Posted inଖେଳ

ଅଷ୍ଟ୍ରେଲିଆନ ଓପନ: ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମେଲ୍‌ବୋର୍ନ,୧୮।୧- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଶୁକ୍ରବାର ଅଷ୍ଟ୍ରେଲିଆନ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଯଦି ସେ ପ୍ରଥମ ରାଉଣ୍ଡକୁ ଅତିକ୍ରମ କରିବାରେ ସଫଳ ହୁଅନ୍ତି, ତେବେ ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କ ନୋଭାକ ଜୋକୋଭିଚ୍‌ଙ୍କୁ ଭେଟିବେ। ବାମହାତୀ ଭାରତୀୟ ଖେଳାଳି ପ୍ରଜନେଶ କ୍ୱାଲିଫାଇଂ ରାଉଣ୍ଡର ଫାଇନାଲରେ ଲାଟଭିଆର ଇର୍ନେଷ୍ଟ ଗୁଲବିସଙ୍କଠାରୁ ସିଧାସଳଖ ସେଟ୍‌ରେ ପରାସ୍ତ ହୋଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ଜଣେ ସିଧାସଳଖ ଯୋଗ୍ୟତା ପାଇଥିବା ଖେଳାଳି ଇଭେଣ୍ଟରୁ ଓହରିଯିବାରୁ ପ୍ରଜନେଶ ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସେ କ୍ରମାଗତ ୫ମ ଥର ପାଇଁ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଖେଳିବାକୁ ଯାଉଛନ୍ତି। ଗତବର୍ଷ ଚେନ୍ନାଇ ଖେଳାଳି ଯୋଗ୍ୟତା ପର୍ଯ୍ୟାୟ ଜରିଆରେ ଅଷ୍ଟ୍ରେଲିଆନ ଓପନ ଖେଳିଥିଲେ। କିନ୍ତୁ ଉନ୍ନତ ର଼୍ୟାଙ୍କିଙ୍ଗ୍‌ ବଳରେ ଓ୍ବିମ୍ବେଲଡନ, ଫ୍ରେଞ୍ଚ ଓ ୟୁଏସ୍‌ ଓପନରେ ପ୍ରତିନିଧିତ୍ୱ କରିଥିଲେ। ୧୪୪ତମ ର଼୍ୟାଙ୍କ୍‌ଧାରୀ ପ୍ରଜନେଶ ପ୍ରଥମ ରାଉଣ୍ଡରେ ନିଜଠାରୁ ୨୨ ସ୍ଥାନ ତଳେ ଥିବା ଜାପାନିଜ ତାତ୍‌ସୁମା ଇଟୋଙ୍କୁ ଭେଟିବେ। ଦୁହେଁ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରିକ୍‌ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ସ୍ଥିତ ପି.ଏମ୍‌.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ଛାତ୍ରୀଙ୍କୁ ଗଣ ବଳାତ୍କାର ମାମଲା, ୫ କୋର୍ଟ ଚାଲାଣ

କେନ୍ଦ୍ରାପଡା/ରାଜକନିକା, ୨୧ା୨(ଜଗନ୍ନାଥ ଧଳ/ ସଞ୍ଜୟ କୁମାର ଦାଶ/ ରବୀନ୍ଦ୍ର କୁମାର ଦାଶ):କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ଓଳାଭର ଅଞ୍ଚଳର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଜଣେ…

Odisha Budget 2026: ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ ହେବ ଏତିକି ଟଙ୍କା…

ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ…

ମାତୃଭାଷା ଦିବସ ସମ୍ପର୍କରେ ଶପଥ ପାଠ

ଦିଗପହଣ୍ଡି,୨୧|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି  ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶନିବାର  ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାମନ୍ଦିର…

ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ: ଜୀବଜନ୍ତୁ ବଞ୍ଚିଲେ ଆମେ ବଞ୍ଚିବା

 ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ ): ଜୈବ୍ୟ ବିବିଧତା ବୋର୍ଡ ଭୁବନେଶ୍ୱର ନିର୍ଦ୍ଦେଶକ୍ରମେ  ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଜୈବ୍ୟ ବିବିଧତା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶନିବାର ବ୍ଲକ କନଫରେନ୍ସ…

‘ଋଷିକୁଲ୍ୟା ନଦୀର ସୁରକ୍ଷା ହେଉ’

ଧରାକୋଟ,୨୧ା୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲାର ସୋରଡା ବ୍ଲକ ଅଧୀନ ଗାଜଲବାଡ଼ି ପଞ୍ଚାୟତ ପିପଳପଙ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri