ଅଭିଶାପ ପାଲଟିଛେ ଜୀବନ୍‌: ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ ତିନ୍‌ ଦିବ୍ୟାଙ୍ଗ ଭାଇ

ପର୍ଲା, ୨୦।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଅଧୀନ ଜୟନ୍ତପୁର ପଁଚେତ୍‌ ବାରିକପଡ଼ା ଗାଁର ସ୍ବର୍ଗତ ମା’ବାପ୍‌ ଦିଆଲୁ ଦୁର୍ଗା ଆର କେନ୍ଦୁବୁଢ଼ୀକଁର ୪ ପୁଓ ଗୌରୀଆ(୭୮), ରାମଦାସ(୭୫), ଦମ (୭୧), ରାମଜିଲା(୬୨)। ପୁଓମାନେ ଯୁଆନ ବେଲେ ପରହର କାମ୍‌ବୁତା କରି ଦୁଇପଏସା ରୁଜ୍‌ଗାର କରୁଥିଲେ। ପରିବାରଟା ହଁସ୍‌ଖୁସିରେ ଚଲିଯାଉଥିଲା। ହେଲେ କେହେନ୍‌ସି ଅଜନା ରୋଗ୍‌ରେ ପଡ଼ି ୩ ପୁଓ ନିଜର ଦୃଷ୍ଟିଶକ୍ତି ହରାଲେ। ଆଏଜ୍‌ ବି ୩ ଭାଇ ଚିକିଛା ଅଭାବୁ ଅଁଧ୍‌ ଜୀବନ୍‌ ବିତଉଛନ୍‌।
ସୂଚନା ଅନ୍‌ସାରେ ବାରିକପଡ଼ାର ସ୍ବର୍ଗତ ଦିଆଲୁ ଦୁର୍ଗା ଆର କେନ୍ଦୁବୁଢ଼ୀକଁର ଦୁଇ ନମ୍ବର ପୁଓ ରାମଦାସକୁଁ ୨୫ ବଛର ହେଲାବେଲେ ସେ ଜରେ ପଡ଼ଲେ। ସଖାଲ ପାଏଲା ବେଲେ ଆର ତାକର ଆଏଁଖ୍‌ ନାଇଁ ଦିଶ୍‌ଲା। ସେନ୍‌ତା ଦମକୁଁ ୨୧ ବଛର ହେଲା ବେଲେ କେହେନ୍‌ସି କାରନ୍‌ରୁ ତାକର ଆଏଁଖ୍‌ରେ ସଂକରମନ୍‌ ହେଲା। ଦୁଇଦିନ୍‌ ଉତାରୁ ତାକର ବି ଆଏଁଖ୍‌ ନାଇଁ ଦିଶ୍‌ଲା। ରାମଜିଲାକୁଁ ୨୩ ବଛର ହେଲାବେଲେ ସେ ଜରେ ପଡ଼ଲେ। ଜର ପରଭାବରେ ତାକର ବି ଆଏଁଖ୍‌ ନାଇଁ ଦିଶ୍‌ଲା। ଏନ୍‌ଥେଇ ଭିନେ ଭିନେ ସମିଆରେ ୩ ଭାଇ କେହେନ୍‌ସି ଅଜନା ରୋଗ୍‌ ପରଭାରୁ ଅଁଧ୍‌ ପାଲଟିଗଲେ। ୪୦ରୁ ୪୫ ବଛର ତଲେ କଳାହାଣ୍ଡି ଜିଲାରେ ଆଏଜ୍‌କାଲି ଲେଖେଁ ଚିକିଛା ସୁବିଧା ନାଇଁଥାଇ। ଗରିବ୍‌ ମା’ବାପ୍‌ ସେ ସମିଆରେ ଫୁକାଝରା, ଚେରମୂଲି ଉଷୋକଷା କରିଥିଲେ। ହେଲେ କିଛି ଲାଭ୍‌ ନାଇଁହେଲା। ଏହେଦେ ମା’ବାପ୍‌ ଆରପାରେ, ତିନି ଭାଇ ବୁଢ଼ା ହେଲେନ। ହେଲେ ସେ ପୂରବର କଥାକେ ଆଏଜ୍‌ ବି ହେଜି ଆଏଁଖରୁ ଲହ ଗଡ଼ଉଛନ୍‌। ଚିକିଛା ଅଭାବୁ ସତେ ଯେନ୍‌ତା ସେମାନକର ଜୀବନ୍‌ ଅଭିଶାପ ପାଲଟିଯାଇଛେ। ରାମଦାସ ଆଏଁଖ୍‌ ଭଲ ଥିଲାବେଲେ ବିହା ହେଇଥିଲେ। ତାକର ମାଏକିନା, ଦୁଇ ପୁଓ ଆର ଗୁଟେ ଝି’ ରହିଛନ୍‌। ହେଲେ ଦମ ଆର ରାମଜିଲା ଦୁଇ ଭାଇକର ଘର ସଁସାର ବଲି କିଛି ନାଇଁ। ଦୁଇ ଭାଇ ବଡ଼ ଭାଇ ଘରେ ଆଶ୍‌ରେ ନେଇଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ରାଶନକାର୍ଡରେ ମାସିକ ୫ କେ.ଜି. ଚାଉଲ ଆର ୫ଶହ ଟଁକା ଭତା ମିଲୁଛେ। ହେଲେ ଅଭାବ ଅନାଟନ ଲାଗି ଦମ ଆର ରାମଜିଲା ବାଟ ଅଁଡ଼ାଲି ଅଁଡ଼ାଲି ଆସର ପାସର ଗଁାମାନକେ ଭିଖ୍‌ ମାଗୁଛନ୍‌। ସେନ୍‌ତା ରାମଦାସ ବି ମାଏକିନାର ସାହାରା ନେଇ ଭିଖ୍‌ ମାଗି କୁଟୁମ ପୁଷୁଛନ୍‌। ପରଶାସନ ଇମାନକୁ ଭିନ୍ନକ୍ଷମ ପରମାନପତର, ଭତା, ଚାଉଲ ଦେଉଛେ ସତ୍‌। ହେଲେ କେଭେ ଚିକିଛା ସାହାଯ୍‌ ନାଇଁ ଦେଇ ବଲି ତିନି ଭାଇ ମନ୍‌ଦୁଖ କରି କହିଛନ୍‌। ହୁଏତ ଆଏଜ୍‌ ବି ଚିକିଛା କଲେ ତିନିଭାଇ ଦୁରୁଷ୍‌ଟି ଶକ୍‌ତି ଫିରିପାଏତେ, ଆଘର ଲେଖେଁ ଦୁନିଅଁାର ରଂଗ ଦେଖିପାରତେ। ଇ ତିନି ଭାଇକର ଉପରେ ଜିଲା ପରଶାସନ ଆର ସ୍ବାସ୍ଥ୍ୟ ବିଭାଗ ଦୁରୁଷ୍‌ଟି ଦେଇ ଚିକିଛା ସାହାଯ୍‌, ମାସିକ ୩୫ କେ.ଜି. ଲେଖେଁ ଚାଉଲ ଜୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ମୁଖିଆ ଚିକିଛା ଅଧ୍‌କାରୀ ଜଗୁଲାଲ ଅଗ୍ରଓ୍ବାଲକୁଁ ପଚ୍‌ରାଲାରୁ ଆମେ ଖାଲି ଭିନ୍ନକ୍ଷମ ପରମାନପତର ଦେଇ ପାରମୁ, ଇଥ୍‌ରେ ସେମାନେ ଭତା ପାଇପାରବେ। ବାକି କିଛି ସୁବିଧା ଯୁଗେଇ ଦେବାର ସମ୍‌ଭବ ନୁହେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର,...

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।...

ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର...

ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ...

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କିଏ: ଜୟଶଙ୍କର କହିଲେ ଏମିତି କଥା…

ସମ୍ବଲପୁର, ୬ା୫(ଭବାନୀ ଶଙ୍କର ଭୋଇ):ଭାଷା ସାହିତ୍ୟ, ସଂସ୍କୃତି, ଇତିହାସ ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାର ପରିଚୟ। ପ୍ରାକୃତିକ ସମ୍ବଳରେ ଭରା ଏକ ସମୃଦ୍ଧ ରାଜ୍ୟରେ...

ନିର୍ବାଚନ ପରେ ବିରୋଧୀଙ୍କ ଦେଖାପାଇବେନି

ସୋନପୁର/ବିନିକା/ଉଲୁଣ୍ଡା/ଅମରପାଲି,୬।୫(ମୃତ୍ୟୁଞ୍ଜୟ ତପଥୀ/ରାମଗୋପାଳ ବାଘ/ଉରୁକ୍ରମ ପାଣ୍ଡିଆ/ପୀତାମ୍ବର ସାହୁ):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ରବିବାର ସୁବର୍ଣ୍ଣପୁର ଜିଲା ସୋନପୁର ନିର୍ବାଚନମଣ୍ଡଳୀର ସିଆଲି ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀର କଇରାଝୁଲିରେ ନିର୍ବାଚନୀ...

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri