Posted inଖେଳ

କପିଳଦେବଙ୍କ ଅଧ୍ୟକ୍ଷତାରେ ସିଏସି କୋଚ୍‌ ଚୟନ କରିବ

ନୂଆଦିଲ୍ଲୀ,୨୭।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍‌ ଚୟନ କରିବ। କୋଚ୍‌ ଚୟନ ନେଇ ଅଗଷ୍ଟ ମାସ ମଧ୍ୟଭାଗରେ ସାକ୍ଷାତକାର ନିଆଯିବ। ଶୁକ୍ରବାର ଏକ ବୈଠକ ବସି ପ୍ରଶାସକ କମିଟି (ସିଓଏ) ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛି।
କପିଳଙ୍କୁ ବାଦ୍‌ ଦେଲେ ପୂର୍ବତନ ମହିଳା ଅଧିନାୟିକା ସାନ୍ତା ରଙ୍ଗାସ୍ବାମୀ ଓ ପୂର୍ବତନ ପୁରୁଷ ଦଳର କୋଚ୍‌ ଅଂଶୁମାନ ଗାଏକ୍ୱାଡ ଏହି କମିଟିରେ ସାମିଲ ଥିଲେ ଓ ଗତ ଡିସେମ୍ବରରେ ମହିଳା ଦଳର କୋଚ୍‌ ଚୟନ କରିଥିଲେ। ଏବେ ୩ ଜଣ ମିଳିତ ଭାବେ ଟିମ୍‌ ଇଣ୍ଡିଆ କୋଚ୍‌ ଚୟନ କରିବେ। ଏହି କମିଟି ଏକ ଆଡହକ କମିଟି ନୁହଁ। ତେବେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ କାରଣରୁ ଏପରି ନିଷ୍ପତ୍ତି ନେବାକୁ ହେଲା। ଅଗଷ୍ଟ ମଝିରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ନିଆଯିବ ବୋଲି ସିଓଏ ମୁଖ୍ୟ ବିନୋଦ ରଏ ବୈଠକ ପରେ କହିଛନ୍ତି।
ଉଲ୍ଲେଖଥାଉ କି, କୋଚ୍‌ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅଗଷ୍ଟ ୩ ତାରିଖରୁ ଆରମ୍ଭ ହୋଇ ଏହି ଗସ୍ତ ସେପ୍ଟେମ୍ବର ୩ ତାରିଖରେ ଶେଷ ହେବ। କୋଚ୍‌ ପଦରେ ନିଯୁକ୍ତ ହେବାକୁ ହେଲେ ଶାସ୍ତ୍ରୀଙ୍କୁ ପୁଣିଥରେ ଆବେଦନ କରିବାକୁ ହେବ। ତେବେ ସିଓଏ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅପେକ୍ଷା କରିଛି। କାରଣ ମୂଳ ତଥା ପ୍ରକୃତ ଉପଦେଷ୍ଟା କମିଟିରେ ସାମିଲ ଥିବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱରେ ସାମିଲ ଥିବାର ଅଭିଯୋଗ ହୋଇଛି। ଏହି ଦୁଇ ପୂର୍ବତନ କ୍ରିକେଟର କମେଣ୍ଟ୍ରି କରିବା ସହ କ୍ରିକେଟରେ ଅନ୍ୟ ପଦରେ ରହି କାର୍ଯ୍ୟ କରୁଛନ୍ତି। ଦୁଇଟି ମଧ୍ୟରୁ ଏମାନଙ୍କୁ ଗୋଟିଏ ପଦରେ ରହିବାକୁ ହେବ। କପିଳଦେବଙ୍କ ଅଧ୍ୟକ୍ଷତାରେ ସିଏସିକୁ ମୁଖ୍ୟ କୋଚ୍‌ ଚୟନ କରିବାର ଅଧିକାର ମିଳିଛି। ତେବେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ଭବିଷ୍ୟତ ନେଇ ସିଓଏ କିଛି ସ୍ପଷ୍ଟ କରିନାହିଁ। କେବଳ କୋଚ ଚୟନ ପାଇଁ ଏହି କମିଟି ବା ପ୍ୟାନେଲ ଗଠନ କରାଯାଇଛି ବୋଲି ବିନୋଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri