ଅତ୍ୟଧିକ ଅପିଲ: କୋହଲିଙ୍କୁ ଜରିମାନା

ସାଉଥାମ୍ପଟନ, ୨୪।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ଆକ୍ରମଣାତ୍ମକ ଢଙ୍ଗରେ ଅତ୍ୟଧିକ ଅପିଲ କରିଥିବାରୁ ତାଙ୍କ ଉପରେ ମ୍ୟାଚ୍‌ ପାଉଣାର ୨୫ ପ୍ରତିଶତ ଜରିମାନା ଆକାରରେ ଦେବାକୁ କୁହାଯାଇଛି। ଏହି କ୍ରମରେ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଆଚରଣବିଧିର ୨.୧ ନିୟମ ଉଲ୍ଲଂଘନ କରିଛନ୍ତି। ମ୍ୟାଚ୍‌ର ୨୯ତମ ଓଭରରେ ଯଶପ୍ରୀତ ବୁମ୍‌ରାଙ୍କ ଏକ ବଲ ରହମତ ଶାହାଙ୍କ ପ୍ୟାଡ୍‌ରେ ବାଜିଥିଲା। ଏଲ୍‌ବିଡବ୍ଲ୍ୟୁ ପାଇଁ ଅପିଲ ମଧ୍ୟ କରାଯାଇଥିଲା। ତେବେ କୋହଲି ଅମ୍ପାୟର ଆଲିମ ଦାରଙ୍କ ନିକଟକୁ ମାଡିଯାଇ ଜୋରଦାର ଅପିଲ କରିଥିଲେ। କୋହଲି ଏହା ଦ୍ୱାରା ଆଚରଣବିଧିର ଉଲ୍ଲଂଘନ କରିଥିଲେ ବୋଲି ଆଇସିସି ତରଫରୁ କୁହାଯାଇଥିଲା। ସେ ମଧ୍ୟ ତାଙ୍କ ତ୍ରୁଟି ସ୍ବୀକାର କରିବା ସହ ଜରିମାନାକୁ ଗ୍ରହଣ କରିଛନ୍ତି। ଫଳରେ ଏହି ଘଟଣାରେ କୌଣସି ଶୁଣାଣିର ଆବଶ୍ୟକତା ନାହିଁ ବୋଲି ଆଇସିସି ମ୍ୟାଚ୍‌ ରେଫରି କ୍ରିସ ବ୍ରଡ କହିଛନ୍ତି। ଦୁଇ ଫିଲ୍ଡ ଅମ୍ପାୟର ଅଲିମ ଦାର ଓ ରିଚାର୍ଡ ଇଲିଙ୍ଗଓ୍ବର୍ଥ, ତୃତୀୟ ଅମ୍ପାୟର ରିଚାର୍ଡ କେଟିଲବରୋ ଓ ଚତୁର୍ଥ ଅମ୍ପାୟର ମାଇକେଲ ଗଫ୍‌ କୋହଲିଙ୍କ ବିରୋଧରେ ଏ ନେଇ ଅଭିଯୋଗ ଆଣିଥିଲେ।
ଉଲ୍ଲେଖଥାଉ କି, ଏପରି ଅଭିଯୋଗରେ ଜଣେ ଖେଳାଳିଙ୍କୁ ସର୍ବାଧିକ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା ଆକାରରେ ଦେବାକୁ ହୋଇଥାଏ ଓ ଅତିକମ୍‌ରେ ଚେତାବନୀ ଦେଇ ସତର୍କ କରାଯାଇଥାଏ। ଏଥି ସହିତ ଗୋଟିଏ କିମ୍ବା ଦୁଇଟି ଡିମେରିଟ ପଏଣ୍ଟ ପେନାଲ୍ଟି ଆକାରରେ ଦିଆଯାଇଥାଏ। ପୂର୍ବରୁ ମଧ୍ୟ କୋହଲି ୨୦୧୮ ଜାନୁୟାରୀ ୧୫ ତାରିଖରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରିଟୋରିଆ ଟେଷ୍ଟରେ ଏହି ଭଳି ଆଚରଣ ପ୍ରଦର୍ଶନ କରିଥିଲେ ଓ ଗୋଟିଏ ଡିମେରିଟ୍‌ ପଏଣ୍ଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri