ଅମାନିଆଙ୍କୁ କଠୋର ଦଣ୍ଡ ମିଳୁ

ଡ. ମନୋରଞ୍ଜନ ପ୍ରଧାନ

ମହାମାରୀ କୋଭିଡ୍‌-୧୯ ବିଶ୍ୱରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହା ଆଗରେ ଶକ୍ତିଶାଳୀ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଜର୍ମାନୀ, ସ୍ପେନ୍‌, ଇଟାଲୀ, ଫ୍ରାନ୍ସ, ବ୍ରିଟେନ୍‌ ଭଳି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ବଳଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ରମାନେ ନିଜର ଅସହାୟତା ପ୍ରକାଶ କରିସାରିଲାଣି। ଦିନକୁ ଦିନ ଅବସ୍ଥା ଅସମ୍ଭାଳ ହେବାରେ ଲାଗିଛି। ବୈଜ୍ଞାନିକମାନଙ୍କର ଆପ୍ରାଣ ପ୍ରଚେଷ୍ଟା ସେତ୍ତ୍ୱ ଏଯାଏ ପ୍ରତିଷେଧକ ବା ଭ୍ୟାକ୍‌ସିନ୍‌ ବାହାରି ପାରିନାହିଁ। ସବୁଆଡ଼େ ଭୟ ଓ ଆତଙ୍କର ବାତାବରଣ। ଭାରତର ପ୍ରଧାନମନ୍ତ୍ରୀ ଓ ଆମ ଦେଶର ମୁଖ୍ୟମନ୍ତ୍ରୀଙ୍କର ଆଗୁଆ ସତର୍କତାମୂଳକ ପଦକ୍ଷେପ ଯୋଗୁ ଆମେ ଅପେକ୍ଷାକୃତ କମ୍‌ ସଂକ୍ରମିତ ତାଲିକାରେ ଅଛନ୍ତି। ତଥାପି ମହାରାଷ୍ଟ୍ର, ଦିଲ୍ଲୀ, ତାଲିମନାଡୁ, ରାଜସ୍ଥାନ ଭଳି ରାଜ୍ୟଗୁଡ଼ିକରେ କରୋନା ସ୍ଥିତି ଅସମ୍ଭାଳ ହୋଇଗଲାଣି। ଦେଶରେ ପ୍ରାୟ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଓ ମୃତୁସଂଖ୍ୟା ବି ବଢି ଚାଲିଛି। ଅପରପକ୍ଷେ ଆମ ରାଜ୍ୟର ସ୍ଥିତି ଅପେକ୍ଷାକୃତ ଭଲରେ ଅଛି। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ସଂକ୍ରମିତ ହାର ଦେଶ ତୁଳନାରେ ଯଥେଷ୍ଟ କମ୍‌। ତଥାପି ବିପଦ ଟଳି ନାହିଁ। ଆମକୁ ଅତ୍ୟନ୍ତ ସତର୍କ ରହିବାକୁ ହେବ।
ସବୁଠାରୁ ବଡ଼କଥା ହେଉଛି ବୈଶ୍ୱିକ ମହାମାରୀ କରୋନା କେବଳ ପ୍ରାଣହନ୍ତା ଓ ଗଣହତ୍ୟାକାରୀ ନୁହେଁ, ବିଶ୍ୱ ଅର୍ଥନୀତିର ମଧ୍ୟ ମହାକାଳ। କରୋନାର ପ୍ରତାପ ଆଗରେ ସାରା ବିଶ୍ୱର ଅର୍ଥନୀତି ମେରୁଦଣ୍ଡ ଦୋହଲି ଗଲାଣି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌)ଙ୍କ ଆକଳନ ଅନୁସାରେ ଏସିଆର ଅଭିବୃଦ୍ଧି ହାର ଶୂନ ହେବ ବୋଲି ପୂର୍ବାନୁମାନ କରିସାରିଲେଣି। ଏହି କ୍ରମରେ ଭାରତର ଅଭିବୃଦ୍ଧି ହାର ଶୂନ ହେବ ବୋଲି ମଧ୍ୟ ସତର୍କ କରାଯାଇଛି ଯଦିଚ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଏହାକୁ ଖଣ୍ଡନ କରିଛନ୍ତି। କିନ୍ତୁ ଏହା ସତ୍ୟ ଯେ ଆମ ଅର୍ଥନୀତି କୋଭିଡ୍‌-୧୯ର କୁପ୍ରଭାବରେ ଅଶେଷ କ୍ଷତି ଘଟିବ।
‘ଧନ ଅପେକ୍ଷା ଜନ ଓ ଜୀବନ’କୁ ସର୍ବଦା ଗୁରୁତ୍ୱ ଦେଉଥିବା କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଗଠନାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାତ୍ରା କଟକଣା, ସାମାଜିକ ଦୂରତ୍ୱ, ଆଦି ପଦକ୍ଷେପ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ସ୍ଥିତିର ଗମ୍ଭୀରତାକୁ ଆଖିଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦି ଲକ୍‌ଡାଉନ୍‌ ଅବଧିକୁ ମେ’ତିନି ପର୍ଯ୍ୟନ୍ତ ସଂପ୍ରସାରଣ କରିଛନ୍ତି। ଦେଶର ଗରିବ, ଖଟିଖିଆଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଓଡ଼ିଶା ସରକାର ଖାଉଟିମାନଙ୍କୁ ଆଗୁଆ ୩ ମାସର ରାଶନ ଓ ଭତ୍ତା ବଣ୍ଟନ କରୁଛନ୍ତି। ସବୁ ସୁବିଧା ସତ୍ତ୍ୱେ ଦେଶବାସୀ ସମସ୍ତ ସୁବିଧାରେ ଅଛନ୍ତି କହିବା କଷ୍ଟସାଧ୍ୟ। ଅସହ୍ୟ ଯନ୍ତ୍ରଣା ଓ ମାନସିକ ଆଘାତ ସତ୍ତ୍ୱେ ଅଧିକାଂଶ ଦେଶବାସୀ ସରକାରଙ୍କ ସମସ୍ତ ପଦକ୍ଷେପକୁ ଗ୍ରହଣ କରିବା ସହ ସକାରାତ୍ମକ ଢଙ୍ଗରେ ସହଯୋଗ ମଧ୍ୟ କରୁଛନ୍ତି। କିନ୍ତୁୁ କେତେକ ଅମାନିଆ(ପ୍ରାୟ ଦଶ ପ୍ରତିଶତ) ସରକାରଙ୍କ ସବୁ ତପସ୍ୟାକୁ ଧୂଳିସାତ୍‌ କରିବାକୁ ପ୍ରୟାସ କରୁଛନ୍ତି। ଗଣମାଧ୍ୟମରେ ସବୁ ପ୍ରକାର ସଚେତନତା ଓ ସତର୍କତା, ପୋଲିସ, ସୁରକ୍ଷାକର୍ମୀ ଓ ଅଧିକାରୀମାନଙ୍କର ସମସ୍ତ ଆବେଦନ ଓ ନିବେଦନ ସତ୍ତ୍ୱେ ସାମାଜିକ ଦୂରତ୍ୱ ବଜାୟ ରଖୁନାହନ୍ତି। ମାସ୍କ ପିନ୍ଧୁ ନାହାନ୍ତି। ସରକାରୀ କଳକୁ ବେଖାତିର କରି ବେଧଡ଼କ ବୁଲୁଛନ୍ତି। ସବୁଠାରୁ ପରିତାପର ବିଷୟ କେତେ ଜଣ ମୁଷ୍ଟିମେୟ ଅମାନିଆ ସୁରକ୍ଷାବଳ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶନାମା, ସ୍ବେଚ୍ଛାସେବୀ ସଂଗଠନମାନଙ୍କର ସଚେତନତା, ବିଶିଷ୍ଟ ଖେଳାଳି, ସିନେ ତାରକା, ଲେଖକ, ସମାଜସେବୀ ତଥା ଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କର ମର୍ମସ୍ପର୍ଶୀ ବାର୍ତ୍ତା ଓ ଅନୁରୋଧମୂଳକ ବଚନ ଏମାନଙ୍କୁ ପ୍ରଭାବିତ କରିପାରୁନାହିଁ। ଏଭଳି ଅମାନିଆମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କରୋନା ଭଳି ଭସ୍ମାସୁର ମହାମାରୀର ସହକାରୀ ନୁହନ୍ତି କି?
ଏ ଅମାନିଆ ଦଳ ଜ୍ଞାତ ଅବା ଅଜ୍ଞାତରେ ସାଧାରଣ ଜନତାଙ୍କ ଜୀବନ ସହ ଖେଳୁନାହାନ୍ତି କି? ଏମାନଙ୍କର ଅସଞ୍ଜମତା ଓ ବେପରୁଆ ଆଚରଣ ଦେଶ ଓ ବିଶ୍ୱକୁ ମହାସଙ୍କଟ ମଧ୍ୟକୁ ଠେଲି ଦେଉନି କି? ତେଣୁ ଏଭଳି ବିଶୃଙ୍ଖଳିତ ଅମାନିଆମାନଙ୍କୁ ରାଷ୍ଟ୍ରଦ୍ରୋହୀ ଘୋଷଣା କରିବା ସହ କଠୋରରୁ କଠୋର ଦଣ୍ଡ ଦେବାର ସମୟ ଉପନୀତ। ନଚେତ ଭାରତ ଭଳି ଜନବହୁଳ ଦେଶ ବୈଶ୍ୱିକ ମହାମାରୀକୁ ପ୍ରତିହତ କରିବାକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଆଶାକରେ ଅମାନିଆମାନେ ଆତ୍ମସମୀକ୍ଷା ପୂର୍ବକ ଦେଶବାସୀଙ୍କୁ ସହଯୋଗ କରିବା ସହ କରୋନାକୁ ପରାସ୍ତ କରିବା ପାଇଁ ଯୋଦ୍ଧା ହୋଇ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ନଚେତ୍‌ ନେଡ଼ି ଗୁଡ଼ କହୁଣିକୁ ବୋହିଯିବ।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ
ଜୟପୁର, କୋରାପୁଟ, ମୋ-୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?