ଅସହାୟ ଭାବେ ବିତୁଛି ଜୀବନ

ଆରଡି, ୨।୧୦ (ଡି.ଏନ.ଏ)-ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ମୋଡ଼ ା ପାଠପଢି ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଜଣେ ଦଳିତ ଯୁବକଙ୍କ ଲାଗି ସବୁକିଛି ଅନ୍ଧାର ପାଲଟିଗଲା ା ଚାକିରି ଓ ରୋଜଗାର କରି ଯେଉଁ ମା’ଙ୍କୁ ପୋଷିବା ଲାଗି ସେ ମନସ୍ଥ କରିଥିଲେ, ଏବେ ମା’ଙ୍କ ହାତଟେକାକୁ ସେ ଚାହିଁ ବସୁଛନ୍ତି।
ଏହି ଯୁବକ ହେଲେ ସୁଧାକର ଜେନା ଓରଫ ଠକରା(୨୪)। ଘର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତ କୁଳେଇପଦା ଗାଁରେ। ପରିବାରର ଆର୍ଥିକ ଅନଟନ ସତ୍ତ୍ୱେ ସେ ସଂଘର୍ଷ କରି ଯୁକ୍ତ ୨ ଶ୍ରେଣୀଯାଏ ପାଠ ପଢିଥିଲେ। ଏହାପରେ ତାଙ୍କ ପାଠପଢାରେ ଡୋରି ଲାଗି ଯାଇଥିଲା। ଘରର ଆର୍ଥିକ ଅନଟନକୁ ସୁଧାରିବା ଲାଗି ୩ ବର୍ଷ ତଳେ ସେ ବାଙ୍ଗାଲୁରୁ ଚାଲି ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ କାମକରି ଗୁଜୁରାଣ ମେଣ୍ଟାଉଥିଲେ। ପରିବାର କହିଲେ ମା’ ଜୟନ୍ତୀଙ୍କ ସହ ରହନ୍ତି। କିଛିବର୍ଷ ତଳେ ପାରିବାରିକ କଳିରୁ ତାଙ୍କ ପିତା ପରିବାରଠାରୁ ଦୂରେଇ ଯାଇଛନ୍ତି। ବାଙ୍ଗାଲୁରୁରେ କାମ କରି ଘରକୁ ଫେରିଥିବା ବେଳେ ଗତ ମାର୍ଚ୍ଚ ୮ ତାରିଖରେ ନିଜ ଗାଁର ଜଣେ ଯୁବକଙ୍କ ସହ ସେ ଆରଡି ଯାଉଥିଲେ। ବାଟରେ ଅନ୍ୟ ଏକ ବାଇକ ସହ ଧକ୍କା ହେବାରୁ ସୁଧାକରଙ୍କର ମୁଣ୍ଡ, ଛାତି, ହାତ ଓ ଆଖିରେ ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ଡାକ୍ତରଖାନା ଯାଇଥିଲେ। ଶେଷରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହୋଇଥିଲେ ା ଜମିବାଡି, ଜିନିଷ ପତ୍ର ବିକି ସୁଧାକରଙ୍କ ଚିକିତ୍ସା କରାଯିବା ସତ୍ତ୍ୱେ ତାଙ୍କ ଡାହାଣ ଆଖି ନଷ୍ଟ ହୋଇଗଲା। ବାମ ହାତକୁ ଅସ୍ତ୍ରୋପଚାର କରାଯାଇ ଲୁହା ପାତିଆ ଲଗାଗଲା। କେବଳ ସେତିକି ନୁହେଁ ମୁଣ୍ଡରେ ଗଭୀର ଆଘାତ ଯୋଗୁ ସେ ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଅର୍ଥାଭାବରୁ ଅଧିକ ଚିକିତ୍ସା କରାଯାଇ ନ ପାରିବାରୁ ସେ ଗାଁକୁ ଫେରି ଏକ ଭଙ୍ଗା ଝାଟିମାଟି ଘରେ ଦିନ କାଟୁଛନ୍ତି। ଏବେ ଔଷଧ ଓ ଚିକିତ୍ସା ବାବଦକୁ ଦରକାର ହେଉଛି ମାସିକ ପ୍ରାୟ ୮ ହଜାର ଟଙ୍କା ା ମା’ ଜୟନ୍ତୀ ପୁଅର ଚିକିତ୍ସା ପାଇଁ ପର ଲୋକଙ୍କ ବିଲବାଡିରେ ମୂଲ ଲାଗି ସଂଘର୍ଷ ଜାରି ରଖିଛନ୍ତି। କାଳେ କିଛି ସରକାରୀ ସହାୟତା ମିଳିବ ଏଥିଲାଗି ଅନେକଙ୍କୁ ଗୁହାରି କରି ସାରିଲେଣି। ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ସୁଧାକରଙ୍କ ଚିକିତ୍ସା କରି ତାଙ୍କୁ ସୁସ୍ଥ କରିବା ଆଶାରେ ସେ ଚାହିଁ ବସିଛନ୍ତି। ଏଥିଲାଗି ସରକାରଙ୍କୁ ସେ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣାଗଡ଼,୧୭ା୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସିସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଜେଡି ପକ୍ଷରୁ ଶୁକ୍ରବାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି

AI ବା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇବା ଏବେ କଷ୍ଟକର ହୋଇପଡୁଛି। ଯଦି ୟୁଜର୍ସମାନେ ଭାବନ୍ତି ଯେ, ସେମାନେ ସିକ୍ରେଟ୍‌ ଭାବରେ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri