Posted inଜାତୀୟ

ଅଭିନନ୍ଦନଙ୍କ ଗେମ୍‌କୁ ‘ବେଷ୍ଟ ଗେମ’ ପାଇଁ ଚୟନ କଲା ଗୁଗଲ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ ବାୟୁ ସେନାର ଭିଡିଓ ଗେମ୍‌ Indian Air Force: A Cut Aboveକୁ ‘ବେଷ୍ଟ ଗେମ-୨୦୧୯’ର ‘ୟୁଜର୍ସ ଚଏସ୍‌ ଗେମ୍‌’ କ୍ୟାଟେଗୋରୀରେ ଚୟନ କରିଛି ଗୁଗଲ। ଭାରତୀୟ ବାୟୁସେନା ନିଜର ପ୍ରଥମ ଭିଡିଓ ଗେମ୍‌ର ଏହି ସଫତଳାକୁ ନେଇ ବେଶ୍‌ ଉତ୍ସାହିତ ହୋଇଛି। ବାୟୁସେନା ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଏହି ଗେମ୍‌କୁ ଜିତାଇବା ପାଇଁ ଭୋଟ କରିବାକୁ ନିବେଦନ କରଛି। ଚଳିତ ବର୍ଷ ଜୁଲାଇ ୩୧ରେ ଏହି ଗେମ୍‌କୁ ଲଞ୍ଚ କରାଯାଇଥିଲା। ଭାରତୀୟ ବାୟୁସେନା ପ୍ରତି ଯୁବକଙ୍କୁ ଆକର୍ଷିତ ଏବଂ ସେମାନଙ୍କ ମଧ୍ୟରେ ଦେଶ ସେବା ଭାବନା ଜାଗ୍ରତ କରିବା ପାଇଁ ପୂର୍ବତନ ବାୟୁସେନା ଅଧ୍ୟକ୍ଷ ବି.ଏସ. ଧନଓ୍ବା ଏହି ଗେମ୍‌କୁ ଲଞ୍ଚ କରିଥିଲେ। ଗେମ୍‌କୁ ଲଞ୍ଚ ହେବାର କିଛି ମାସ ହୋଇଥିଲେ ମଧ୍ୟ ଏହା ୟୁଜର୍ସଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ପ୍ଲେ ଷ୍ଟୋରରୁ ଏହି ଗେମ୍‌କୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଥର ଡାଉନଲୋଡ୍‌ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୦୨୬ ମାସିକ ରାଶିଫଳ: ବଦଳିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ ୧୨ ରାଶି ପାଇଁ କେମିତି ରହିବ ମାସ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହେବାକୁ ଯାଉଛି। ଏହି ମାସରେ ଅନେକ ପ୍ରମୁଖ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ ୧୨ଟି…

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ: ୭୦+ ମନ୍ତ୍ରୀଙ୍କ କଟିବ ପତ୍ତା! ଯୁବ-ମହିଳାଙ୍କୁ ମିଳିବ…

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯୁବ ଓ ମହିଳାଙ୍କୁ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱ…

ନେପାଳ ବନ୍ୟାରେ ଫସି ରହିଥିବା ଭାରତୀୟଙ୍କ ପାଇଁ MEA ଜାରି କଲା ହେଲପ ଲାଇନ

ନୂଆଦିଲ୍ଲୀ,୨୭।୮: ବୁଧବାର ନେପାଳର ରାସୁୱା ଜିଲାର ତିବ୍ଦତ ସୀମା ନିକଟରେ ହଠାତ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରିପୋର୍ଟ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଅତି କମରେ…

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

କଟକଣା ଲଗାଇ କିଛି କରିପାରିବ ନାହିଁ ଆମେରିକା

ତେହେରାନ, ୨୭।୮: ନୂତନ ଆର୍ଥିକ କଟକଣା ଦ୍ୱାରା ଆମେରିକା କିଛି ହାସଲ କରିପାରିବ ନାହିଁ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି। ଆଇଏଏସ୍‌ଏନ୍‌ଏ ଖବର…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri