ପରିବା ଚାଷରୁ ରୋଜଗାରକ୍ଷମ ହେଉଛନ୍ତି ଜୁଆଙ୍ଗ

କେନ୍ଦୁଝର,୧୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ବୁଢାଖମଣ ପଞ୍ଚାୟତର ଜୁଆଙ୍ଗ ଜନଜାତି ଲୋକେ ଜଙ୍ଗଲ ଓ ପାହାଡ଼ରେ ଥିବା କାଠ, ପତ୍ର, ଫଳମୂଳ ଆଦି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଆସୁଥିଲେ। କିନ୍ତୁ ଏବେ ପନିପରିବା ଚାଷ କରି ଆତ୍ମନିର୍ଭରଶୀଳ ହେବା ସହ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ଫଳରେ ଜଙ୍ଗଲ ଉପରେ ସେମାନଙ୍କୁ ଆଉ ନିର୍ଭରଶୀଳ ହେବାକୁ ପଡୁ ନ ଥିବାବେଳେ ସେମାନେ ଜଙ୍ଗଲ ଓ ପରିବେଶ ନଷ୍ଟ କରୁନାହାନ୍ତି।
ଆଇଟିଡିଏ କେନ୍ଦୁଝର ସହାୟତାରେ ମିଶନ ଜୀବିକା ପ୍ରକଳ୍ପ ମାଧ୍ୟମରେ ସେମାନେ ବୁଢାଖମଣ, ସୋମଗିରି, ନଳପଙ୍ଗା ଓ ସହରଟାଙ୍ଗିରି ଗ୍ରାମର ୨୦୧୮ ମସିହାରୁ ଏହି ସ୍କିମରେ ସୁବିଧା ପାଇଆସୁଛନ୍ତି ା ସୃଷ୍ଟି ସ୍ବେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ଖରିଫ ଋତୁରେ ହୋଇଥିବା ଏହି ଚାଷର ତଦାରଖ ହେଉଥିବା ବେଳେ ଏହି ଯୋଜନାରେ ୮୨ ଜୁଆଙ୍ଗ ଚାଷୀ ୨୫ ଏକର ଜମିରେ ଚଳିତବର୍ଷ କଲରା ଚାଷ କରି ବେଶ ଭଲ ରୋଜଗାର କରିପାରିଛନ୍ତି। ସେହିପରି ୪୭ ଜଣ ଜୁଆଙ୍ଗ ମୂଳା, ଗାଜର, ବିଟ ଆଦି ଚାଷ କରିଥିବା ଜଣାପଡିଛି। ସେମାନେ କିଲୋ ୭ ଟଙ୍କାରୁ ୪୪ ଟଙ୍କା ମୂଲ୍ୟରେ ବିକ୍ରି କରିଥିବା କହିଛନ୍ତି। ଏହା ଫଳରେ ସେମାନଙ୍କ ହାରାହାରି ରୋଜଗାର ମାସିକ ୧୫ରୁ ୧୮ ହଜାର ଟଙ୍କା କରିପାରିଛନ୍ତି। ଏପିସି ନୀତିନିୟମକୁ ପାଳନ କରି ଜୁଆଙ୍ଗ ଚାଷୀ ମାନେ ବେପାରୀଙ୍କୁ ପନିପରିବା ବିକ୍ରି କରି ଭଲ ଉପାର୍ଜନ କରୁଛନ୍ତି ା ଆଇଟିଡିଏ ପକ୍ଷରୁ ସେମାନଙ୍କୁ ବିହନ, ସାର ଆଦି ସହାୟତା ପ୍ରଦାନ କରାଯାଇଥିବା ବିଶେଷଜ୍ଞ ଭାନୁମତି ବେହେରା କହିଛନ୍ତି। ପ୍ରଭାତି ଜୁଆଙ୍ଗ, ବନିତା ଜୁଆଙ୍ଗ, ଗୁରୁବାରୀ ଜୁଆଙ୍ଗ ସେମାନଙ୍କ ୨୦ ଡିସିମିଲ ଜମିରୁ ପାଖାପାଖି ୩୦ହଜାର ଟଙ୍କା ରୋଜଗାର କରିଥିବା କହିଛନ୍ତି ା ଲାଭକୁ ଦେଖି ଚଳିତ ବର୍ଷ ୨୦ ଏକର ଜମିରେ ବିନ ଚାଷ କରିବାକୁ ଆଗ୍ରହ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ କୋକେଇ ସଜଡ଼ା ଯାଉଥିବା ବେଳେ ଗଛଡାଳ ପଡ଼ି ଚାଲିଗଲା ପୁଅଙ୍କ ଜୀବନ

କୋରାପୁଟ,୬ା୧୨(ଅମିତାଭ ବେହେରା): କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସାଙ୍ଗସାଥୀ ସମସ୍ତଙ୍କୁ ସାଥୀରେ ଧରି ଆସେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ...

ପୂର୍ବଶତ୍ରୁତାରୁ ଠେଙ୍ଗା-ପଥରମାଡ଼: ୫ ଗୁରୁତର

ଘସିପୁରା,୬ା୧୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ...

ବାତ୍ୟା ମିଗ୍‍ଜୋମ୍‍ର ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା; ପଟାଙ୍ଗୀଠାରେ ୫୦୦ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର,୬।୧୨: କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ସାମୁଦ୍ରିକ ବାତ୍ୟା ‘ମିଗ୍‍ଜୋମ୍‍’ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି।...

୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା...

ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର...

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ...

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri