ଅନ୍ତର୍ଜାତୀୟ ଫ୍ୟାଶନ କ୍ୟାଲେଣ୍ଡର ‘ମିଲନ ୨୦୨୦’ ଉନ୍ମୋଚିତ

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଅନ୍ତର୍ଜାତୀୟ ଫ୍ୟାଶନ କ୍ୟାଲେଣ୍ଡର ‘ମିଲନ ୨୦୨୦’ ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି। ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ୱରର ବିଶାଲ ସୁବୁଦ୍ଧି ଓ ଶିବଦତ୍ତ ସୁବୁଦ୍ଧି ଯୋଗଦେଇ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ। ଏହା ପୂର୍ବ ଭାରତର ପ୍ରଥମ ଅନ୍ତର୍ଜାତୀୟ ଫ୍ୟାଶନ କ୍ୟାଲେଣ୍ଡର ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଅନୁଷ୍ଠାନର ୧୦ଜଣ ଛାତ୍ରୀଛାତ୍ର ନୂଆ ଡିଜାଇନ୍‌ର ପୋଷାକ ତିଆରି କରି ତାହାକୁ ଇଟାଲୀର ମିଲନକୁ ପଠାଯାଇଥିଲା। ଇଟାଲୀର ବହୁ ଅନ୍ତର୍ଜାତୀୟ ମଡେଲ ଏହି ଫ୍ୟାଶନ କ୍ୟାଲେଣ୍ଡରର ଫଟୋ ସୁଟ୍‌ ପାଇଁ ଉକ୍ତ ପୋଷାକ ପିନ୍ଧିଥିଲେ। ପରେ ତାହାକୁ ନେଇ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଥିଲା। ଏହି ପ୍ରୋଜେକ୍ଟରେ କାମ କରିଥିବା ଛାତ୍ରୀଛାତ୍ରମାନେ ହେଲେ ପ୍ରୀତିଲିନା ସାହୁ, ମହେଶ ଦାସ, ପୂଜା ଅଗ୍ରଓ୍ବାଲ, ଲଭ୍‌ଲି ଓ୍ବାଲୋନୀ, ପଦ୍ମିନୀ ବରାଳ, ସାଲିନୀ କୁମାର, ସୁଚିତ୍ରା ଡାଙ୍ଗୁଆ, ଦିଲେଶ୍ୱରୀ ମହାକୁଡ଼, ସୌମ୍ୟାଶ୍ରୀ ଦାସ ଓ ସତ୍ୟ ସନାତନ ପାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

ଏନ୍‌ଏଚ୍–୫୫ ନିର୍ମାଣରେ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀ, ଏସଡିଓ ଓ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏଫ୍‌ଆଇଆର୍

ଜଗତସିଂହପୁର, ୬।୭: ଜାତୀୟ ରାଜପଥ–୫୫ (ଏନ୍‌ଏଚ୍–୫୫)ର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତି ଏବଂ ନିମ୍ନମାନର କାମକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂଆ ମାର୍ଗଦର୍ଶିକା, ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବେ…

ଭୁବନେଶ୍ବର,୬ା୭: ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏଣିକି ବର୍ଷକୁ ୪ଟି ପରୀକ୍ଷୀ ଦେବାକୁ ହେବ । ପୂର୍ବରୁ ବର୍ଷକୁ ଦୁଇଟି ପରୀକ୍ଷା ହେଉଥିବା ବେଳେ ବର୍ତ୍ତମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ  (ଡିସିପି) ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି,…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର  ଡେପୁଟି କମିଶନର ଅଫ୍ ପୋଲିସ(ଡିସିପି) ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ଯାହାକି ରାଜଧାନୀ ପୋଲିସକୁ ଆଶ୍ଚର୍ଯ୍ୟ କରିଦେଇଛି। ବ୍ୟକ୍ତିଗତ କାରଣରୁ ସେ ଚାକିରି…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri