ଅସହାୟ ୬ ଅନାଥ ଭଉଣୀ ଭାଇ

ବଡ଼ସାହି,୨୧ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ମୁଖ୍ୟାଳୟଠାରୁ ମାତ୍ର ୫ କି.ମି. ଦୂର ବଳଭଦ୍ରପୁର ଗ୍ରାମରେ ଦୁଇ ପରିବାରର ୬ ଅନାଥ ପିଲା ଏବେ ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି। ପରପିଣ୍ଡା ଓ ଗଛମୂଳ ପାଲଟିଛି ସେମାନଙ୍କ ଆଶ୍ରୟ ସ୍ଥଳ ା ଓଳିଏ ଖାଇଲେ ଆର ଓଳି ଉପାସ। ସରକାର ଶିଶୁଙ୍କ ସୁରକ୍ଷା ଓ ଅସହାୟମାନଙ୍କ ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏସବୁ ଯୋଜନା କିଭଳି ଅନାଥ ଶିଶୁଙ୍କ ଲାଗି ଉପହାସ ପାଲଟିଛି, ତାହାର ବାସ୍ତବ ଚିତ୍ର ଏବେ ପଦାକୁ ଆସିଛି।
ବଳଭଦ୍ରପୁରର ଗୋଟିଏ ପରିବାରରେ ମା’ ମମତା ମହାନ୍ତ ମ୍ୟାଲେରିଆ ରୋଗରେ ପୀଡିତ ହୋଇ ୧୦ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ପରିବାରର ଆର୍ଥିକ ଅନଟନ ସ୍ଥିତିକୁ ମୁକାବିଲା କରୁ କରୁ ରୋଗରେ ଆକ୍ରାନ୍ତ ହୋଇ ବାପା ଉମେଶ ମହାନ୍ତ ୫ବର୍ଷ ପୂର୍ବେ ଆଖି ବୁଜିଥିଲେ। ମା’ ବାପାଙ୍କ ମୃତ୍ୟୁପରେ ଦୁଇ ଝିଅ ଦୀପା ଓ ଟିକି, ଦୁଇପୁଅ ଠୁଳିଆ(୧୫) ଓ ବଳିଆ(୧୨) ଅସହାୟ ହୋଇପଡିଥିଲେ। ଦୀପା ସାବାଳିକା ହେବା ପରେ ପାଖ ପଡୋଶୀଙ୍କ ସହାୟତାରେ ବିବାହ କରି ଶାଶୁ ଘରେ ରହୁଛନ୍ତିି। ଦାରିଦ୍ର୍ୟ କଷାଘାତ ଯୋଗୁ ବଡପୁଅ ଠୁଳିଆର ଅଷ୍ଟମ ଶ୍ରେଣୀରୁ ପାଠପଢାରେ ଡୋରି ବନ୍ଧା ହେବାରୁ ସେ ଅନ୍ୟ ଭଉଣୀଭାଇଙ୍କ ପେଟକୁ ଆହାର ଯୋଗାଇବା ଲାଗି ଦାଦନ ଖଟିବାକୁ ଭୁବନେଶ୍ୱର ଚାଲି ଯାଇଛନ୍ତି। ଭଉଣୀ ଟିକି(୧୮) ଏବେ କାମଧନ୍ଦା କରି ସାନଭାଇ ବଳିଆକୁ ଧରି ଭଙ୍ଗା ଘରେ ପଡିରହିଛି ା ଗାଁ ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ବଳିଆ ଓଳିଏ ଖାଇ ଓଳିଏ ଉପାସରେ ରହୁଛନ୍ତି। ଅଷ୍ଟମ ଶ୍ରେଣୀ ପରେ ଦାଦନ ଖଟିବା ଛଡା ଅନ୍ୟ ଚାରା ନାହିଁ ବୋଲି ସେ କହିଛନ୍ତି। ଏହି ଅନାଥ ୩ ଭଉଣୀ ଭାଇଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚି ପାରି ନାହିଁ ା
ଏହି ୱାର୍ଡର ଆଉ ଏକ ପରିବାରର ୩ ଅନାଥ ଶିଶୁ ଅସହାୟ ସ୍ଥିତିରେ ରହିଛନ୍ତି। ପିତା ଲବ ସିଂ(୪୭) ଯକ୍ଷ୍ମା ଓ ମାତା ସମ୍ବାରୀ ସିଂ(୩୯) ଅପପୁଷ୍ଟି ରୋଗରେ ଆରପାରିକୁ ଚାଲିଯିବା ପରେ ଭିନ୍ନକ୍ଷମ ଝିଅ ରୁପା(୧୫), ପୁଅ ରୁହ୍ୟା(୧୦) ଓ ସୁମିତ(୬) ଅସହାୟ ହୋଇପଡିଛନ୍ତି ା ମାନସିକ ଭିନ୍ନକ୍ଷମ ରୁପା ଜନ୍ମରୁ ବଧିର । ତାଙ୍କୁ ଏଯାଏ ମିଳିନି ଭିନ୍ନକ୍ଷମ ପ୍ରମାଣପତ୍ର ା ଏକ ନୁଆଁଣିଆ ଚାଳଛପର ଘର ବାରଣ୍ଡାରେ ଭୋକ ଉପାସରେ ସେ ପଡି ରହୁଛନ୍ତି। ଭଉଣୀଙ୍କ ଏପରି ଅବସ୍ଥା ଦେଖି ଦୁଇ ସାନ ଭାଇ ହତବାକ୍‌ । ଏହି ଶିଶୁମାନଙ୍କ ମୁହଁରେ ଦାନା ଦେବା ଲାଗି ମାମୁ ଜଗନ ସିଂ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଛନ୍ତି। ଆଈ ଅଜା ନ ଥିବାରୁ ମାଉସୀ କୁନି ସିଂ ଶାଶୁଘର ଛାଡି ପିଲାଙ୍କ ଦେଖାଶୁଣା କରୁଛନ୍ତି। ଏବେ ପ୍ରଶାସନ ସହାୟତାରେ ରୁହ୍ୟା ଓ ସୁମିତ ଧାନପୋତା ପ୍ରାଥମିକ ସ୍କୁଲ ଛାତ୍ରାବାସରେ ରହି ପାଠ ପଢୁଛନ୍ତି ା ଖରାଛୁଟି ବା ପୂଜା ଛୁଟିରେ ହଷ୍ଟେଲ ବନ୍ଦ ହେଲେ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ଆଣି ଘରେ ଛାଡି ଦେଇ କତ୍ତର୍ର୍ବ୍ୟ ସାରି ଦେଉଛନ୍ତି । ଦେହ ଖରାପ ହେଲେ ପିଲାମାନେ ପାଖପଡିଶାଙ୍କ ସହାୟତାରେ କ୍ୱାକ୍‌ଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି ା ରାଶନ କାର୍ଡ ମିଳିଥିଲେ ବି ଚାଉଳ କିଣିବା ପାଇଁ ଟଙ୍କା ଦେବାକୁ ସେମାନଙ୍କ ସାମର୍ଥ୍ୟ ନାହିଁ । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ସେମାନଙ୍କ ପାଇଁ ସାତ ସପନ । ସରକାର ଗରିବ ଓ ଅସହାୟଙ୍କ ଲାଗି ବିଭିନ୍ନ ଯୋଜନା କରୁଥିବା ବେଳେ ଅଧିକାରୀମାନେ ତଳସ୍ତରରେ ଏହାକୁ କିପରି କାର୍ଯ୍ୟକାରୀ କରୁଛନ୍ତି ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ା ଗାଁର ଏହି ଅନାଥ ଶିଶୁଙ୍କୁ ତୁରନ୍ତ ଥଇଥାନ କରିିବା ସକାଶେ ଅଞ୍ଚଳବାସୀ ଦାବି କରିଥିବା କହିିଛନ୍ତି ା ଏ ସମ୍ପର୍କରେ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ଯଥାଶୀଘ୍ର ଏହି ଅନାଥ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri