ଅପେକ୍ଷା ତିନିବର୍ଷର

ୟା ଭିତରେ ତିନିବର୍ଷ ବିତିଗଲାଣି। ହେଲେ ଗୋଟିଏ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ମିଳି ନ ଥିଲା। କାରଣ କ’ଣ ?
ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ‘ମୁଁ ସପନର ସୌଦାଗର’ରେ ଏହି ଯୋଡ଼ି ପ୍ରଥରଥର ପାଇଁ ସ୍କ୍ରିନ୍‌ ଶେୟାର କରିଥିଲେ। ୟା ଭିତରେ ସେମାନେ ଏକାଠି ୧୭ଟି ସିନେମାରେ ଅଭିନୟ କରିସାରିଲେଣି। ଏଥର ହୁଏତ ଅନେକେ ଜାଣିଯିବେଣି ଯେ, ଏଠାରେ କାହା କଥା ଉଲ୍ଲେଖ କରାଯାଉଛି। ହଁ, ସେହି ରୋମାଣ୍ଟିକ୍‌ ଯୋଡ଼ି ହେଲେ ସବ୍ୟସାଚୀ-ଅର୍ଚ୍ଚିତା। ତିନିବର୍ଷର ଗ୍ୟାପ୍‌ ପରେ ଏହି ଯୋଡ଼ି ପୁଣି ଥରେ ବଡ଼ ପରଦାରେ ମୁହଁ ଦେଖାଇବେ। ଚଳଚ୍ଚିତ୍ରଟି ହେଲା ‘ଅଭିମାନ’। ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜିତ ଏହି ସିନେମାଟି ଚଳିତ ରଥଯାତ୍ରା ଅବସରରେ ପରଦା ଉପରକୁ ଆସିବାର ଯୋଜନା ରହିଛି। ଏହି ଯୋଡ଼ି ସମ୍ପର୍କରେ ସବ୍ୟସାଚୀ କହନ୍ତି, ‘ସବ୍ୟ-ଅର୍ଚ୍ଚିତା ଯୋଡ଼ି ଏପର୍ଯ୍ୟନ୍ତ ଅଭିନୟ କରିଥିବା ୧୭ ସିନେମାରୁ ୭-୮ଟି ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି। ‘ଛାତି ତଳେ ଡିଂ ଡଙ୍ଗ୍‌’ ଏବଂ ‘ହେଲା ମତେ ପ୍ରେମ ଜ୍ୱର’ ପରେ ଅର୍ଚ୍ଚିତା ଏବଂ ମୁଁ ନିଷ୍ପତ୍ତି ନେଲୁ ଯେ ଏଣିକି ଭଲ କାହାଣୀକୁ ଆଧାର କରି ନିର୍ମିତ ହେଉଥିବା ସିନେମାରେ ହିଁ ଅଭିନୟ କରିବୁ। ଏପରି ନିଷ୍ପତ୍ତିର ତିନିବର୍ଷ ପରେ ଥରେ ମୋତେ ସୀତାରାମ ଅଗ୍ରଓ୍ବାଲ କହିଲେ, ଆରେ ଅର୍ଚ୍ଚିତା ଆଉ ତୁମ ଭିତରେ ପାଟିତୁଣ୍ଡ ହୋଇଛି କି? କାହିଁ ଆଉ ଏକାଠି ରୋଲ୍‌ କରୁନ? ମୁଁ ଉତ୍ତର ଦେଲି-ଭଲ କାହାଣୀ ମିଳିଲେ ହିଁ ଏକାଠି ରୋଲ୍‌ କରିବୁ। ତା’ପରେ ସେ ମୋତେ ଆଲୋଚନା ପାଇଁ ଡାକି ‘ଅଭିମାନ’ କାହାଣୀ ବିଷୟରେ ସୂଚନା ଦେଲେ ଏବଂ ତା’ପରେ ମୋତେ ଯେମିତି ଖୋଜିଲା ଚିଜ ମିଳିଯାଇଥିଲା। କମ୍ପ୍ୟୁଟର ଯେମିତି ହ୍ୟାଙ୍ଗ୍‌ ହେଲେ ଭାଇରସ୍‌ କ୍ଲିନ୍‌ କରାଯାଏ, ଠିକ୍‌ ସେମିତି ଏହି ଫିଲ୍ମ ଓଡ଼ିଆ ସିନେମାର ହ୍ୟାଙ୍ଗ୍‌ ଅବସ୍ଥାକୁ ନିଶ୍ଚୟ ବଦଳାଇଦେବ।’ ସିଦ୍ଧାର୍ଥ ମ୍ୟୁଜିକ୍‌ ବ୍ୟାନରରେ ନିର୍ମିତ ‘ଅଭିମାନ’ର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ (ବାପି)।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri