ପରିବା ଚାଷରୁ ରୋଜଗାରକ୍ଷମ ହେଉଛନ୍ତି ଜୁଆଙ୍ଗ

କେନ୍ଦୁଝର,୧୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ବୁଢାଖମଣ ପଞ୍ଚାୟତର ଜୁଆଙ୍ଗ ଜନଜାତି ଲୋକେ ଜଙ୍ଗଲ ଓ ପାହାଡ଼ରେ ଥିବା କାଠ, ପତ୍ର, ଫଳମୂଳ ଆଦି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଆସୁଥିଲେ। କିନ୍ତୁ ଏବେ ପନିପରିବା ଚାଷ କରି ଆତ୍ମନିର୍ଭରଶୀଳ ହେବା ସହ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ଫଳରେ ଜଙ୍ଗଲ ଉପରେ ସେମାନଙ୍କୁ ଆଉ ନିର୍ଭରଶୀଳ ହେବାକୁ ପଡୁ ନ ଥିବାବେଳେ ସେମାନେ ଜଙ୍ଗଲ ଓ ପରିବେଶ ନଷ୍ଟ କରୁନାହାନ୍ତି।
ଆଇଟିଡିଏ କେନ୍ଦୁଝର ସହାୟତାରେ ମିଶନ ଜୀବିକା ପ୍ରକଳ୍ପ ମାଧ୍ୟମରେ ସେମାନେ ବୁଢାଖମଣ, ସୋମଗିରି, ନଳପଙ୍ଗା ଓ ସହରଟାଙ୍ଗିରି ଗ୍ରାମର ୨୦୧୮ ମସିହାରୁ ଏହି ସ୍କିମରେ ସୁବିଧା ପାଇଆସୁଛନ୍ତି ା ସୃଷ୍ଟି ସ୍ବେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ଖରିଫ ଋତୁରେ ହୋଇଥିବା ଏହି ଚାଷର ତଦାରଖ ହେଉଥିବା ବେଳେ ଏହି ଯୋଜନାରେ ୮୨ ଜୁଆଙ୍ଗ ଚାଷୀ ୨୫ ଏକର ଜମିରେ ଚଳିତବର୍ଷ କଲରା ଚାଷ କରି ବେଶ ଭଲ ରୋଜଗାର କରିପାରିଛନ୍ତି। ସେହିପରି ୪୭ ଜଣ ଜୁଆଙ୍ଗ ମୂଳା, ଗାଜର, ବିଟ ଆଦି ଚାଷ କରିଥିବା ଜଣାପଡିଛି। ସେମାନେ କିଲୋ ୭ ଟଙ୍କାରୁ ୪୪ ଟଙ୍କା ମୂଲ୍ୟରେ ବିକ୍ରି କରିଥିବା କହିଛନ୍ତି। ଏହା ଫଳରେ ସେମାନଙ୍କ ହାରାହାରି ରୋଜଗାର ମାସିକ ୧୫ରୁ ୧୮ ହଜାର ଟଙ୍କା କରିପାରିଛନ୍ତି। ଏପିସି ନୀତିନିୟମକୁ ପାଳନ କରି ଜୁଆଙ୍ଗ ଚାଷୀ ମାନେ ବେପାରୀଙ୍କୁ ପନିପରିବା ବିକ୍ରି କରି ଭଲ ଉପାର୍ଜନ କରୁଛନ୍ତି ା ଆଇଟିଡିଏ ପକ୍ଷରୁ ସେମାନଙ୍କୁ ବିହନ, ସାର ଆଦି ସହାୟତା ପ୍ରଦାନ କରାଯାଇଥିବା ବିଶେଷଜ୍ଞ ଭାନୁମତି ବେହେରା କହିଛନ୍ତି। ପ୍ରଭାତି ଜୁଆଙ୍ଗ, ବନିତା ଜୁଆଙ୍ଗ, ଗୁରୁବାରୀ ଜୁଆଙ୍ଗ ସେମାନଙ୍କ ୨୦ ଡିସିମିଲ ଜମିରୁ ପାଖାପାଖି ୩୦ହଜାର ଟଙ୍କା ରୋଜଗାର କରିଥିବା କହିଛନ୍ତି ା ଲାଭକୁ ଦେଖି ଚଳିତ ବର୍ଷ ୨୦ ଏକର ଜମିରେ ବିନ ଚାଷ କରିବାକୁ ଆଗ୍ରହ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri