Posted inଫୁରସତ

ଅଖଣ୍ଡ ଯୌବନ ଲାଗି ପ୍ରତ୍ୟେକ ଦିନ ଘୁଷୁରି ରକ୍ତରେ ସ୍ନାନ କରୁଛନ୍ତି କୈନଲ

ଯୌବନ ମଣିଷକୁ ଈଶ୍ୱରଙ୍କର ଏକ ବରଦାନ। ତେବେ ଏହା ଖୁବ୍‌ କମ୍‌ ସମୟ ପାଇଁ ଆସେ। କୁହାଯାଏ, ଯୌବନକୁ ବୁଝିବା ଆଗରୁ ଯୌବନ ସରିଯାଏ। ହେଲେ ନିଜର ଯୌବନକୁ ସବୁଦିନ ଲାଗି ଅଖଣ୍ଡ ବା ସ୍ଥାୟୀ କରିବାର ନିଶା ମଣିଷକୁ ବେଳେବେଳେ ଘାରେ। କିଏ ବା ନ ଚାହେଁ ସେ ସବୁବେଳେ ସୁନ୍ଦର ହେଇ ରହିଥାଉ। ଆଉ ସେଥିପାଇଁ ଯେକୌଣସି ବି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି କିଛିଲୋକ। ସେମିତି ଗୋଟିଏ ଘଟଣାର ଏଠାରେ ଅବତାରଣା କରାଯାଉଛି। କୈନଲ ହେଉଛନ୍ତି ଜଣେ ମଡେଲ। ସେ ଅଭିନୟରେ ମଧ୍ୟ ରୁଚି ରଖନ୍ତି। ତେବେ ସବୁଠୁ ମଜାକଥା ହେଉଛି ସେ ତାଙ୍କର ସୁନ୍ଦର ଦେହକୁ ସବୁଠୁ ବେଶି ଭଲପାଆନ୍ତି। ଆଉ ନିଜର ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରତ୍ୟେକ ଦିନ ରକ୍ତସ୍ନାନ କରୁଛନ୍ତି। ତାହା ପୁଣି ଶୂକର ବା ଘୁଷୁରିର ରକ୍ତରେ। ଏହି ଘଟଣାଟି କୈନଲ୍‌ଙ୍କୁ ରାତାରାତ୍‌ ପ୍ରସିଦ୍ଧ କରିଦେଇଛି। ତାଙ୍କୁ ନେଇ ଏକ ଟିଭି ଶୋ’ ମଧ୍ୟ ପ୍ରସ୍ତୁତ କରାଯାଇଛି; ଯେଉଁଥିରେ ସେ ଘୁଷୁରି ରକ୍ତରେ ସ୍ନାନ କରୁଥିବାର ଦୃଶ୍ୟ ମଧ୍ୟ ପ୍ରଦର୍ଶନ କରାଯାଇଛି। କୈନଲ୍‌ କହନ୍ତି, ପୂର୍ବକାଳରେ ଘୁଷୁରି ରକ୍ତରେ ସ୍ନାନ କରି ପାଟରାଣୀମାନେ ସେମାନଙ୍କର ଯୌବନକୁ ଅକ୍ଷୁଣ୍ଣ ରଖୁଥିଲେ। ହେଲେ ଏହା କେଉଁଠି ଲେଖା ହୋଇଛି ତାହାର ପ୍ରମାଣ କୈନଲ୍‌ ଦେଇନାହାନ୍ତି। କୈନଲ୍‌ଙ୍କ ଏହି ନିଷ୍ପତ୍ତିକୁ ତାଙ୍କର ଜେଜେମା ଲୁଇସ୍‌ ମଧ୍ୟ ତୀବ୍ର ବିରୋଧ କରିଛନ୍ତି। ହେଲେ କୈନଲ୍‌ଙ୍କ କାହା କଥାରେ ଧ୍ୟାନ ନାହିଁ। ତାଙ୍କର ଦରକାର ଅତୁଟ ଯୌବନ।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?