ଅଂଶୁଘାତ ଓ୍ବାର୍ଡରେ କେକ୍‌ କାଟିଲେ ଦିଦି: ଦେଢ଼ଘଣ୍ଟାର ନୃତ୍ୟ, ଗୀତ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୯।୪:  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଖୋଲାଯାଇଛି ଅଂଶୁଘାତ ଓ୍ବାର୍ଡ। ଆକ୍ରାନ୍ତମାନଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବାକୁ ଶୀତତାପ ନିୟନ୍ତ୍ରିତ ଏହି କକ୍ଷରେ ସମସ୍ତ ବ୍ୟବସ୍ଥା କରାଯାଇଛି। ହେଲେ ଶନିବାର ରାତିରେ ଏହି ସ୍ବତନ୍ତ୍ର କକ୍ଷର ପୁରୁଷ ଓ୍ବାର୍ଡରେ କେକ୍‌କାଟି ଜନ୍ମଦିନ ପାଳନ କରିଛନ୍ତି ଜନୈକା ଷ୍ଟାଫ୍‌ ନର୍ସ। ଦେଢ଼ଘଣ୍ଟା ଧରି ଗୀତ ବଜାଇବା ସହ ନୃତ୍ୟ କରି ସମ୍ପୃକ୍ତା ଦିଦିଙ୍କ ସହ ଅନ୍ୟ କେତେଜଣ ଦିଦି ଜନ୍ମଦିବସର ମଜା ଉଠାଇଛନ୍ତି। ମେଡିକାଲ ମଧ୍ୟରେ ନୀରବତା ରକ୍ଷା କରିବା ପରିବର୍ତ୍ତେ ଦିଦିମାନଙ୍କ ଏପରି କୋଳାହଳମୟ ଜନ୍ମଦିନ ପାଳନ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଶନିବାର ଜନୈକା ଷ୍ଟାଫ ନର୍ସଙ୍କ ଜନ୍ମ ଦିନ ଥିଲା। ସକାଳେ ସହକର୍ମୀମାନେ ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ସନ୍ଧ୍ୟାରେ ଭିନ୍ନ ଧରଣର ଆୟୋଜନ କରାଯାଇଥିଲା। ଡ୍ୟୁଟି ସରିବା ମାତ୍ରେ ସମ୍ପୃକ୍ତା ଦିଦିଙ୍କ ସହ ଅନ୍ୟମାନେ ଅଂଶୁଘାତ ଓ୍ବାର୍ଡର ପୁରୁଷ ବିଭାଗକୁ ଦଖଲ କରିନେଇଥିଲେ। ପରେ କେକ୍‌ କଟାଯାଇ ସେଠାରେ ଜନ୍ମଦିନ ପାଳନ କରାଯାଇଥିଲା। ଦେଢ଼ ଘଣ୍ଟା ଧରି ଦିଦିମାନେ ନାଚ ଗୀତ ଚଳାଇ ପରିବେଶକୁ ପୂରା ଉତ୍ସବମୟ କରିଦେଇଥିଲେ। ଏହି ସମୟରେ ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଅଂଶୁଘାତ ଓ୍ବାର୍ଡରେ ଏପରି କୋଳାହଳକୁ ନେଇ ସନ୍ଦେହରେ ପଡ଼ିଥିଲେ। କେତେଜଣ ସମ୍ପର୍କୀୟ ସନ୍ଦେହ ଦୂର ପାଇଁ ଉକ୍ତ ଓ୍ବାର୍ଡ ମଧ୍ୟକୁ ପ୍ରବେଶ କରିବା ପରେ ସେଠାରେ ଜନ୍ମଦିନ ପାଳନ ହେଉଥିବା ସମ୍ପର୍କରେ ଅବଗତ ହୋଇଥିଲେ। ମେଡିକାଲ ମଧ୍ୟରେ ଦିଦିମାନଙ୍କ ଏପରି କାର୍ଯ୍ୟ ସେମାନଙ୍କୁ ଯେତିକି ଆଶ୍ଚର୍ଯ୍ୟଚକିତ କରିଥିଲା, ସେତିକି ଅସନ୍ତୋଷ ମଧ୍ୟ ସୃଷ୍ଟି କରିଥିଲା। ଦିଦିମାନେ ଚାହିଁଥିଲେ ଅଧିକ ସମୟ ରୋଗୀ ସେବା କରି ଜନ୍ମଦିବସକୁ ଅଧିକ ସ୍ବତନ୍ତ୍ର କରିପାରିଥାନ୍ତେ। ସେବିକା ଭାବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରି ଥାନ୍ତେ। କିନ୍ତୁ ତାହା ନ କରି ଚିକିତ୍ସାଳୟ ମଧ୍ୟରେ ଏପରି ନୃତ୍ୟଗୀତ କରିବା କେତେଦୂର ଗ୍ରହଣଯୋଗ୍ୟ ବୋଲି ମେଡିକାଲ ପରିସରରେ ଆଲୋଚନା ହେଉଛି।

ଘଟଣା ସମ୍ପର୍କରେ ଏଡିଏମ୍‌ଓ ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି, ଏପରି କିଛି ହୋଇଥିବା ସୂଚନା ପାଇନାହିଁ। ତଥାପି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ…

ଶ୍ରୀକ୍ଷେତ୍ରରୁ ଭଟଲି ଆସିଲା ତିନି ରଥର ଚକ; ପାଛୋଟି ଆଣିଲେ ହଜାର ହଜାର ଭକ୍ତ, ବିଧାୟକ କହିଲେ…

ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ…

ବସରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ବେଳେ ମାଡିବସିଲା ଅଡବା ପୋଲିସ, ୪ ଲକ୍ଷ ଟଙ୍କାର ଗଞ୍ଜେଇ ସହ କେରଳର…

ମୋହନା,୧୯ା୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୪୦ କିଲୋ…

ଏମିତି ବି ଆସେ ମୃତ୍ୟୁ! ଭୋଜି ଖାଉଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ତାପରେ….

ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର): ଭୋଜି ଖାଉଥିବା ସମୟରେ ଟଳିପଡ଼ିଲେ ବୃଦ୍ଧା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ…

ଖୋଲା ଆକାଶ ତଳେ ପଡିରହିଛି ଶବ ଫ୍ରିଜର ବକ୍ସ, ଅବହେଳା ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଛତ୍ରପୁର,୧୯।୭(ଦିଲ୍ଲୀପ ସାମଲ) : ପରିବାରର କେହି ଜଣେ ଆତ୍ମୀୟଙ୍କ ମୃତ୍ୟୁ ଘଟିଲେ ଶୋକାକୁଳ ପରିବେଶ ଖେଳିଯାଏ । ଦୂର ସହରରେ ରହୁଥିବା ଝିଅ କିମ୍ବା ପୁଅର ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri