Posted inଖେଳ

ଅଲିମ୍ପିକ ହକି ଟେଷ୍ଟ ଇଭେଣ୍ଟ : ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଲେ ଭାରତୀୟ ମହିଳା

ଟୋକିଓ,୧୮।୮(ପି.ଟି.): ଏଠାରେ ଆରମ୍ଭ ହୋଇଥିବା ଅଲିମ୍ପିକ୍‌ ହକି ଟେଷ୍ଟ ଇଭେଣ୍ଟର ଏକ ରାଉଣ୍ଡ- ରବିନ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଦମ୍‌ଦାର ଖେଳ ପ୍ରଦର୍ଶନ କରି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୨-୨ ଗୋଲରେ ମ୍ୟାଚ୍‌ ଡ୍ର’ ରଖିଛି। ରବିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ପଛରେ ଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ଦୁଇଟି ଗୋଲ ଦେଇ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଭାରତ ଶନିବାର ଆୟୋଜକ ଜାପାନକୁ ୨-୧ ଗୋଲରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା।
ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ଅଷ୍ଟ୍ରେଲିଆ ତରଫରୁ କେଟଲିନ୍‌ ନୋବ୍ସ ପ୍ରଥମ ଗୋଲ ଦେଇଥିଲେ। ଏହାପରେ ଭାରତୀୟ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତ ପକ୍ଷରୁ ବନ୍ଦନା କାଟାରିୟା ୩୬ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ଗ୍ରେସ ଷ୍ଟିଓ୍ବାର୍ଟ ୪୩ତମ ମିନିଟ୍‌ରେ ଅଷ୍ଟ୍ରେଲିଆ ତରଫରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ଓ ଅଷ୍ଟ୍ରେଲିଆକୁ ୨-୧ରେ ଅଗ୍ରଣୀ କରାଇଥିଲେ। ତେବେ ଗୁରଜିତ କୌର ୫୯ତମ ମିନିଟ୍‌ରେ ଗୁରଜିତ କୌର ଗୋଲ ଦେଇ ମ୍ୟାଚ୍‌କୁ ୨-୨ ଗୋଲ ସମାନ ସ୍ତରକୁ ଆଣିଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଦଶମ ସ୍ଥାନରେ ଥିବା ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମେ ଉଭୟ ଦଳ ପେନାଲ୍ଟି କର୍ନର ପାଇଥିଲେ ଏହାର ଫାଇଦା ଉଠାଇପାରି ନ ଥିଲେ। ଏହାପରେ ୧୪ତମ ମିନିଟ୍‌ରେ ମିଳିଥିବା ଏକ ପେନାଲ୍ଟି କର୍ନରକୁ ଗୋଲରେ ପରଣିତ କରିଥିଲେ ନୋବ୍ସ। ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ୱାର୍ଟରରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏକାଧିକ ପେନାଲ୍ଟି ସୁଯୋଗ ପାଇଥିଲେ ମଧ୍ୟ ଭାରତୀୟ ଡିଫେନ୍ସକୁ ଭେଦ କରି ନ ପାରି ଗୋଲ ଦେବାର ସଫଳ ହୋଇ ନ ଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ଅଷ୍ଟ୍ରେଲିଆ ଆଧିପତ୍ୟ ଜାହିର କରିଥିଲା। ଭାରତୀୟ ଗୋଲ କିପର ସବିତା ମଧ୍ୟ ଅଷ୍ଟ୍ରେଲିଆର କେତୋଟି ଆକ୍ରମଣକୁ ପ୍ରତିହତ କରିଥିଲେ। ୩୬ତମ ମିନିଟ୍‌ରେ ବନ୍ଦନା ଏକ ସୁନ୍ଦର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ଗୋଲ ସମାନସ୍ତରକୁ ଆଣିଥିଲେ। ତେବେ ଏହା ବେଶି ସମୟ ତିଷ୍ଠି ନ ଥିଲା। ଶେଷରେ ଷ୍ଟିଓ୍ବାର୍ଟ ୪୩ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ କରିବା ସେତେଟା ସହଜ ନ ଥିଲେ ମଧ୍ୟ ଭାରତୀୟ ଖେଳାଳିମାନେ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ ଶେଷ ହେବାକୁ ଆଉ ମାତ୍ର ୨ ମିନିଟ ବାକିଥିବା ବେଳେ ମଳିଥିବା ପେନାଲ୍ଟି କର୍ନରକୁ ଡ୍ରାଗ୍‌ ଫ୍ଲିକର ଗୁରଜିତ କୌର ଗୋଲରେ ପରିଣତ କରି ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ଭାରତ ତା’ର ତୃତୀୟ ତଥା ଶେଷ ରାଉଣ୍ଡ- ରବିନ ମ୍ୟାଚ୍‌ରେ ଚାଇନାକୁ ମଙ୍ଗଳବାର ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?