ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.)
ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଗତ ନୂଆଁଖାଇ ସମୟରେ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିବାରୁ ନୂଆଁଖାଇରୁ ମଧ୍ୟ ବଞ୍ଚତ୍ତ ରହିଥିବା ଜଣାପଡ଼ିଛି। ଖବର ଅନୁଯାୟୀ ଟିକ୍ରାପଡାର ମକଡଦମ ପଡାର ଭୋଲା ସଗରିଆ (୩୦), ହେମକାନ୍ତି ସଗରିଆ (୨୫), ସୁନାଧର ସବରିଆ (୫୫), ପ୍ରିତି ସଗରିଆ (୫), ରିଙ୍କୁ ବୌକ (୩୩), ଅମ୍ରିତା ବୌକ (୬୦), ନମିତା ବୌକ (୩୮), କଲ୍ୟାଣି ବୌକ (୪୦), ଲୀଲାବତୀ ହଂସ(୩୫), ଲିପୁ ବେହେରା (୩୪), ଗଉରି ବେହେରା (୨୬), ସବିତା ଦଲପତି (୬୨), ମକାରାଉ ଦଲପତି (୪୨), ସୌମ୍ୟ ଦଲପତି (୧୭), ନିନି ଦଲପତି (୩୮), ବୈଷ୍ଣବ ହଂସ (୪୫) ପ୍ରମୁଖ ଆକ୍ରାନ୍ତ ହୋଇଛନ୍ତି । ସେମାନେ ବିଭିନ୍ନ ପ୍ରକାର ଘରୋଇ ଚିକିତ୍ସା କରୁଥିଲେ ମଧ୍ୟ ଠିକ ହେଉ ନ ଥିବା ଗ୍ରାମବାସୀ କହିଛନ୍ତି । ଏହା ଏକ ଅଜଣା ଜ୍ୱର ବୋଲି କୁହାଯାଉଛି । ଏହା ଉପରେ ଜିଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି
ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…
୧୬ କେଜି ଗଞ୍ଜେଇ ଜବତ, ୨ ଗିରଫ
ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଅବକାରୀ ବିଭାଗ କର୍ମଚାରୀ ସୋମବାର ପୃଥକ୍ ସ୍ଥାନରେ ଚଢ଼ାଉ କରି ୧୬ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ…
ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ
ନୂଆପଡ଼ା,୨୧ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ମୁକଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର ରହିଥିବାରୁ ବିଭିନ୍ନ…
Archives

