Posted inଖେଳ

ଜିମ୍ବାଓ୍ବେ କ୍ରିକେଟ ପ୍ରଶଂସକଙ୍କୁ ୫ବର୍ଷ ବାସନ୍ଦ

ହରାରେ, ୧୯ା୨: ଜିମ୍ବାଓ୍ବେ କ୍ରିକେଟ ଦଳର ଜଣେ ପ୍ରଶଂସକକୁ ଦେଶର ସମସ୍ତ କ୍ରିକେଟ ଭେନ୍ୟୁ ଓ ଇଭେଣ୍ଟରୁ ବାସନ୍ଦ କରାଯାଇଥିବା ଜିମ୍ବାଓ୍ବେ କ୍ରିକେଟ (ଜେଡ୍‌ସି) ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଜଣେ ଭାରତୀୟ ବୁକ୍‌ମେକରଙ୍କ ସହ ଜଣେ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସେ ସ୍ପଟ୍‌ଫିକ୍ସିଂ କାରବାରରେ ସମ୍ପୃକ୍ତ କରାଇବା ଲାଗି ହରାରେର ୨୭ବର୍ଷୀୟ ଏଡଓ୍ବାର୍ଡ ଓ୍ବାଲ୍ଟର ମୁପାନଗାନୋ ନାମକ ପ୍ରଶଂସକ ଜଣକ ଉଦ୍ୟମ ଚଳାଇଥିଲେ। ସେ ଗତ ଅଗଷ୍ଟରେ ଳଫାଷ୍ଟ ବୋଲର ଲ୍ୟୁକ୍‌ ଜଙ୍ଗଓ୍ବିଙ୍କୁ ଆପ୍ରୋଚ୍‌ କରିଥିଲେ। ଭାରତୀୟ ବୁକ୍‌ମେକରଙ୍କ ସହ ପରିଚୟ କରାଇ ଦେବେ ବୋଲି କହିଥିଲେ। ଜିମ୍ବାଓ୍ବେ କ୍ରିକେଟ ଅନୁସାରେ ଖେଳାଳି ଜଣଙ୍କୁ ୭୦୦୦ ଆମେରିକୀୟ ଡଲାର ପ୍ରତିବଦଳରେ ଏକ ଅନ୍ତର୍ଜାତୀୟ ମ୍ୟାଚରେ ପୂର୍ବ ଯୋଜନା ମୁତାବକ ବୋଲିଂ କରାଇବାକୁ ବୁକ୍‌ମେକର ଜଣକ ଚାହୁଁଥିଲେ। ମୁପାନଗାନୋ ଅତୀତରେ ସ୍ଥାନୀୟ ଏକ କ୍ଲବରେ ଖେଳିବା ଲାଗି ଚେଷ୍ଟା କରିଥିଲେ। ସେ ଯଦି ଖେଳାଳି ଜଣକୁ ସମ୍ପୃକ୍ତ କରାଇବାରେ ସଫଳ ହୋଇପାରିଥାନ୍ତେ ତାଙ୍କୁ ୩୦୦୦ ଡଲାର ମିଳିଥାନ୍ତା। କିନ୍ତୁ ଜଙ୍ଗଓ୍ବି ତୁରନ୍ତ ଏ ବିଷୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଥିଲେ। ତଦନ୍ତ ପରେ ଜିମ୍ବାଓ୍ବେ କ୍ରିକେଟର ଦୁର୍ନୀତି ମୁପାନଗାନୋ ଦୁର୍ନୀତି ନିବାରଣ ଆଚରଣ ସଂହିତା ନିୟମ ଉଲ୍ଲଂଘନ କରିଥିବା ସ୍ବୀକାର କରିଥିଲେ। ତାଙ୍କୁ ଜିମ୍ବାଓ୍ବେ କ୍ରିକେଟ ଦ୍ୱାରା ସ୍ବୀକୃତିପ୍ରାପ୍ତ ସମସ୍ତ ଭେନ୍ୟୁ ଓ ଇଭେଣ୍ଟରୁ ବାସନ୍ଦ କରାଯାଇଛି। ୨୮ ବର୍ଷୀୟ ଜଙ୍ଗଓ୍ବି ୨୦୧୪ରେ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ ପରେ ଗୋଟିଏ ଟେଷ୍ଟ, ୩୭ ଅନ୍ତର୍ଜାତୀୟ ଦିନିକିଆ ଓ ୪୫ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

ବିଶ୍ୱକପ ପୂର୍ବରୁ ଅଜିତ ଅଗରକରଙ୍କୁ ଯଦି ବାଦ ଦିଆଯାଏ, ତେବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ୩ ନାମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟରେ ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ମନେ ହେଉଛି। ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ତାଙ୍କ ପଦବୀରୁ ହଟାଯାଇପାରେ। ବିସିସିଆଇ ତାଙ୍କ…

ପୁଣି ଚର୍ଚ୍ଚାକୁ ଆସିଲେ ବୈଭବ ସୂର୍ଯ୍ୟବଂଶୀ, ପୂର୍ବତନ କ୍ରିକେଟରଙ୍କ ମନ୍ତବ୍ୟରେ ଉଠିଲା ଝଡ଼, ଏଥର…

ନୂଆଦିଲ୍ଲୀ,୫।୮: ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ଏଥର ତାଙ୍କ ପ୍ରଦର୍ଶନ ଅପେକ୍ଷା ଅନ୍ତର୍ଜାତିକ କ୍ରିକେଟରେ ଡେବ୍ୟୁକୁ ନେଇ ଅଧିକ ଚର୍ଚ୍ଚା…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri