ ଓ ଅସହାୟଙ୍କ ଲାଗି ବିଭିନ୍ନ ଯୋଜନା କରୁଥିବା ବେଳେ ଅଧିକାରୀମାନେ ତଳସ୍ତରରେ ଏହାକୁ କିପରି କାର୍ଯ୍ୟକାରୀ କରୁଛନ୍ତି ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ା ଗାଁର ଏହି ଅନାଥ ଶିଶୁଙ୍କୁ ତୁରନ୍ତ ଥଇଥାନ କରିିବା ସକାଶେ ଅଞ୍ଚଳବାସୀ ଦାବି କରିଥିବା କହିିଛନ୍ତି ା ଏ ସମ୍ପର୍କରେ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ଯଥାଶୀଘ୍ର ଏହି ଅନାଥ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri