ଅଜବ ମେଣ୍ଟ

ଆକାର ପଟେଲ
କଂଗ୍ରେସ ଓ ଜାତୀୟତାବାଦୀ କଂଗ୍ରେସ ଦଳ (ଏନ୍‌ସିପି)କୁ ସାଙ୍ଗରେ ନେଇ ଶିବସେନା ଯଦି ସରକାର ଗଢ଼େ ତେବେ ମହାରାଷ୍ଟ୍ରରେ ଏହା ସମ୍ପୂର୍ଣ୍ଣ ଏକ ଅଜବ ମେଣ୍ଟ ସରକାର ହେବ। ଏତେ ଅଜବ ଯେ, ନିର୍ବାଚନ ପୂର୍ବରୁ ତାହା କେବେ ଆଶା କରାଯାଇ ନ ଥିଲା କି ଚିନ୍ତା ବି କରାଯାଇ ନ ଥିଲା। ତିନି ଦଶନ୍ଧି ହେଲା ଠାକ୍‌ରେ ପରିବାର ଭାରତୀୟ ଜନତା ପାର୍ଟି (ଭାଜପା) ସହ ମେଣ୍ଟ କରି ରହିଆସୁଥିଲେ। ପ୍ରତିଥର ଆସନ ବୁଝାମଣାକୁ ନେଇ ଶିବସେନା ଅସନ୍ତୋଷ ଓ କ୍ରୋଧ ପ୍ରକାଶ କରେ। ପ୍ରତିଥର ଶିବସେନା ଯେତିକି ପାଇବା କଥା ତା’ଠୁ ଅଧିକ ଆସନ ଦାବିକରେ। ପୁଣି ପ୍ରତିଥର ଭାଜପା ଧୈର୍ଯ୍ୟର ସହ ଏହାର ସମାଧାନ କରେ କାରଣ ଏହା ଜାଣିଥିଲା ଯେ ଦିନେ ନା ଦିନେ ଦଳ ସମଗ୍ର ମହାରାଷ୍ଟ୍ରକୁ କବ୍‌ଜା କରିନେବ ଏବଂ ନେଲା ମଧ୍ୟ। ଶିବସେନା ସହ ମେଣ୍ଟ ରାଜନୀତିର ଲମ୍ବା ଖେଳ ଖେଳିବାରେ ଭାଜପା ଅସୀମ ଧୈର୍ଯ୍ୟ ଓ ଶୃଙ୍ଖଳା ରକ୍ଷା କରିଆସିଛି। ସେନା ସବୁବେଳେ ବହିର୍ମୁଖୀ ଓ ଆତ୍ମସଂଯମହୀନ। ଏହା କୌଣସି ବିଷୟରେ ସର୍ବସାଧାରଣରେ ଘନ ଘନ ନିଜର ମତ ବଦଳାଇପାରେ, ଯାହା କଂଗ୍ରେସ ଓ ଏନ୍‌ସିପି ପରେ ଅନୁଭବ କରିବେ। ସେନାର ଖବରକାଗଜ ‘ସାମ୍‌ନା’ର ପ୍ରଥମ ପୃଷ୍ଠାରେ ଶିବସେନା ମୁଖ୍ୟଙ୍କ ସାକ୍ଷାତ୍‌କାର ନିୟମିତ ପ୍ରକାଶ ପାଏ। ଏହା ମାଧ୍ୟମରେ ଦଳର ସମ୍ବିଧାନ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରେ। ସ୍ଥାନୀୟ ଖବରକାଗଜ ଓ ଚାନେଲଗୁଡ଼ିକ ତାହାକୁ ନେଇ ଖବର କରନ୍ତି। ଏସବୁ ମରାଠୀ ଭାଷାରେ ହୋଇଥିବାରୁ ଦେଶର ଅନ୍ୟ ଅଞ୍ଚଳର ଲୋକମାନେ ସେନା କେତେ ଅସ୍ଥିର ତାହା ଜାଣିବା କଷ୍ଟକର। ତଥାପି ତାହା ଜାଣିବାକୁ ବେଶିଦିନ ଲାଗିବ ନାହିଁ। ଆଦର୍ଶଗତ ଦୃଷ୍ଟିରୁ ସେନାକୁ ଭାଜପାର ଅଂଶୀଦାର ବୋଲି ମନେକରାଯାଏ, କିନ୍ତୁ ପ୍ରକୃତରେ ଏହାର କୌଣସି ମୂଳ ହିନ୍ଦୁତ୍ୱ ଆଦର୍ଶ ନାହିଁ। ଏହା ବି ଦରକାର ପଡ଼ିଲେ ଯାହାକୁ ଭଲ ପାଉଥିଲା ତାକୁ ଘୃଣା କରିପାରେ। ଏହା ନିଜକୁ ଗଢ଼ିବା ପାଇଁ ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଓ ମୁସଲମାନଙ୍କଠାରୁ ବି ରକ୍ତ ଶୋଷିଛି। ଏହା ସତ ଯେ ୧୯୯୨-୯୩ରେ ଶିବସେନାର ନେତାମାନେ ବାବ୍ରୀ ମସ୍‌ଜିଦ ଭଙ୍ଗା ଏବଂ ପରେ ପରେ ମୁମ୍ବାଇର ମୁସଲମାନ ବିରୋଧୀ ଦଙ୍ଗାରେ ଅଂଶ ଗ୍ରହଣ କରିଥିଲେ। ଏଥିପାଇଁ ମଧୁକର ସର୍ପୋଟଦାରଙ୍କ ସମେତ ସେନା ନେତାମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
କିନ୍ତୁ ଏହା ମଧ୍ୟ ସତ ଯେ, ମୁମ୍ବାଇରେ ସେନା ଚାହୁଁଛି ସେହି ଉତ୍ତର ଭାରତୀୟ ହିନ୍ଦୁମାନଙ୍କୁ ହଇରାଣ ହରକତ କରିବା ପାଇଁ ଯେଉଁମାନେ ଅଯୋଧ୍ୟାର ବାବ୍ରୀ ମସ୍‌ଜିଦ ଭଙ୍ଗା କାର୍ଯ୍ୟରେ ତାଙ୍କ ସହ ଅଂଶଗ୍ରହଣ କରିଥିଲେ। ସେନା ମୁସଲମାନଙ୍କ ପ୍ରତି ସମାନ ପ୍ରକାର ବିଦ୍ୱେଷ ଓ ଘୃଣାଭାବ ପ୍ରକାଶ କରେ ଏବଂ ଅନ୍ୟମାନଙ୍କ ପ୍ରତି ବି ଏହା ଅତି ସହଜରେ ସେପରି ଭାବ ପ୍ରକାଶ କରିପାରିବ। ଗାନ୍ଧୀ ପରିବାର ଠାକ୍‌ରେମାନଙ୍କ ଗାଳି ଏବଂ ଅତୀତକୁ କେମିତି ଭୁଲିପାରିବ? ଶତ୍ରୁତା ଓ ମିତ୍ରତା ଏବଂ ଧାର୍ମିକ ଓ ଧର୍ମନିରପେକ୍ଷ ଉଭୟ ଭାବକୁ ନେଇ ସେମାନେ କେମିତି ଚାଲିପାରିବେ? ମନମୋହନ ସିଂ, ଶଶୀ ଥରୁର ଓ ଚିଦାମ୍ବରମ୍‌ଙ୍କ ପରି ଲୋକ କେମିତି ସେନା ସହ ମେଣ୍ଟକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବେ? ଅନ୍ୟପକ୍ଷରେ ସେନାର କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ ନ ଥିବାରୁ ଏହାର କୌଣସି ଯଥାର୍ଥ ଇସ୍ତାହାର ବା ରଣନୀତିକ ଦିଶା ବି ନାହିଁ। ଅର୍ଥନୀତି କେମିତି ଚାଲିବ, ରାଜ୍ୟ କେମିତି ଚାଲିବ, ମାନବ ସମ୍ବଳ ବିକାଶ ସୂଚକାଙ୍କ କେମିତି ବଢ଼ିବ, ବୈଦେଶିକ ନୀତି କିପରି ହେବ ଏସବୁ ବିଷୟରେ ସେନାର କୌଣସି ଚିନ୍ତାଧାରା ନାହିଁ। ଏହା କେବଳ ରାଗି ପାଟି କରିବା ଶିଖିଛି।
କଂଗ୍ରେସ ଓ ଏନ୍‌ସିପି ପାଇଁ ଏପରି ନିର୍ବାଚନୀ ଫଳାଫଳ ଅପ୍ରତ୍ୟାଶିତ ଥିଲା। ସେମାନେ ପାଖାପାଖି ସମାନ ଭୋଟ ପାଇଛନ୍ତି, ଯାହା ଭାଜପାଠାରୁ ମାତ୍ର ପ୍ରାୟ ୮ ପ୍ରତିଶତ କମ୍‌। କଂଗ୍ରେସର ଭୋଟ ସାମାନ୍ୟ ହ୍ରାସ ପାଇଥିବା ବେଳେ ସେମାନେ ପୁଣି ନିଜକୁ ସଜାଡ଼ିବା ଓ ଦୃଢ଼ କରିବାର ସୁଯୋଗ ଏବେ ବି ରହିଛି। କିନ୍ତୁ ସେନା ସହ ମେଣ୍ଟ କରିବା ଦ୍ୱାରା ସେମାନେ ସେହି ସୁଯୋଗ ହରାଇବେ। ଉଭୟ କଂଗ୍ରେସ ଓ ଏନ୍‌ସିପି ପାଇଁ ସେନା ସହ ମେଣ୍ଟ ଚୁମ୍ବକ ପରି ପରସ୍ପରକୁ ଆକର୍ଷଣ କଲା ପରି ନୁହେଁ, ଅର୍ଥାତ୍‌ ସ୍ବାଭାବିକ ନୁହେଁ। କର୍ମୀ ଓ ଭୋଟର ସ୍ତରରେ ସ୍ପଷ୍ଟ ବିକର୍ଷଣ ଦେଖିବାକୁ ମିଳିବ। ଭାଜପାର ଆଧିପତ୍ୟ ଓ ଶକ୍ତି ଅବଦମିତ ରହିଥିବା ବେଳେ ସେମାନେ ନିଜର ପ୍ରାସଙ୍ଗିକତା ରକ୍ଷା କରିବାକୁ ଚେଷ୍ଟା କରିବା ଉଚିତ। ଭାଜପା-ସେନା ମେଣ୍ଟର ବିଫଳତାକୁ ଦର୍ଶାଇ କଂଗ୍ରେସ ଆଉ ଏକ ନିର୍ବାଚନ ଦାବି କରିପାରିଥାନ୍ତା। କିନ୍ତୁ ସେମାନେ ଏବେ ଦିଶାହରା ହୋଇଯାଇଥିବା ପରି ମନେହେଉଛି। ସେନା, କଂଗ୍ରେସ ଓ ଏନ୍‌ସିପି ସମସ୍ତେ ମୋଦି-ନେତୃତ୍ୱାଧୀନ ଭାଜପା ଆଗରେ କ୍ରମଶଃ ଅପ୍ରାସଙ୍ଗିକ ଓ କୋଣଠେସା ହୋଇପଡ଼ିବାର ଆଶଙ୍କା ଦେଖାଦେଇଛି। ଏପରି ଆଶଙ୍କା ମଧ୍ୟ ଯୁକ୍ତିଯୁକ୍ତ। ଭାଜପା ଯେପରି ଭାବେ ନିର୍ବାଚନ ଜିଣି ରାଜ୍ୟ ପରେ ରାଜ୍ୟ ଓ କ୍ଷମତା ଦଖଲ କରିଚାଲିଛି, ତାହା ଭୟ ସୃଷ୍ଟି କରିବା ସ୍ବାଭାବିକ। ତେଣୁ କଂଗ୍ରେସ ପରି ବିରୋଧୀ ଦଳଗୁଡ଼ିକ ଏହାକୁ ଦୃଷ୍ଟିରେ ରଖି ସୁଚିନ୍ତିତ ପଦକ୍ଷେପ ନେବା ଉଚିତ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri