ଅର୍ଥୋସ୍କୋପିକ୍‌ ସର୍ଜରି

”ଅର୍ଥୋସ୍କୋପିକ୍‌ ସର୍ଜରି ଏକ ଆଧୁନିକ ଅସ୍ଥିଶଲ୍ୟ ଚିକିତ୍ସା ପଦ୍ଧତି । ଏଥିରେ ବଡ଼ ଧରଣର କଟାକଟି ନ କରି ଛୋଟ କଣା ମାଧ୍ୟମରେ ଶରୀରର ବିଭିନ୍ନ ଖଞ୍ଜା ମଧ୍ୟରେ ଅର୍ଥୋସ୍କୋପ୍‌ ପୂରାଯାଇ ବହୁ ରୋଗର ନିଦାନ ଏବଂ ଚିକିତ୍ସା କରାଯାଇଥାଏ।“

ଅର୍ଥୋସ୍କୋପିକ୍‌ କ’ଣ
ଅର୍ଥୋସ୍କୋପିକ୍‌ ସର୍ଜରି ଏକ ଆଧୁନିକ ଅସ୍ଥିଶଲ୍ୟ ଚିକିତ୍ସା ପଦ୍ଧତି। ଏଥିରେ ବଡ଼ ଧରଣର କଟାକଟି ନ କରି ଛୋଟ କଣା ମାଧ୍ୟମରେ ଶରୀରର ବିଭିନ୍ନ ଖଞ୍ଜା ମଧ୍ୟରେ ଅର୍ଥୋସ୍କୋପି ପୂରାଯାଇ ବହୁ ରୋଗର ନିଦାନ ଏବଂ ଚିକିତ୍ସା କରାଯାଇଥାଏ।
ଓପନ୍‌ ସର୍ଜରିଠୁ କାହିଁକି ଭିନ୍ନ
ଓପନ୍‌ ସର୍ଜରିରେ ଅଧିକ ଚିରାଫଡ଼ା କରାଯାଉଥିବାରୁ କ୍ଷତ ଶୁଖିବା ପାଇଁ ଅଧିକ ସମୟ ଲାଗେ ଏବଂ ଅପରେଶନ ପରେ ଷ୍ଟିଫ୍‌ନେସ ରହିବାର ଅସୁବିଧା ଥାଏ। ଏହାଛଡ଼ା ଅପରେଶନ ସମୟରେ ଅଧିକ ରକ୍ତସ୍ରାବ ହୋଇଥାଏ ଓ ପରେ ବଡ଼ ଦାଗ ରହିଥାଏ।
କେଉଁ କେଉଁ ଖଞ୍ଜାରେ କରାଯାଏ
ଆଣ୍ଠୁ ପାଇଁ ସବୁଠାରୁ ଅଧିକ ଉପଯୋଗୀ। ଏହାଛଡ଼ା କାନ୍ଧ, କହୁଣି, କଚଟି, ଗୋଇଠି, ପାଦରେ ମଧ୍ୟ ଅର୍ଥୋସ୍କୋପିକ୍‌ ମାଧ୍ୟମରେ ଅପରେଶନ କରାଯାଉଛି।
କେଉଁ ରୋଗରେ କରାଯାଇପାରେ
ଆଣ୍ଠୁର ଲିଗାମେଣ୍ଟ ଇଞ୍ଜୁରି, ଅଷ୍ଟିଓଆର୍ଥରାଇଟିସ୍‌ କାର୍ଟିଲେଜ୍‌ ରିପେୟାର ବା ବୟସ ଜନିତ ଆଣ୍ଠୁରୋଗ, ମେନିସ୍‌କସ୍‌ ଟିୟର ଇତ୍ୟାଦି ବିଭିନ୍ନ ରୋଗର ଚିକିତ୍ସା ଏବଂ ନିଦାନ ଅର୍ଥୋସ୍କୋପିକ୍‌ ମାଧ୍ୟମରେ କରାଯାଇପାରେ। କାନ୍ଧରେ ଆର୍ଥରାଇଟିସ୍‌, ରୋଟାଟର କଫ୍‌ ଇଞ୍ଜୁରି, ଫ୍ରେଜେନ୍‌ ସୋଲ୍‌ଡର ଏବଂ ଡିସ୍‌ଲୋକେସନ(ଖଞ୍ଜା ଖସିବା) ପରି ରୋଗର ଚିକିତ୍ସା କରାଯାଇପାରେ। ଏଣ୍ଡୋସ୍କୋପିକ୍‌ ସ୍ପାଇନ୍‌ ସର୍ଜରି ମାଧ୍ୟମରେ ବିଭିନ୍ନ ସ୍ପାଇନାଲ ରୋଗର ଚିକିତ୍ସା ମଧ୍ୟ କରାଯାଇପାରୁଛି।
ଆନାସ୍ଥେସିଆ କ’ଣ ଦିଆଯାଏ
ଆଣ୍ଠୁ ଅର୍ଥୋସ୍କୋପିକ୍‌ ସର୍ଜରି ପାଇଁ ସ୍ପାଇନାଲ ଆନାସ୍ଥେସିଆ ଦରକାର। ଲୋକାଲ ଆନାସ୍ଥେସିଆରେ ମଧ୍ୟ ଅପରେଶନ କରାଯାଇପାରେ। କାନ୍ଧ ପାଇଁ ଜେନେରାଲ ଆନାସ୍ଥେସିଆ ଆବଶ୍ୟକ ହୁଏ।
ଭଲ ହେବା ପାଇଁ କେତେ ଦିନ ଲାଗେ
ଆଣ୍ଠୁର ସର୍ଜରି ପରେ ରିକୋଭରି ପାଇଁ ୪ରୁ ୫ ଦିନ ସମୟ ପରେ ଫୁଲା ସମ୍ପୂର୍ଣ୍ଣ କମିଯାଏ। ୫ଦିନରୁ ଆଣ୍ଠୁ ଭାଙ୍ଗିବା ପାଇଁ କିଛିଦିନ ବାଡ଼ି ଧରି ଚାଲିବା ପରେ ରୋଗୀ ସାଧାରଣ ଅବସ୍ଥାକୁ ଫେରିଆସେ।
ରିସ୍କ ବା ବିପଦ କ’ଣ ଥାଏ
ଅପରେଶନ ସମୟରେ ରକ୍ତସ୍ରାବ, ଇନ୍‌ଫେକ୍‌ସନ ଇତ୍ୟାଦିର ବିପଦ ନ ଥାଏ ଓ ଓପନ୍‌ ସର୍ଜରିଠାରୁ ଏଥିରୁ ବିପଦ ଯଥେଷ୍ଟ କମ୍‌।
କେଉଁଠାରେ କରିବା ଉଚିତ
ଅର୍ଥୋସ୍କୋପିକ୍‌ ସର୍ଜରିରେ ତାଲିମପ୍ରାପ୍ତ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ପାଖରେ ଉଚିତ ପରାମର୍ଶ ପରେ ଏହି ସର୍ଜରି କରିବା ଉଚିତ। ସର୍ଜରି ପାଇଁ ୩୦ ମିନିଟ୍‌ ସମୟ ଲାଗେ। ଅପରେଶନର ୩ଦିନ ପରେ ରୋଗୀ ଘରକୁ ଯାଇପାରେ।

ଡା. ଅତନୁ ମହାନ୍ତି
-ଆସୋସିଏଟ୍‌ ପ୍ରଫେସର, ଅସ୍ଥିଶଲ୍ୟ ବିଭାଗ,ଏସ୍‌ସିବି ମେଡିକାଲ କଲେଜ, କଟକ, ମୋ : ୯୪୩୭୦୩୨୨୨୦


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri