ଅଜଣା ରୋଗ କବଳରେ ନିକିତା: ବଙ୍କେଇଯାଉଛି ଶରୀର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ; ସହାୟତା ଅପେକ୍ଷାରେ ପରିବାର

ବରଗଡ଼ ଅଫିସ୍‌,୧୨।୫- ଶିଶୁକନ୍ୟାର ନାଁ ନିକିତା। ବୟସ ଏକବର୍ଷ। ବରଗଡ଼ ଜିଲା ପାଇକମାଲ ଥାନା ଯୋଗୀନ୍ଦ୍ରନାଥପୁର ଗ୍ରାମର ମା ଭାନୁମତୀ ଓ ବାପା ଉଦ୍ଧବ ଗୁଣ୍ଡିଙ୍କ କନ୍ୟା ସେ । ନିକିତାଙ୍କ ବୟସ ଯେଭଳି ବଢ଼ି ଚାଲିଛି, ତାଙ୍କ ଶରୀର ସେଭଳି ବଙ୍କେଇ ଯାଉଛି । ସିଧାସଳଖଭାବେ ସେ ରହି ପାରୁ ନାହାନ୍ତି । ଏକମାତ୍ର ଶିଶୁକନ୍ୟାର ଏଭଳି ସ୍ବାସ୍ଥ୍ୟାବସ୍ଥା ପରିବାର ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ଜମିବାଡ଼ି ବୋଇଲେ କିଛି ନାହିଁ । ଦାଦନ ଖଟି ସେମାନେ ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । ଗତପ୍ରାୟ ତିନିମାସ ତଳୁ ତେଲେଙ୍ଗାନାରୁ ଦାଦନ ଖଟି ସେମାନେ ଘରକୁ ଫେରିଛନ୍ତି ।

ଅନ୍ୟପଟେ ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ସେଭଳି ବିଗିଡ଼ି ଚାଲିଛି । ଦାଦନ ପରିବାର ହୋଇଥିବା ଯୋଗୁ ଶିଶୁକନ୍ୟାର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ମଧ୍ୟ ସେମାନଙ୍କ ପକ୍ଷରେ ସମ୍ଭବ ହୋଇ ନାହିଁ । ଫଳରେ ଆବଶ୍ୟକ ଚିକିତ୍ସା ଅଭାବରୁ ନିକିତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଆହୁରି ଦୁର୍ବଳ ହେବାରେ ଲାଗିଛି । ତେବେ ଶିଶୁକନ୍ୟାର ଏଭଳି ସ୍ବାସ୍ଥ୍ୟାବସ୍ଥା ଦେଖି ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଗତ ମାର୍ଚ୍ଚ ମାସରୁ ମୁଖ୍ୟମନ୍ତ୍ରୀ, ବରଗଡ଼ ଜିଲାପାଳ ପ୍ରମୁଖଙ୍କୁ ଟୁଇଟ୍‌ କରି ନିବେଦନ କରିଥିଲେ ।

ଏହାପରେ ଚିରାଚରିତ ଢ଼ଙ୍ଗରେ ବିଭାଗୀୟ ଅଧିକାରୀମାନେ ନିକିତାଙ୍କ ପାଖକୁ ପହଞ୍ଚିଥିଲେ । ନିକିତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ବିଭିନ୍ନ ଫର୍ମ ମଧ୍ୟ ପୂରଣ କରିଥିଲେ । ସେହିପରି ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । ମାତ୍ର ସମ୍ପୃକ୍ତ ଅଧିକାରୀଙ୍କ ଗସ୍ତକୁ ପ୍ରାୟ ଦୁଇମାସ ବିତି ଯାଇଛି, ଅଥଚ ଏପର୍ଯ୍ୟନ୍ତ ଶିଶୁକନ୍ୟାଙ୍କ କୌଣସି ଚିକିତ୍ସା ସେବା ମିଳିପାରି ନାହିଁ । କାଗଜ, କଲମରେ ସମ୍ପୃକ୍ତ ଅଧିକାରୀଙ୍କ ଚିକିତ୍ସା ସହାୟତା ସେଭଳି ଅଟକି ରହିଛି । ଅପରପକ୍ଷେ ଶିଶୁକନ୍ୟା ନିକିତା ଜୀବନ ସଂଘର୍ଷରେ ଥିବାବେଳେ ତାଙ୍କୁ କୋଳେଇ ଏହି ଦାଦନ ପରିବାରର ରୋଜଗାର ମଧ୍ୟ ବନ୍ଦ ହୋଇ ଯାଇଛି । ଏଭଳି ସ୍ଥଳେ ନିକିତାର ଚିକିତ୍ସା ପାଇଁ ପରିବାର ଲୋକେ ସରକାରୀ ସହାୟତା କିମ୍ବା କୌଣସି ସହୃଦୟ ଲୋକଙ୍କ ସହଯୋଗକୁ ଚାହିଁ ବସିଛନ୍ତି । ତାହା ହୋଇ ପାରିଲେ ଶିଶୁକନ୍ୟା ନିକିତା ମୁହଁରେ ହସ ଫୁଟି ପାରିବ ବୋଲି ଆଶା ରଖି ପରିବାର ଲୋକେ ସହାୟତା, ସହଯୋଗକୁ ଚାହିଁ ବସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ...

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା...

ଜଳସ୍ତର କମି ୧୫ ଫୁଟ୍‌ ଜାଗାରେ ୬୫ ଫୁଟ୍‌ ହେଲାଣି

ପଟ୍ଟାମୁଣ୍ଡାଇ, ୭ା୫ (କଳ୍ପତରୁ ନାୟକ):ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ସରକାରୀ ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା, ୭ା୫ (ଜଗନ୍ନାଥ ଧଳ):ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ...

କାଲିର ବିରୋଧୀ ଆଜି ଭାଇ-ଭାଇ

ରାଜନଗର,୭ା୫(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ନେତାଙ୍କ ଦଳ ବଦଳ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣିଛି। ଏଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri