Posted inଖେଳ

ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ପାଳନ ଅବସରରେ ଓ୍ବେବିନାର୍‌

ନୂଆଦିଲ୍ଲୀ, ୨୪ା୬: ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ପାଳନ ଅବସରରେ ନାଭାଲ ଟାଟା ହକି ଏକାଡେମୀ ସହଯୋଗରେ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କ୍ରୀଡ଼ା କିମ୍ବଦନ୍ତୀ ଏବଂ ପ୍ରଶାସକମାନଙ୍କୁ ନେଇ ଏକ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଲୋଚନାର ବିଷୟବସ୍ତୁ ଥିଲା ‘ ମୋମେଣ୍ଟମ ଟୁଓ୍ବାଡର୍‌ସ ପୋଷ୍ଟ କୋଭିଡ୍‌-୧୯ ଅଲିମ୍ପିକ୍ସ’। ଏଥିରେ ଲିଆଣ୍ଡର ପେସ୍‌, ଅଭିନବ ବିନ୍ଦ୍ରା, ଅଞ୍ଜୁ ବବି ଜର୍ଜ ଓ ନେଦରଲାଣ୍ଡର ପୂର୍ବତନ ଡ୍ରାଗ୍‌ ଫ୍ଲିକ୍‌ ସ୍ପେଶାଲିଷ୍ଟ ଫ୍ଲୋରିସ ବୋଭେଲାଣ୍ଡର ଆଦି କ୍ରୀଡ଼ା କିମ୍ବଦନ୍ତୀଙ୍କ ସହ ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ଡ. ନରିନ୍ଦର ଧ୍ରୁବ ବାତ୍ରା, ଓଡ଼ିଶା ଖଣି ନିଗମ ପରିଚାଳନା ନିର୍ଦ୍ଦେଶକ ଓ ଯୁବକ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଭିନିଲ୍‌ ଆର୍‌. କ୍ରିଷ୍ଣା, ଟାଟାଷ୍ଟିଲ କର୍ପୋରେଟ୍‌ ସର୍ଭିସେସ୍‌ର ଉପସଭାପତ ତଥା ହକି ଏସ୍‌ ଫାଉଣ୍ଡେଶନର ଚେୟାରମ୍ୟାନ ଚାଣକ୍ୟ ଚୌଧାରୀ ଓ ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ ପ୍ରମୁଖ ଅଂଶଗ୍ରଣ କରିଥିଲେ। ଅଲିମ୍ପିକ ଗେମ୍ସରେ ସଫଳତା ହାସଲ କରିବାକୁ ହେଲେ ମିଳିମିଶି କାର୍ଯ୍ୟକରିବା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା। ଓ୍ବେବିନାରର ପରିଚାଳନା କରିଥିଲେ ପୂର୍ବତନ କ୍ରିକେଟର ଦୀପ୍‌ ଦାସଗୁପ୍ତା। ଏହି ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ବାତ୍ରା କହିଥିଲେ ଆସନ୍ତା ବର୍ଷଆମପାଇଁ ଗୁରୁତ୍ୱପୂର୍ଣ୍ଣ। ଅଲିମ୍ପିକ୍ସ ପାଇଁ ଆମ ଦେଶରୁ ଇତିମଧ୍ୟରେ ୭୮ଜଣ ଯୋଗ୍ୟତା ହାସଲ କରିସାରିଛନ୍ତି। କରୋନାଭାଇରସ୍‌ର ପ୍ରଭାବ ଥମିଯିବା ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ କ୍ୱାଲିଫାଇଂ ମିଟ୍‌ ଆରମ୍ଭ ହୋଇଗଲେ ଭାରତ ଟୋକିଓ ଗେମ୍ସକୁ ରେକର୍ଡ ସଂଖ୍ୟକ ୧୨୫ ଆଥଲେଟ ପଠାଇବ ବୋଲି ସେ ଦୃଢ ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri