Posted inଖେଳ

ଅକ୍ଟୋବର ୨୦ରୁ ଇଣ୍ଡିଆନ ବକ୍ସିଂ ଲିଗ୍‌

ନୂଆଦିଲ୍ଲୀ,୨୭।୭(ପି.ଟି.)- ପ୍ରଥମଥର ପାଇଁ ଇଣ୍ଡିଆନ ବକ୍ସିଂ ଲିଗ୍‌ ଆୟୋଜନ ହେବାକୁ ଯାଉଛି। ଅକ୍ଟୋବର ୨୦ରୁ ଆରମ୍ଭ ହୋଇ ଏହି ଲିଗ୍‌ ନଭେମ୍ବର ୯ ତାରିଖରେ ଶେଷ ହେବ। ମହିଳା ତାରକା ବକ୍ସର ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ମେରୀକମ୍‌ ଓ ଏସିଆନ ଗେମ୍ସ ସ୍ବର୍ଣ୍ଣପଦକ ବିଜେତା ଅମିତ ପଙ୍ଘାଲ ଏହି ଲିଗ୍‌ରେ ସାମିଲ ହେବେ। ଏହି ଲିଗ୍‌ର ରାଇଟ୍‌ ହୋଲ୍ଡର ଓ ଆୟୋଜକ ‘ସ୍ପୋଟର୍‌ସ ଜେଡ୍‌ଲାଇଭ’ ଡିଜିଟାଲ ଷ୍ଟ୍ରମିଙ୍ଗ୍‌ ପ୍ରସାରଣ ଅଧିକାର ଦେବା ପାଇଁ ନିଲାମ ଡାକିବ। ଆଗାମୀ ୩ଟି ସେସନର ପ୍ରସାରଣ ଅଧିକାର ପାଇଁ ଅଲଗା ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ।
ଲିଗ୍‌ରେ ମୋଟ ଉପରେ ୩ ରାଉଣ୍ଡ ବିଶିଷ୍ଟ ୯୦ଟି ବାଉଟ୍‌ ଖେଳାଯିବ। ୩ଟି ଭେନ୍ୟୁରେ ୧୮ ଦିନଧରି ଏହି ଲିଗ୍‌ ଆୟୋଜନ ହେବ। ପ୍ରତ୍ୟେକ ଦିନ ବିଭିନ୍ନ ବର୍ଗରେ ଦୁଇ ଦଳ ମଧ୍ୟରେ ୫ଟି ବାଉଟ୍‌ ଖେଳାଯିବ ବୋଲି ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ (ବିଏଫ୍‌ଆଇ) ସୂଚନା ଦେଇଛି। ମେରୀକମ, ଅମିତଙ୍କୁ ବାଦ୍‌ ଦେଲେ ଗୌରବ ବିଧୁରି, ସୋନିଆ ଲାଥର ଓ ୫୦ ଅନ୍ତର୍ଜାତୀୟ ସ୍ତରର ବକ୍ସର ଏହି ଲିଗ୍‌ରେ ଅଂଶଗ୍ରହଣ କରିବେ। ବକ୍ସିଂକୁ ଦେଶରେ ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ସ୍ଥାପନ କରିବାକୁ ଏହି ଲିଗ୍‌ ଆୟୋଜନ କରାଯାଉଛି ବୋଲି ବିଏଫ୍‌ଆଇ ତରଫରୁ କୁହାଯାଇଛି।
ନିଲାମରେ ଉଭୟ ଭାରତ ଓ ସାରା ବିଶ୍ୱର ପ୍ରସାରଣ ଅଧିକାର ପ୍ରଦାନ କରାଯିବ। ସେସନ ପିଛା ଭାରତୀୟ ଅଧିକାର ପାଇଁ ୪ କୋଟି ଓ ଗ୍ଲୋବାଲ ରାଇଟ ପାଇଁ ୪.୫ କୋଟି ବେସ୍‌ ପ୍ରାଇସ୍‌ ରଖାଯାଇଛି। ଏହି ଲିଗ୍‌ ବକ୍ସିଂକୁ ଏକ ନୂଆ ସ୍ତରରେ ପହଞ୍ଚାଇବ ବୋଲି ବିଏଫ୍‌ଆଇ ଅଧ୍ୟକ୍ଷ ଅଜୟ ସିଂ କହିଛନ୍ତି। ସ୍ପୋଟର୍‌ସ ଜେଡଲାଇଭ୍‌ ମ୍ୟାନେଜିଂ ଡାଇରେକ୍ଟର ଅତୁଲ ପାଣ୍ଡେ ମଧ୍ୟ ସମାନ କଥା କହିଛନ୍ତି। ଉଲ୍ଲେଖଥାଉ କି, ସ୍ପୋଟର୍‌ସ ଜେଡଲାଇଭ ଦୀର୍ଘଦିନ ଧରି ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ରାଇଟ ହୋଲ୍ଡର ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri