ଅବାଧ ପଞ୍ଚାୟତ ନିର୍ବାଚନ ଲାଗି ପୋଲିସକୁ ଚ୍ୟାଲେଞ୍ଜ

ଛତ୍ରପୁର,୧୩।୨(ଡି.ଏନ.ଏ.) ଗଞ୍ଜାମ ଜିଲାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ଅବାଧ ହେବ ସେନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁସବୁ ସ୍ଥାନରେ ବିଶୃଙ୍ଖଳା କିମ୍ବା ହିଂସା ଘଟିଥିଲା ଉକ୍ତ ସ୍ଥାନ ପ୍ରତି ପୋଲିସ ପକ୍ଷରୁ ସ୍ବତନ୍ତ୍ର ଦୃୃଷ୍ଟି ରଖାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି ା ଏଥିସହ ପୁରୁଣା ଅପରାଧୀ ଓ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ନଁାରେ ୧୦୭ ମାମଲାରେ ନୋଟିସ୍‌ ଦିଆଯାଉଛି। ଶେରଗଡ ଥାନା ପୋଲିସ ପକ୍ଷରୁ ୨୧୩, ବୁଗୁଡା ପୋଲିସ ପକ୍ଷରୁ ୩୮୬ ଜଣଙ୍କ ବିରୋଧରେ ଏଭଳି ନୋଟିସ୍‌ ଜାରି କରାଯାଇଛି ା ବନ୍ଧୁକ ଓ ପିସ୍ତଲ ଧାରୀମାନେ ଏଗୁଡିକୁ ସ୍ଥାନୀୟ ଥାନାରେ ଜିମା ଦେବାକୁ କୁହାଯାଇଛିା ଅତିସ୍ପର୍ଶକାତର ଓ ସମ୍ବେଦନଶୀଳ ବୁଥ୍‌ରେ ସଶସ୍ତ୍ର ବାହିନୀ ସହ ସ୍ବତନ୍ତ୍ର ଅଫିସର ନିୟୋଜିତ କରାଯିବ ା ସିିିସିଟିଭି ଲଗାଯିବା ସହ ଏଭଳି ବୁଥ୍‌ ଅଞ୍ଚଳରେ ଅଧିକ ପାଟ୍ରୋଲିଂ କରାଯିବ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି ା
କେଉଁଠି ଗଣ୍ଡଗୋଳ ହୋଇଥିଲା, ନିକଟରେ କେଉଁଠି ହିଂସାକାଣ୍ଡ ଘଟିଛି ତାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ସ୍ଥିର ହୋଇଛି ା ଅଧିକ ଭୋଟର କିମ୍ବା ବୁଥ୍‌ ଥିଲେ ତଦନୁସାରେ ଫୋର୍ସ ମୁତୟନ ହେବେ ବୋଲି କୁହାଯାଇଛି ା ନିର୍ବାଚନ ପରିଚାଳନା ଦୃଷ୍ଟିରୁ ସମଗ୍ର ଜିଲାରେ ୩ ହଜାରରୁ ଊର୍ଦ୍ଧ୍ୱ ଗାଡି ରକ୍ୟୁଜିଶନ୍‌ କରାଯାଇଥିବା ବେଳେ ଗଞ୍ଜାମ ପୋଲିସ ଦ୍ୱାରା ଫୋର୍ସ ପାଇଁ ୧୩୫ ଯାନବାହନ ରିକ୍ୟୁଜିଶନ୍‌ କରାଯାଇଥିବା ଜଣାପଡିଛି। ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ଥାନାରେ ଜିମା ଦେବାକୁ ପୋଲିସ ପକ୍ଷରୁ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ପୁରୁଷୋତ୍ତମପୁର ଓ ଖଲ୍ଲିକୋଟ ଥାନା ଅଞ୍ଚଳରେ ପୁରୁଣା ଅପରାଧୀଙ୍କୁ ପଳାତକ ଘୋଷଣା କରି ସେମାନଙ୍କ ଘର ଆଗରେ ଆମତ୍ସମର୍ପଣ କିମ୍ବା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଲଟ୍‌କା ଟଙ୍ଗାଯାଇଛିା ଖୋର୍ଦ୍ଧା ଜିଲା ସୀମାରୁ ଆରମ୍ଭ କରି ଆରପଟେ କନ୍ଧମାଳ ଓ ଗଜପତି, ପୁଣି ଅନ୍ୟପଟେ ନୟାଗଡ ଜିଲା ସୀମା ପର୍ଯ୍ୟନ୍ତ ଗଞ୍ଜାମ ପୋଲିସ ଜିଲାର ଇଲାକା ରହିଛିା ଏଥିସହ ମାଓବାଦୀ ଉପଦ୍ରୁତ କନ୍ଧମାଳ ଜିଲା ସହ ସଂଲଗ୍ନ ଗଞ୍ଜାମ ପୋଲିିସ ଜିଲାର ସୋରଡା, ବଡଗଡ, ତାରସିଂ ଓ ଭଞ୍ଜନଗର ଥାନାର ଦୁର୍ଗମ ତଥା ଆଦିବାସୀବହୁଳ ଅଞ୍ଚଳ ରହିଛି ା ନିର୍ବାଚନ ସୁରୁଖୁରୁରେ ପରିଚାଳନା ଲାଗି ପୋଲିସକୁ ଏକ ଚ୍ୟାଲେଞ୍ଜ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

ନିର୍ବାଚନ ମଇଦାନରେ ନବୀନ ଷଷ୍ଠ, ବିକ୍ରମ ଆରୁଖ ସପ୍ତମ

ବ୍ରହ୍ମପୁର,୨୮ା୪(ନରସିଂହ ସାହୁ):ଗଞ୍ଜାମ ଜିଲାରୁ ରାଜନୀତି ଆରମ୍ଭ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରମ୍ପରିକ ବିଧାନସଭା କ୍ଷେତ୍ର ହିଞ୍ଜିଳିରୁ ଏଥର ଷଷ୍ଠଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri