Posted inଜାତୀୟ

କରୋନା ମଧ୍ୟରେ ଜିକା ସଂକ୍ରମଣ ବଢ଼ାଇଲା ବିପଦ

ମୁମ୍ବାଇ,୧୦।୮: କରୋନା ଭାଇରସ୍‌ ସଂକ୍ରମଣ ନସରୁଣୁ ଏବେ ଜିକା ଭାଇରସ୍‌ ସଂକ୍ରମଣ ବିପଦ ଦେଖାଦେଲାଣି। ବର୍ତ୍ତମାନ ମହାରାଷ୍ଟ୍ରରେ ଡେଙ୍ଗୁ ଚିନ୍ତାର କାରଣ ପାଲଟିଛି। ତେବେ ଜିକା ଭାଇରସ୍‌ର ପ୍ରଥମ ମାମଲା ପୁନେରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୭୯ଗାଁରେ ଏହି ଭାଇରସ୍‌ ବ୍ୟାପିବା ନେଇ ଆଶଙ୍କା ପ୍ରକଟ କରିଛି ଜିଲାପ୍ରଶାସନ। ଏହି ସମସ୍ତ ଗ୍ରାମକୁ ଜରୁରୀକାଳୀନ ସେବା ପାଇଁ ପ୍ରସ୍ତୁତ କରୁଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅଗଷ୍ଟ ୫ରେ ଅବଗତ କରାଯିବା ସହ ଉକ୍ତ ଗ୍ରାମ ଉପରେ ନଜର ରଖାଯାଇଛି ବୋଲି ଜିଲାପାଳ ଡ. ରାଜେଶ ଦେଶମୁଖ ଜାରି କରିଥିବା ଏକ ନିର୍ଦ୍ଦେଶରେ କହିଛନ୍ତି। ବର୍ତ୍ତମାନ ଏହି ଗ୍ରାମଗୁଡିକରେ ଜରୁରୀକାଳୀନ ପଦକ୍ଷେପ ଆରମ୍ଭ ହୋଇଛି। ଅନ୍ୟପଟେ ଜିଲାପାଳ ୭୯ଗାଁର ଏକ ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ଜିକା, ଡେଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗ ରହିଛି। ତେବେ ଗତ ୩ ବର୍ଷରୁ ଯେଉଁ ଗାଁଗୁଡ଼ିକରେ ଲଗାତର ଡେଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗ ଲାଗିରହିଛି ସେଗୁଡ଼ିକୁ ଜିକା ଭାଇରସ୍‌ ସଂକ୍ରମିତ ବୋଲି ବିବେଚନା କରାଯିବ। ଆଉ ଏଥିପାଇଁ ଗାଁଲୋକଙ୍କ ରକ୍ତ ନମୁନା ମଧ୍ୟ ପରୀକ୍ଷା କରାଯିବ ବୋଲି ଜିଲାପାଳ ରାଜେଶ ଦେଶମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri