ଅଧିକାରୀଙ୍କ ଦାୟିତ୍ୱହୀନତା ଲାଗି ବୀମା ପାଇବାରୁ ଚାଷୀ ବଞ୍ଚିତ : ସମ୍ପାଦକ, ମ୍ୟାନେଜର ପରସ୍ପର ଦୋଷାରୋପ

ଦଶରଥପୁର,୨୩ା୯(ଡିଏନ୍‌ଏ): କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ (ସିସିସିବି) ଦଶରଥପୁର ଶାଖା ଅଧୀନରେ ଦଶରଥପୁର ବ୍ଲକର ୧୩ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ରହିଛି ା ଏହି ସମବାୟ ସମିତି ମଧ୍ୟରୁ ମଙ୍ଗଳପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ଦୁର୍ନୀତି ପଦାକୁ ଆସିବା ପରେ ଅନ୍ୟ ସମବାୟ ସମିତିରେ ମଧ୍ୟ ସମାନ ଧରଣର ଦୁର୍ନୀତି ହୋଇଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ମଙ୍ଗଳପୁର ସମବାୟ ସମିତି ଉପରେ ବିଭାଗୀୟ ଅଧିକାରୀମାନେ ଚଢାଉ କରି ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ। ଏଥିରେ ସମ୍ପୃକ୍ତ ସମବାୟ ସମିତି ସମ୍ପାଦକ ରଜତ ରାୟ ଏବଂ ପିଅନରୁ ଚଞ୍ଚକତା କରି ସହସମ୍ପାଦକ ହୋଇଥିବା ଜଗନ୍ନାଥ ଯେନାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଏହାପରେ ଅନ୍ୟ ସମବାୟ ସମିତିଗୁଡ଼ିକରେ ତଦନ୍ତ କରିବାକୁ ଚାଷୀମାନେ ଦାବି କରିଥିଲେ ମଧ୍ୟ ତଦନ୍ତ ଅଧିକାରୀମାନେ ତଦନ୍ତ ହେବ ବୋଲି କହି ଚୁପ୍‌ ହୋଇ ବସିଯାଇଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଏହି ସେବା ସମବାୟ ସମିତିରୁ ଋଣ କରିଥିବା ଥାଲକୁଡି ପଞ୍ଚାୟତର ୧୦୩ ଜଣ ଚାଷୀ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ବୀମା ଅର୍ଥ ପାଇନାହାନ୍ତି। ଏ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି। ମଙ୍ଗଳପୁର ସମବାୟର ସମିତିର ସେକ୍ରେଟାରୀ ନିରୋଧ କୁମାର ରାୟଙ୍କୁ ଚାଷୀଙ୍କୁ ଅର୍ଥ ପ୍ରଦାନରେ ବିଳମ୍ବ ହେଉଥିବା ସମ୍ପର୍କରେ ପଚାରିବାରୁ, ବ୍ୟାଙ୍କ ମ୍ୟାନେଜର ଅର୍ଡର କଲେ ଯାଇ ଚାଷୀଙ୍କର ବିଭିନ୍ନ ଦସ୍ତାବିଜ୍‌ ପଠାଯିବ। ଏହାପରେ ଥାଲକୁଡି କଥା ବୁଝାଯିବ ବୋଲି କହିଥିଲେ। ତେବେ ସିସିସିବିର ଦଶରଥପୁର ଶାଖା ମ୍ୟାନେଜର ପଦ୍ମଲୋଚନ ଦାସ କହିଛନ୍ତି ଯେ, ସେକ୍ରେଟାରୀ ଚାଷୀଙ୍କ ଆବଶ୍ୟକ କାଗଜପତ୍ର ପଠାଇଲେ ସେମାନଙ୍କୁ ଅର୍ଥ ପ୍ରଦାନ କରାଯିବ। ମାତ୍ର ସେ ପଠାଇ ନାହାନ୍ତି, ପଠାଇଲା ପରେ ଶୀଘ୍ର ହୋଇଯିବ କହିଛନ୍ତି। ତେବେ ସମ୍ପାଦକ ଓ ମ୍ୟାନେଜର ପରସ୍ପରକୁ ଦୋଷାରୋପ କରୁଥିବାବେଳେ ହନ୍ତସନ୍ତ ହେଉଛନ୍ତି ଚାଷୀ। ଏହାସହିତ ଥାଲକୁଡି ପଞ୍ଚାୟତର ୨୫୭ଜଣ ଚାଷୀ ବୀମାଭୁକ୍ତ ହୋଇଥିବାବେଳେ ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ବୀମାଭୁକ୍ତ ଚାଷୀଙ୍କ ନାମ ଭୁଲ୍‌ ରହିଥିବାରୁ ୧୦୩ ଜଣ ଚାଷୀ ବୀମାଅର୍ଥ ପାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ଯାହାକୁ ନେଇ ଚାଷୀମାନେ ଅନଶନ କରିବେ ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପ୍ରଭାବରେ ବେହାଲ ବଣାଇଁ ଅଞ୍ଚଳ; ବାଗୁନ ନାଳରେ ଭାସିଗଲା ବାଇକ, ଅଫିସରେ ଆଣ୍ଠୁଏ ପାଣି

ବଣାଇଁ,୨୮।୭( ପ୍ରଦୀପ ତ୍ରିପାଠୀ ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଫଳରେ ଏକ ପ୍ରକାର ଜନଜୀବନ ପ୍ରଭାବିତ…

ୟୁପିରେ ଏସ୍‌ପି-କଂଗ୍ରେସ ପାଇଁ ଅଡ଼ୁଆ ହେଲା କି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗ? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ, ୨୮।୭: ଭାରତୀୟ ଜନତା ପାର୍ଟିର ନେତା ତଥା ଓଡ଼ିଶାର ସମ୍ବଲପୁରରୁ ସାଂସଦ ଥିବା ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ବଡ଼ ଆଡମ୍ବରରେ ଉତ୍ସବ ପାଳନ କଲା CJP; ହେଲେ ବଡ଼ କଥା କହିଦେଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କୋକ୍ରୋଚ ଜନତା ପାର୍ଟି (CJP)ର ସଦସ୍ୟମାନେ ହୋଟେଲରେ ମହା ଆଡମ୍ବରରେ ଉତ୍ସବ ପାଳନ କରୁଥିବା ଏକ…

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶେଷ ବିଦାୟ: ସାମିଲ ହେଲେ ହଜାର ହଜାର ଲୋକ

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୁଶାନ୍ତ ସିଂଙ୍କୁ ମଙ୍ଗଳବାର ଶେଷ ବିଦାୟ ଦିଆଯାଉଛି। ଏହି କ୍ରମରେ ସକାଳୁ ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦିପାଲି…

ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବଡ଼ ବୟାନ, ଜାଣନ୍ତୁ ତାଙ୍କର ଉଦ୍ଦେଶ୍ୟ କ’ଣ

ଜେରୁଜେଲମ,୨୮।୭: ଇରାନ ସହିତ ଯୁଦ୍ଧ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକାରେ ପହଞ୍ଚିଛନ୍ତି। ଆମେରିକା ଯିବା ପୂର୍ବରୁ, ନେତାନ୍ୟାହୁ…

ଇସ୍ତଫା ଦେବା ପରେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିବେ ଧର୍ମେନ୍ଦ୍ର! ଭାଜପାରେ ହେବ…

ଭୁବନେଶ୍ବର,୨୮।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି । ମଙ୍ଗଳବାର…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପ୍ରସଙ୍ଗରେ ବଡ଼ ଖୁଲାସା! ପ୍ରଥମେ CJPକୁ ସରକାର ଦେଇଥିଲେ ଏହି ଅଫର, ହେଲେ…

ନୂଆଦିଲ୍ଲୀ, ୨୮।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ସରକାରଙ୍କ ପ୍ରତିନିଧି…

କାଙ୍କଡ଼ ୮୦, ଗାଜର କିଲୋ ୧୨୦ ଟଙ୍କା : ବର୍ଷା ଋତୁରେ ବଢୁଛି ପନିପରିବା ଦର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆଖ ପାଖ ଅଞ୍ଚଳରେ ପନିପରିବା ଚାଷ କମ ପରିମାଣରେ ବଜାରକୁ ଆସୁଅଛି। କିନ୍ତୁ ବ୍ୟବସାୟୀମାନେ ରାୟପୁର ଯାଇ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri