ମୋଦିଙ୍କ ଆଗରେ ଏମିତି ପ୍ରସ୍ତାବ ରଖିଦେଲେ ଜେଲେନସ୍କି, ଯାହା କରିବା ସମ୍ଭବ ନୁହେଁ

କିଭ୍‌,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଦ୍ୱିତୀୟ ୟୁକ୍ରେନ ଶାନ୍ତି ସମ୍ମିଳନୀ ଆୟୋଜନ କରିବାକୁ ଭାରତକୁ ପ୍ରସ୍ତାବ ଦେଇଛନ୍ତି। ଜେଲେନସ୍କି କହିଛନ୍ତି, ସେ ତାଙ୍କ ଧାରଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ପହଞ୍ଚାଇଛନ୍ତି ଏବଂ ଭାରତରେ ଶାନ୍ତି ସମ୍ମିଳନୀ ଆୟୋଜିତ ହୋଇପାରିବ ବୋଲି କହିଛନ୍ତି। ଅବଶ୍ୟ ପୂର୍ବ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରି ନ ଥିବା ଦେଶରେ ଏହି ସମ୍ମିଳନୀ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ଜେଲେନସ୍କି କହିଛନ୍ତି।
ଜୁନ ମାସରେ ସ୍ବିଜରଲ୍ୟାଣ୍ଡର ଲୁସେର୍ନ ନିକଟସ୍ଥ ଏକ ରିସୋର୍ଟରେ ଏହି ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏଥିରେ ୯୦ରୁ ଅଧିକ ଦେଶ ତଥା ବିଶ୍ୱସ୍ତରୀୟ ଅନୁଷ୍ଠାନ ଯୋଗ ଦେଇଥିଲେ ଏବଂ ୟୁକ୍ରେନକୁ ଶାନ୍ତି ଆଣିବା ଉପରେ ଏକମାତ୍ର ଧ୍ୟାନ ଦିଆଯାଇଥିଲା। ଭାରତ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲା, କିନ୍ତୁ ଆଲୋଚନାରୁ ବାହାରିଥିବା ନିଷ୍କର୍ସ ସହିତ ନିଜକୁ ଯୋଡ଼ିବାକୁ ମନା କରିଦେଇଥିଲା।
ଏକ ଗଣମାଧ୍ୟମ ସମ୍ମିଳନୀରେ ଜେଲେନସ୍କି କହିଛନ୍ତି, ଯେତେ ଦୂର ଶାନ୍ତି ସମ୍ମିଳତ୍ର କଥା ଉଠୁଛି, ମୋର ବିଶ୍ୱାସ ଯେ ଦ୍ୱିତୀୟ ଶାନ୍ତି ସମ୍ମିଳନୀ ହେବା ଉଚିତ୍‌। ଯଦି ଏହା ଗ୍ଲୋବାଲ ସାଉଥ ର ଗୋଟିଏ ଦେଶରେ ଅନୁଷ୍ଠିତ ହୋଇପାରେ ତେବେ ଏହା ଭଲ ହେବ। ସେ କହିଛନ୍ତି, ଆମେ ବର୍ତ୍ତମାନ ସାଉଦି ଆରବ, କତାର, ତୁର୍କୀ ଏବଂ ସ୍ବିଜରଲ୍ୟାଣ୍ଡ ଭଳି ଦେଶ ସହିତ କଥାବାର୍ତ୍ତା କରୁଛୁ। ଜେଲେନସ୍କି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲି ଯେ, ଆମେ ଭାରତରେ ଏକ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜନ କରିପାରିବା। ଏହା ଏକ ବଡ ଦେଶ ଏବଂ ସବୁଠାରୁ ବଡ ଗଣତନ୍ତ୍ର।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଜେଲେନସ୍କିଙ୍କ ସହ କଥାବାର୍ତ୍ତା କରି କହିଛନ୍ତି, ଜାରି ରହିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ସମୟ ନଷ୍ଟ ନ କରି ଉଭୟ ୟୁକ୍ରେନ-ରୁଷିଆ ଏକାଠି ବସିବା ଉଚିତ। ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାରେ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ।
ମୋଦୀ କହିଛନ୍ତି, ମୁଁ ଶାନ୍ତିର ବାର୍ତ୍ତା ଆଣିଛି। ମୁଁ ଆପଣଙ୍କୁ ଏବଂ ସମଗ୍ର ବିଶ୍ୱ ସମୁଦାୟକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା (ରାଜ୍ୟଗୁଡିକ)କୁ ସମ୍ମାନ ଦେବା ପାଇଁ ଭାରତ ପ୍ରତିବଦ୍ଧ ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?