ଚନ୍ଦ୍ରଗିରି,୨୨ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ ଯୋଜନା କରିବା ଜଣେ ଦୈନିକ ଖବରକାଗଜର ଏଜେଣ୍ଟ/ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ସମ୍ପୃକ୍ତ ଖବରଦାତାଙ୍କ ବିରୋଧରେ ମୋହନା ଥାନାରେ ଲିଖିତ ଏତଲା ଦେଇଛନ୍ତି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ। ମୋହନା ପୋଲିସ ନଂ.୧୪୨/୧୯ରେ ମାମଲା ରୁଜୁ କରି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଗିରଫ ଭୟରେ ସମ୍ପୃକ୍ତ ସାମ୍ବାଦିକ ଫେରାର ହୋଇଯାଇଛନ୍ତି।
ସୂଚନା ପ୍ରକାରେ, ଗତ ୧୭ ଅଗଷ୍ଟ ସନ୍ଧ୍ୟାରେ ଏକ ଦୈନିକ ଖବରକାଗଜର ମୋହନା ଏଜେଣ୍ଟ ତଥା ଖବରଦାତା ଅଂଶୁମାନ ପଣ୍ଡା କର୍ଚ୍ଚବାଡି ବାଲିଘାଟରୁ ଗୋଟିଏ ଟ୍ରାକ୍ଟର ବେଆଇନ ବାଲି ଉଠାଣ କରୁଥିବାବେଳେ ଏକ ନମ୍ବର ବିହୀନ ବୋଲେରୋରେ କେତେଜଣ ସହଯୋଗୀଙ୍କ ସହ ଯାଇ ଟ୍ରାକ୍ଟର ଚାଳକଙ୍କୁ ଆବଶ୍ୟକୀୟ କାଗଜପତ୍ର ମାଗିଥିଲେ। ମାତ୍ର ସେ କୌଣସି କାଗଜପତ୍ର ଦେଖାଇପାରି ନଥିଲେ। ପରେ ଅଂଶୁମାନ ନିଜକୁ ମୋହନା ଅତିରିକ୍ତ ତହସିଲଦାରଙ୍କ ପରିଚୟ ଦେଇ ଚାଳକ ପିତର ମଲ୍ଲିକ ଏବଂ ସୁପରଭାଇଜର ଚିଣ୍ଟୁ ଦଳାଇଙ୍କୁ ବୋଲେରୋରେ ବସିବା ପାଇଁ କହିବା ସହ ଟ୍ରାକ୍ଟରରୁ ଚାବି କାଢି ନେଇଥିଲେ। ପରେ ମାମଲା ରଫାଦଫା ପାଇଁ ୧୫ ହଜାର ଟଙ୍କା ଦାବି କରିଥିଲେ। ସେମାନେ ଟଙ୍କା ନଦେବାରୁ ଅଂଶୁମାନ ପିତର ଓ ଚିଣ୍ଟୁଙ୍କୁ ମୋହନା ତହସିଲଦାରଙ୍କ ନିକଟରେ ହାଜର କରିଥିଲେ। ସେଠାରେ ପିତର ଓ ଚିଣ୍ଟୁ ଅତିରିକ୍ତ ତହସିଲଦାର ପରିଚୟ ଦେଇ ସମ୍ପୃକ୍ତ ଯୁବକ ୧୫ହଜାର ଟଙ୍କା ମାଗୁଥିବା ଅଭିଯୋଗ କରିଥିଲେ। ତହସିଲଦାର ସମସ୍ତ ଘଟଣାର ଅନୁଧ୍ୟାନ କରିବା ସହ ବେଆଇନ ବାଲିଚାଲାଣ ଅଭିଯୋଗରେ ଉକ୍ତ ଗାଡ଼ି ମାଲିକଙ୍କ ଠାରୁ ୭୧୦୫ ଟଙ୍କା ଜରିମାନା ଆଦାୟ କରିଥିଲେ। ପରେ ମୋହନା ଥାନାରେ ନକଲି ଅତିରିକ୍ତ ତହସିଲଦାର ଅଂଶୁମାନଙ୍କ ବିରୋଧରେ ବୁଧବାର ସନ୍ଧ୍ୟାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଅଂଶୁମାନ ଫେରାର ହୋଇଯାଇଛନ୍ତି। ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋହନା ଥାନାଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।
ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ଏତଲା ଦେଲେ ତହସିଲଦାର
Posted inଆମ ଜିଲା ଖବର, ଗଜପତି View All
ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ…
ପୁରୀ,୨୧ା୭(ଅଜିତ୍ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…
କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ
ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…
ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ
ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…
ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ
ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…
ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା
ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…
ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…
ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…
ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ
ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…
ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର
ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…
Archives

