Posted inଖେଳ

ଜିମ୍ବାଓ୍ବେ ବିଶ୍ୱକପରୁ ବାହାର, ୫ ଓ୍ବିକେଟରେ ଜିତିଲା ନେଦରଲାଣ୍ଡ…

ନୂଆଦିଲ୍ଲୀ,୨।୧୧ : ଆଡିଲେଡରେ ଜିମ୍ବାୱେ ଏବଂ ନେଦରଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ୩୪ ତମ ମ୍ୟାଚରେ ନେଦରଲାଣ୍ଡ ୫ ଓ୍ବିକେଟରେ ଜିତିଛି। ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୯.୨ଓଭରରେ ୧୦ ଓ୍ବିକେଟ ହରାଇ ୧୧୭ ରନ୍‌ ସଂଗ୍ରହ କରିଥିଲା।

ଧାର୍ଯ୍ୟ ୧୧୮ ଲକ୍ଷ୍ୟର ପିଛା କରି ନେଦରଲାଣ୍ଡ ୧୮ ଓଭରରେ ୫ ଓ୍ବିକେଟ ହରାଇ ୧୨୦ ରନ୍‌ କରିଥିଲା। ଏହା ସହିତ ଜିମ୍ବାଓ୍ବେ ବିଶ୍ୱକପରୁ ବାହାର ହୋଇଛି।

ମ୍ୟାକ୍ସ ଓଡାଡ ନେଦରଲାଣ୍ଡ ପାଇଁ ୫୨ ରନ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଟମ କୁପର୍‌ ୩୨ ଏବଂ ଭାସ ଡି ଲିଡ ଅପରାଜିତ ୧୨ ସ୍କୋର କରିଥିଲେ। ବ୍ଲେସିଙ୍ଗସ୍‌ ମୁଜାରବାନୀ ଏବଂ ରିଚାର୍ଡ ଏନଗରୱା ଜିମ୍ବାୱେ ପାଇଁ ଦୁଇଟି ୱିକେଟ ନେଇଥିଲେ।

ଜିମ୍ବାୱେ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ସିକନ୍ଦର ରଜା ଜିମ୍ବାୱେ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିଲେ। ସେ ୨୪ ବଲରେ ୪୦ ରନ ସଂଗ୍ରହ କରିଥିଲେ। ଏହି ସମୟରେ ସେ ତିନୋଟି ଚୌକା ଓ ତିନି ଛକା ମାରିଥିଲେ। ତାଙ୍କ ବ୍ୟତୀତ ସଚିନ ୱିଲିୟମସନ ୨୩ ଟି ବଲରେ ୨୮ରନ ସଂଗ୍ରହ କରିଥିଲେ।

ନଅ ଜଣ ଜିମ୍ବାୱେ ବ୍ୟାଟ୍ସମ୍ୟାନ ଡବଲ ଫିଗରକୁ ଛୁଇଁ ପାରି ନ ଥିଲେ। ନେଦରଲାଣ୍ଡ ପାଇଁ ପଲ ୱାନ ମେକେରେନ ସର୍ବାଧିକ ତିନୋଟି ୱିକେଟ ନେଇଥିଲେ। ବ୍ରେଣ୍ଡନ ଗ୍ଲୋଭର, ଲୋଗାନ ୱାନ ୱିକ୍ସ ଏବଂ ଭାସ ଡି ଲିଡ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ଫ୍ରେଡ କ୍ଲାସେନଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା।

ଏହି ପରାଜୟ ପରେ ଜିମ୍ବାୱେର ଚାରୋଟି ମ୍ୟାଚରୁ ୩ ପଏଣ୍ଟ ରହିଛି। ଦଳ ଗୋଟିଏ ମ୍ୟାଚ ଜିତି ଦୁଇଟିରେ ହାରିଛି। ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା। ଜିମ୍ବାୱେର ନିଟ ରନ ହାର ହେଉଛି -୦.୩୧୩ । ଏହି ପରାଜୟ ସହିତ ଦଳର ସେମିଫାଇନାଲରେ ପ୍ରବେଶ କରିବାର ଆଶା ଶେଷ ହୋଇଛି। ଜିମ୍ବାୱେର ଏବେ ଭାରତ ବିପକ୍ଷରେ ଖେଳିବାକୁ ଗୋଟିଏ ମ୍ୟାଚ ଅଛି। ଅନ୍ୟପକ୍ଷରେ ନେଦରଲାଣ୍ଡ ଦଳ ପୂର୍ବରୁ ବିଶ୍ୱକପରୁ ବାହାର ହୋଇସାରିଛି। ଦଳ ଚାରିଟି ମ୍ୟାଚରୁ ୨ ପଏଣ୍ଟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରାଜୟ ପରେ ଆଫଗାନିସ୍ତାନ ଅଧିନାୟକ ପଦ ଛାଡ଼ିଲେ ନବୀ

ନୂଆଦିଲ୍ଲୀ,୪।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଆଫଗାନିସ୍ତାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏହାକୁ ନେଇ ଦଳ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଶୁକ୍ରବାର ଅନ୍ତିମ ମ୍ୟାଚ୍‌ରେ ଆଫଗାନ...

ପ୍ରୋ କବାଡ଼ି ଲିଗ୍‌: ଦିଲ୍ଲୀ- ବେଙ୍ଗାଲୁରୁ ମ୍ୟାଚ ଟାଇ

ଜୟପୁର,୨୪।୯(ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ସୋମବାର ବେଙ୍ଗାଲୁରୁ ବୁଲ୍ସ ଓ ଦବଙ୍ଗ ଦିଲ୍ଲୀ ପରସ୍ପରକୁ ଭେଟିଥିଲେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଥିବା ଏହି...

ଖାତା ଖୋଲିବା ପାଇଁ ୩୫ ବଲ ଖେଳିଲେ

ଲଣ୍ଡନ,୧୫ ।୮: ଇଂଲଣ୍ଡ ବିପକ୍ଷରେ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଚାଲିଥିବା ଟେଷ୍ଟର ଦ୍ୱିତୀୟ ଇନିଂସରେ ଖାତା ଖୋଲିବା ୩୫ ବଲ ଖେଳିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର...

ରାହୁଲ-ଆଥିଆଙ୍କ ବିବାହକୁ ମୋବାଇଲ୍‌ ମନା

ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଚାନ୍ଦଲାସ୍ଥିତ ସୁନୀଲ ଶେଟ୍ଟୀଙ୍କ...

୨୦୧୧ ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ହତ୍ୟା ଧମକ ମିଳିଥିଲା: ଡୁପ୍ଲେସି

ନୂଆଦିଲ୍ଲୀ,୧୯।୫(ପି.ଟି.): ୨୦୧୧ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବିଦାୟ ନେବା ପରେ ହତ୍ୟା ଧମକ ମିଳିଥିଲା ବୋଲି ଦକ୍ଷିଣ ଆଫ୍ରିକା...

ଷ୍ଟାର୍କଙ୍କ ବୀମା ରାଶି ବିବାଦର ସମାଧାନ

ମେଲବୋର୍ନ, ୧୧ା୮ (ପି.ଟି.)-ଅଷ୍ଟ୍ରେଲିଆର ଷ୍ଟାର୍‌ ପେସ୍‌ ବୋଲର ମିଚେଲ ଷ୍ଟାର୍କଙ୍କ ବୀମା ରାଶିକୁ ନେଇ ହୋଇଥିବା ବିବାଦର ସମାଧାନ ହୋଇଛି। ୨୦୧୮ରେ ଏକ ଇଞ୍ଜୁରି ପାଇଁ...

ଆଣ୍ଟିଗୁଆରୁ ଭାରତର ଟେଷ୍ଟ ଚାମ୍ପିୟନଶିପ୍‌ ଅଭିଯାନ

ଆଣ୍ଟିଗୁଆ,୧୩।୬: ଆଣ୍ଟିଗୁଆର ସାର ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ୍‌ରୁ ଭାରତୀୟ ଦଳର ତା’ର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁଟିସି) ଆୟୋଜନ କରିିବ। ଏଠାରେ ଆୟୋଜକ ଓ୍ବେଷ୍ଟଇଣ୍ଡିଜ...

ମିଷ୍ଟର ଡିପେଣ୍ଡବୁଲ୍‌ ୪୭ ବର୍ଷରେ କଲେ ପଦାର୍ପଣ: ପିଲାଦିନ ସାଥୀ ବିଜେତାଙ୍କୁ କରିଥିଲେ ଜୀବନସାଥୀ

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍‌ ଶନିବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ଜାନୁୟାରୀ ୧୧ରେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରୁ...

Advertisement
Archives

Model This Week