Posted inଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତରେ ଜୁବେର…

ନୂଆଦିଲ୍ଲୀ, ୨।୭ : ଚାରି ବର୍ଷ ତଳେ ୨୦୧୮ରେ କରାଯାଇଥିବା ଏକ ଟୁଇଟ୍‌ ନେଇ ଗିରଫ ହୋଇଥିବା ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଶନିବାର ପାଟିଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜୁବେର ଏକ ଜାମିନ ଆବେଦନ କରିଥିଲେ ଯାହା ଖାରଜ ହୋଇଯାଇଥିଲା। କୋର୍ଟ ଜୁବେରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଦିଲ୍ଲୀ ପୋଲିସ ଦ୍ୱାରା କରାଯାଉଥିବା ଯାଞ୍ଚ୍‌ ସମୟରେ ଜାମିନ ପ୍ରଦାନ କରିବାର କୌଣସି କାରଣ ନାହିଁ ବୋଲି କୋର୍ଟ କହିଛନ୍ତି।

ଶନିବାର ଶୁଣାଣି ସମୟରେ ପୋଲିସ ଜୁବେରଙ୍କ ଉପରେ ତିନୋଟି ନୂତନ ପ୍ରାବଧାନ ଯୋଡିଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ଜୁବେର ଙ୍କମାମଲାର ତଦନ୍ତ ବେଳେ ରାଜୋରପେ ପେମେଣ୍ଟ ଗେଟୱେରୁ ମିଳିଥିବା ଉତ୍ତରରୁ ଜଣାପଡିଛି ଯେ ଏଥିରେ ତାଙ୍କର ଅନେକ କାରବାର ହୋଇଛି। ଯେଉଁଥିରେ ବିଦେଶୀ ମୋବାଇଲ ନମ୍ବର ବ୍ୟବହାର ହେଉଥିଲା କିମ୍ବା ଆଇପି ଠିକଣା ବିଦେଶୀ ଦେଶରୁ ଆସିଥିଲା ।

ଏହି ମୋବାଇଲ ନମ୍ବର ଏବଂ ଆଇପି ଠିକଣାଗୁଡ଼ିକ ହେଉଛି ବ୍ୟାଙ୍କକକ, ପାଶ୍ଚାତ୍ୟ ଅଞ୍ଚଳ, ଅଷ୍ଟ୍ରେଲିଆ, ମାନାମା, ଉତ୍ତର ହଲାଣ୍ଡ, ସିଙ୍ଗାପୁର, ଭିକ୍ଟୋରିଆ, ନ୍ୟୁୟର୍କ, ଇଂଲଣ୍ଡ, ରିୟାଦ ଅଞ୍ଚଳ, ଶାରଜା, ଷ୍ଟକହୋମ, ଆଇଚି, କେନ୍ଦ୍ରୀୟ ଏବଂ ପାଶ୍ଚାତ୍ୟ ଅଞ୍ଚଳ, ପୂର୍ବ ପ୍ରଦେଶ, ଆବୁଧାବି, ୱାଶିଂଟନ, କାନସାସ, ନ୍ୟୁ ଜର୍ସି, ଅନଟାରିଓ, କାଲିଫର୍ନିଆ, ଏସଏସ, ଲୋୟର ସାକ୍ସୋନି, ବର୍ନ, ଦୁବାଇ, ଉସିମା, ସ୍କଟଲ୍ୟାଣ୍ଡର ଆଦି ଅଞ୍ଚଳର। ପ୍ରାଓ୍ବଡା ମିଡିଆକୁ ମୋଟ ୨ ଲକ୍ଷ ୩୧ ହଜାର ୯୩୩ ଟଙ୍କା ମିଳି ଥିବା ଜଣାପଡ଼ିଛି।

ଶୁଣାଣି ସମୟରେ କୋର୍ଟରେ ଦିଲ୍ଲୀ ପୋଲିସ କହିଥିଲେ ଯେ ଆମେ ଅନୁସନ୍ଧାନ ପାଇଁ ଜୁବେରଙ୍କ ମୋବାଇଲ ଫୋନ ଜବତ କରି ହାର୍ଡ ଡିସ୍କ ଉଦ୍ଧାର କରିଛୁ। ଜୁବେରଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ପୋଲିସ କୋର୍ଟରୁ ଦାବି କରିଥିଲେ। ଏହାକୁ କୋର୍ଟ ଅନୁମୋଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?