‘ଅପାରଗ କର୍ମଚାରୀ ବିଦା ହେବେ’

ଛତ୍ରପୁର,୩୧ା୫(ଡି.ଏନ.ଏ)- ଶିକ୍ଷା ପରି ଏକ ସମ୍ବେଦନଶୀଳ ବିଷୟ ଉପରେ କୋହଳନୀତି ଅବଲମ୍ବନ କରାଯିବ ନାହିଁ। ସମସ୍ତ କର୍ମଚାରୀ ଦକ୍ଷତାର ସହିତ କାର୍ଯ୍ୟ କରିବେ। ଅପାରଗ କର୍ମଚାରୀଙ୍କୁ ଅନ୍ୟତ୍ର ପଠାଇ ଦିଆଯିବ। ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଗଞ୍ଜାମ ଜିଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଏପରି କହିଛନ୍ତି। ଏଥିସହ କ୍ଷେତ୍ର କର୍ମଚାରୀମାନଙ୍କୁ ଅଧିକ କ୍ରିୟାଶୀଳ ହେବା ପାଇଁ ଜିଲାପାଳ କହିଛନ୍ତି। ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କ ନିରାପତ୍ତା ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ। ଶୁଦ୍ଧ ପାନୀୟଜଳ, ଛାତ୍ରୀଛାତ୍ର ମାନଙ୍କ ପାଇଁ ଅଲଗା ଶୌଚାଳୟ ଏବଂ ବିଦ୍ୟୁତ ସଂଯୋଗ ପ୍ରତି ଅଧିକ ଧ୍ୟାନ ଦିଆଯିବ। ସିଆରସିସି ମାନଙ୍କୁ ୧୫ ଗୋଟି ବିଦ୍ୟାଳୟର ଦାୟିତ୍ୱ ଦିଆଯାଇଥିବାରୁ ସେମାନେ ନିୟମିତ ଏହାକୁ ପରିଦର୍ଶନ କରିବେ ଓ ପରିଦର୍ଶକ ପୁସ୍ତିକାରେ ଦସ୍ତଖତ କରିବେ। ସେମାନଙ୍କ ତଥ୍ୟ ବ୍ଲକ ଶିକ୍ଷାଅଧିକାରୀଙ୍କ ନିକଟରେ ଅବିଳମ୍ବେ ପହଞ୍ଚିବ। ବ୍ଲକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ବିଦ୍ୟାଳୟ ପାଇଁ ଉତ୍ତରଦାୟୀ ରହିବେ। ସ୍କୁଲ ପରିଚାଳନା କମିଟିର ଅବଧି ୩ ବର୍ଷ ହେଉଥିବାରୁ ଅବଧି ଶେଷ ହେବା ପୂର୍ବରୁ ନୂତନ ପରିଚାଳନା କମିଟି ଗଠନ ହେବ ଏବଂ ଶେଷ ଦିବସରେ ଦାୟିତ୍ୱ ହସ୍ତାନ୍ତର ହେବ। ବିଦ୍ୟାଳୟ ଭିତ୍ତିିଭୂମି ବାବଦ ଅସୁବିଧା ତୁରନ୍ତ ଜିଲାପାଳ କିମ୍ବା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଅବଗତ କରିବା ପାଇଁ କୁହାଯାଇଛି। ମୋ ସ୍କୁଲ ଯୋଜନାରେ ସ୍ଥାନୀୟ ଲୋକେ ପ୍ରଦାନ କରିଥିବା ଅର୍ଥ ସେମାନଙ୍କର ସହମତିରେ ବିଦ୍ୟାଳୟ ପାଇଁ ଖର୍ଚ୍ଚ କରାଯିବ। ବିଦ୍ୟାଳୟରେ ୧୦ ତଳକୁ ଛାତ୍ରୀଛାତ୍ର ଥିଲେ ତାହା ବନ୍ଦ କରାଯିବ। ଜିଲାରେ ୪୭ଟି ଏପରି ବିଦ୍ୟାଳୟ ଚିିହ୍ନଟ ହୋଇଥିବାରୁ ତାହାକୁ ତୁରନ୍ତ ବନ୍ଦ କରି ରାଜ୍ୟ ସ୍ତରକୁ ଜଣାଇବା ପାଇଁ ଜିଲାପାଳ କହିଛନ୍ତି। ପ୍ରତ୍ୟେକ ବିଦ୍ୟାଳୟର ପ୍ରାଥମିକ ଚିକିସତ୍ା ବାବଦ ତାଲିମ ସ୍ଥାନୀୟ ଡାକ୍ତରଖାନାରେ ଡାକ୍ତରମାନେ ସମ୍ପୃକ୍ତ ଶିକ୍ଷକ ମାନଙ୍କୁ ପ୍ରଦାନ କରିବେ। ବୈଠକରେ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜିକା ବିନୀତା ସେନାପତି ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri