ଅସରାଏ ବର୍ଷାରେ ସହରାଞ୍ଚଳ ରାସ୍ତାରେ ବନ୍ୟା

କଟକ ରୋଡ,୧୯।୭(ଡି.ଏନ୍‌.ଏ.) :ରାଜଧାନୀରେ ଅସରାଏ ବର୍ଷାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେଉଛି। ସ୍ମାର୍ଟ ସିଟି ଘୋଷଣା ହେବା ସତ୍ତ୍ୱେ କେତେକ ସ୍ଥାନରେ ସୃଷ୍ଟି ହେଉଥିବା ଏଭଳି ପରିସ୍ଥିତି ନିୟନ୍ତ୍ରଣ ହୋଇପାରୁନି। ସହରର ପ୍ରମୁଖ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମ (ବିଏମସି), ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗ ଅଧୀନରେ ଥିଲେ ମଧ୍ୟ ଏହି ୩ ବିଭାଗ ଅଧିକାରୀ ସବୁ ଜାଣି ନୀରବ ରହୁଛନ୍ତି। ଏଭଳି ଘଟଣାକ୍ରମେ କଳ୍ପନା ଛକଠାରୁ ରସୁଲଗଡ଼ ରାସ୍ତା ଅବସ୍ଥା ବର୍ଷା ପରେ ସଙ୍ଗିନ ହେଉଛି। ସ୍ଥାନୀୟ ଲକ୍ଷ୍ମୀସାଗର ଛକ, ବମିଖାଲ, ରସୁଲଗଡ଼ ହାଟ ନିକଟରେ ବର୍ଷା ପାଣି ଜମି ରହୁଛି। ପ୍ରାୟ ୧୧ବର୍ଷ ପୂର୍ବେ ଏହିି ରାସ୍ତା ଦାୟିତ୍ୱ ଜାତୀୟ ରାଜପଥ ବିଭାଗ ହାତରେ ନ୍ୟସ୍ତ ଥିଲା। ଉକ୍ତ ସମୟରେ ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ସମ୍ପ୍ରସାରଣ ସହ ରାସ୍ତା ମଧ୍ୟ ଚଉଡ଼ା କରାଯାଇଥିଲା। ଏତେ ଅର୍ଥ ବ୍ୟୟ ପରେ ଉକ୍ତ ସ୍ଥାନଗୁଡ଼ିକରେ କୌଣସି ପରିବର୍ତ୍ତନ ଘଟିନାହିଁ। ଅସରାଏ ବର୍ଷାରେ ଲକ୍ଷ୍ମୀସାଗର ଟ୍ରାଫିକ ଛକରେ ବର୍ଷା ପାଣି ସାଙ୍ଗକୁ ଡ୍ରେନ ପାଣି ମିଶି ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନି। ଅନ୍ୟପକ୍ଷରେ ଉକ୍ତ ପ୍ରାୟ ୫କିଲୋମିଟର ରାସ୍ତାର ଦାୟିତ୍ୱ ରାଜପଥ ବିଭାଗ ଠାରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ସହରାଞ୍ଚଳ ରାସ୍ତା ଭାବେ ଏହାକୁ ନାମିତ କରାଯାଇଥିବା ବେଳେ ଏହି ରାସ୍ତା ତଦାରଖ ଦାୟିତ୍ୱ ପୂର୍ତ୍ତ ବିଭାଗ ୩ ନିର୍ବାହୀ ଯନ୍ତ୍ରୀଙ୍କ ହାତରେ ରହିଛି। ରାସ୍ତାର କେତେକ ସ୍ଥାନରେ କେବୁଲ ବିଛାଯିବା ପରେ ଖୋଳାଯାଇଥିବା ରାସ୍ତା ମରାମତି ନ ହେବା ଫଳରେ ବର୍ଷା ପରେ ଲୋକେ ଉକ୍ତ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେବା ନିତିଦିନିଆ ଘଟଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସୁଗମନାଗମନ ପାଇଁ ବହୁ ଅର୍ଥ ରାସ୍ତା ମରାମତିରେ ଖର୍ଚ୍ଚ ହେଉଥିଲେ ମଧ୍ୟ ବର୍ଷା ପରେ ଏକ ପ୍ରମୁଖ ରାସ୍ତାରେ ପାଣି ଜମି ଲୋକଙ୍କୁ ଅସୁବିଧା ସୃଷ୍ଟି ହେବା ସହ ଟ୍ରାଫିକ ସମସ୍ୟା ମଧ୍ୟ ଗୁରୁତର ହେଉଛି। ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ-୧ ସୂର୍ଯ୍ୟନାରାୟଣ ମିଶ୍ର କୁହନ୍ତି, ଲକ୍ଷ୍ମୀସାଗର ଛକରେ ପାଣି ଜମିବା ନେଇ ଖବରପାଇବା ପରେ ବୁଧବାର ଉକ୍ତ ସ୍ଥାନ ଅନୁଧ୍ୟାନ କରିଛି। ଛକ ନିକଟରେ ଥିବା ଡ୍ରେନ ନଂ-୫ ସଙ୍କୁଚିତ ହେବା ସହ ଛକ ଉପରେ ରାସ୍ତା ସମତୁଲ ନ ଥିବା ହେତୁ ପାଣି ଜମୁଛି। ଏନେଇ ସହକାରୀ ଯନ୍ତ୍ରୀଙ୍କୁ କିଭଳି ଏଠାରେ ପାଣି ନ ଜମିବ ସେ ନେଇ କାମ ଆରମ୍ଭ କରିବା ପାଇଁ କହିଛି। ଅନ୍ୟପକ୍ଷରେ ନିର୍ମାଣ ହୋଇଥିବା ମେଡିଆନରେ କେତୋଟି ହୋଲ କରାଗଲେ ଜଳ ନିଷ୍କାସନ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri