ଅଖିଳ ଭାରତ ଡାକ କର୍ମଚାରୀ ସଂଘ କଟକ ଦକ୍ଷିଣ ମଣ୍ଡଳର ସମ୍ମିଳନୀ :ଦରମା ବୃଦ୍ଧି, ଖାଲି ପଦବୀ ପୂରଣ ଦାବି ଜୋର

ଜଗତ୍‌ସିଂହପୁର ଅଫିସ,୯ା୧୨: ଭାରତୀୟ ଡାକ ସେବାରେ କାର୍ଯ୍ୟରତ ୩ୟ ଶ୍ରେଣୀ, ପୋଷ୍ଟ ମ୍ୟାନ, ଏମ୍‌ଟିଏସ୍‌ ଏବଂ ଜିଡିଏସ୍‌ କର୍ମଚାରୀଙ୍କୁ ଦିଆଯାଉଥିବା ଦରମା ସନ୍ତୋଷଜନକ ନୁହେଁ। ତେଣୁ ଏହି ଦରମା ବୃଦ୍ଧି କରାଯାଉ। ଏଥିସହ ଏନ୍‌ପିଏସ୍‌ ଉଚ୍ଛେଦ କରାଯାଇ ପୁରୁଣା ହିସାବରେ ପେନ୍‌ସନ୍‌ ପ୍ରଦାନ, ଡାକ ବିଭାଗର ଘରୋଇକରଣ ବନ୍ଦ, ୬ ଲକ୍ଷ ଖାଲି ପଦବୀ ପୂରଣ ଓ ଶ୍ରମିକ ମାରଣନୀତି ବନ୍ଦ ହେଉ। ଏହିଭଳି ୧୦ ଦଫା ଦାବି ନେଇ ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ (୩ୟ ଶ୍ରେଣୀ, ପୋଷ୍ଟ ମ୍ୟାନ, ଏମ୍‌ଟିଏସ୍‌ ଏବଂ ଜିଡିଏସ୍‌ କର୍ମଚାରୀ) କଟକ ଦକ୍ଷିଣ ମଣ୍ଡଳ ତରଫରୁ ଏକ ଶୋଭାଯାତ୍ରା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ବାହାରି ସଂସ୍କୃତି ଭବନ ପରିସରରେ ପହଞ୍ଚତ୍ଥିଲା। ଏହାପରେ ଦେବବ୍ରତ ମହାନ୍ତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ୧୧ତମ ଦ୍ୱିବାର୍ଷିକ ସମ୍ମିଳନୀ ଆରମ୍ଭ ହୋଇଥିଲା। ସମ୍ମିଳନୀରେ ମୁଖ୍ୟଅତିଥିଭାବେ କଟକ ଦକ୍ଷିଣ ମଣ୍ଡଳ ଡାକ ଅଧୀକ୍ଷକ ଗଜେନ୍ଦ୍ର ପ୍ରସାଦ କର ଯୋଗଦେଇ କର୍ମଚାରୀଙ୍କ ନାନା ସମସ୍ୟାର ସମାଧାନ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ରେଡ ବୃହସ୍ପତି ସାମଲ, ରବୀନ୍ଦ୍ର ନାଥ ଧଳ, ଦେବବ୍ରତ ମହାନ୍ତି, ନିର୍ମଳ ସିଂ, ମନୋଜ କୁମାର, ଆନନ୍ଦ ସ୍ବରୂପ ଦାସ, ଚନ୍ଦ୍ରବତୀ ଦାସ ଓ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ କମ୍ରେଟ ବାସୁଦେବ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ଆରମ୍ଭ ହେବାକୁ ଥିବା ଆନ୍ଦୋଳନ ବିଷୟରେ ସୂଚନା ଦେଇଥିଲେ। ବିଶେଷକରି ଆସନ୍ତା ଜାନୁୟାରୀ ୮ରେ ହେବାକୁ ଥିବା ଆନ୍ଦୋଳନର ରୂପରେଖ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଆଇଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏସ୍‌ଇଡବ୍ଲ୍ୟୁଏ, ଏଆଇସିସିଟିୟୁ, ଏଲ୍‌ପିଏଫ୍‌, ୟୁଟିୟୁସି ମିଳିତ ସହଯୋଗରେ ଆନ୍ଦୋଳନ ସଫଳ କରାଯିବା ପାଇଁ ଉଦ୍ୟମ ହେଉଥିବା କୁହାଯାଇଥିଲା। ସମ୍ମିଳନୀରେ ପ୍ରମୋଦ ହୋତା, ପ୍ରଭାକର ଦଳାଇ, ରନତ୍ାକର ନାୟକ, ସ୍ବରୂପ ଖାରା, ବାସୁଦେବ ସ୍ବାଇଁ, ବେଣୁଧର ସାହୁ, ତପନ କୁମାର ଦାସ, ସୁଭାଶିଷ ଆଚାର୍ଯ୍ୟ, ବିକାଶ ପରିଡ଼ା, ଜିଜେନ୍ଦ୍ର ସବର, ଅଜୟ କୁମାର ଦାସ, ଚନ୍ଦ୍ର ପ୍ରକାଶ ଟୁଡୁ, ଶାନ୍ତନୁ ସାମନ୍ତରାୟ ପ୍ରମୁକ ଯୋଗଦେଇ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLକୁ ଫେରିପାରନ୍ତି ଏହି ଖେଳାଳି; କେଉଁ ଫ୍ରାଞ୍ଚାଇଜ ତାଙ୍କ ପାଇଁ ଉପଯୁକ୍ତ ହେବ? ପୂର୍ବତନ କ୍ରିକେଟର୍‌ କହିଲେ…

ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବର୍ତ୍ତମାନ ପାଞ୍ଚ-ମ୍ୟାଚ ବିଶିଷ୍ଟ T20 ସିରିଜ ଚାଲିଛି, ଯେଉଁଥିରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ଏହି ସିରିଜର ଚତୁର୍ଥ…

ଦ୍ରାବିଡ଼-ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ ଜୋରଦାର ଲଢେଇ: ଜାଣନ୍ତୁ କିଏ ମାରିଲେ ବାଜି

ନୂଆଦିଲ୍ଲୀ,୧୩।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅଙ୍କ ମଧ୍ୟରେ କ୍ରିକେଟ ମଇଦାନରେ ଲଢ଼େଇ ଦେଖିବାକୁ ମିଳିଛି। ବିନୁ ମାଙ୍କଡ଼…

ବଡ଼ ସୂଚନା; ଆଇସିୟୁ, ଭେଣ୍ଟିଲେଟର୍‌ ବିନା ଆୟୁଷ୍ମାନ୍‌ ଅପରେଶନ ମନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଆଇସିୟୁ ଓ ଭେଣ୍ଟିଲେଟର୍‌ ନ ଥିଲେ ଆୟୁଷ୍ମାନ ଅନୁଦାନରେ ଅପରେଶନ ହୋଇପାରିବନି । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ଜୟଆଲୁକ୍କାସ ପକ୍ଷରୁ ଜୟୱାଲି ଦିୱାଲି ଉତ୍ସବ

ଭୁବନେଶ୍ୱର, ୧୩ା୧୦: ପାର୍ବଣକୁ ଦୃଷ୍ଟିରେ ରଖି ଜୟଆଲୁକ୍କାସ ପକ୍ଷରୁ ‘ଜୟୱାଲି ଦିୱାଲି’ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଅଳଙ୍କାର ମେକିଙ୍ଗ ଚାର୍ଜ ଉପରେ ୫୦% ରିହାତି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?