Posted inଖେଳ

କୋହଲି ଦେଲେ ସଙ୍କେତ; ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆରେ ହୋଇପାରେ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ,୭।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୧) ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଇପିଏଲ୍‌ ଶେଷ ହେବାର କିଛି ଦିନ ପରେ ପରେ ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଟି-୨୦ ବିଶ୍ୱକପ୍‌ ୨୦୨୧ ଆରମ୍ଭ ହେବ। ଏବେ ଲିଗ୍‌ କ୍ରିକେଟ ଉପଭୋଗ କରୁଥିବା ପ୍ରଶଂସକ ଦେଶକୁ ସମର୍ଥନ କରୁଥିବା ଦେଖିବାକୁ ମିଳିବ। ଟି-୨୦ ବିଶ୍ୱକପ୍‌ ପାଇଁ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍‌ର ଘୋଷଣା କରାଯାଇଛି। କିନ୍ତୁ ଆଇପିଏଲ୍‌ ସମୟରେ କିଛି ଖେଳାଳି ଆହତ ହୋଇପାରନ୍ତି ବୋଲି ଡର ଥିଲା। ଏବେ ତାହା ହିଁ ହୋଇଛି। ଆମେ କଥା ହେଉଛୁ ଆହତ ହୋଇଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ବିଷୟରେ। କେଉଁ ଖେଳାଳି ବରୁଣଙ୍କ ସ୍ଥାନ ନେବେ ସେ ନେଇ ଅଧିନାୟକ ବିରାଟ କୋହଲି ସଙ୍କେତ ଦେଇଛନ୍ତି।
ବରୁଣଙ୍କ ଆଣ୍ଠୁଗଣ୍ଠିରେ ସମସ୍ୟା ରହିଛି। ତାଙ୍କୁ ସୁସ୍ଥ ହେବାକୁ ସମୟ ଲାଗିପାରେ। ଏଥିନେଇ ବରୁଣଙ୍କ ବିକଳ୍ପ ଖୋଜିବା ଆରମ୍ଭ ହୋଇଛି। ସେ ସୁସ୍ଥ ହେବା ପରେ ତାଙ୍କୁ ଏନ୍‌ସିବି ପଠାଯିବ। ପରେ ପରବର୍ତ୍ତୀ ରଣନୀତି ଆପଣାଯିବ ବୋଲି ଜଣାପଡ଼ିଛି।

ବିଶ୍ୱକପ୍‌ରେ ବରୁଣଙ୍କ ସ୍ଥାନ ନେଇପାରନ୍ତି ୟୁଜବେନ୍ଦ୍ର ଚହଲ। ଚହଲଙ୍କ ଗତ କିଛି ଅନ୍ତର୍ଜାତୀୟ ମ୍ୟାଚ୍‌କୁ ଧ୍ୟାନରେ ରଖି ଚୟନକର୍ତ୍ତା ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କରି ନ ଥିଲେ। ହେଲେ ଚଳିତ ଆଇପିଏଲ୍‌ରେ ପୁଣି ଚମକିଛନ୍ତି ଚହଲ। ସେ ଏଯାବତ ଖେଳାଯାଇଥିବା ୧୬ ମ୍ୟାଚ୍‌ରୁ ଗୋଟିଏରେ ଉଇକେଟ ନେଇନାହାନ୍ତି। ବାକି ମ୍ୟାଚ୍‌ରେ ସେ ବହୁତ ପ୍ରଭାବଶାଳୀ ବୋଲିଂ କରି ପୁଣି ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳରେ ବରୁଣଙ୍କ ସ୍ଥାନରେ ଚହଲ ହିଁ ସର୍ବୋତ୍ତମ ବିକଳ୍ପ ବୋଲି କୁହାଯାଉଛି।

ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ବାଙ୍ଗାଲୋର ୪ ରନ୍‌ରେ ପରାଜିତ ହୋଇଥିଲା। ଦଳ ପ୍ରଥମରୁ ପ୍ଲେ ଅଫ୍‌ରେ ସ୍ଥାନ ପାଇଥିବାରୁ ମ୍ୟାଚ୍‌ ପରେ କୋହଲି ଦଳର ଖେଳାଳିଙ୍କ ବିଷୟରେ ଚର୍ଚ୍ଚା କରିଥିଲେ। ସେଥିରେ ଚହଲ ରହିଥିଲେ। ଚହଲ ବର୍ତ୍ତମାନ ବହୁତ ଭଲ ବୋଲିଂ କରୁଛନ୍ତି। ତାଙ୍କ ପ୍ରଦର୍ଶନ ଦଳ ପାଇଁ ଭଲ ସଙ୍କେତ ବୋଲି କୋହଲି କହିଥିଲେ। ଏହାକୁ ନେଇ ଚୟନକର୍ତ୍ତାମାନେ ବିଶ୍ୱକପ୍‌ ପାଇଁ ବରୁଣଙ୍କ ବିକଳ୍ପ ବିଷୟରେ କଥା ହେଲେ ଅଧିନାୟକ କୋହଲି ନିଶ୍ଚିତ ଭାବେ ବିଶ୍ୱସ୍ତ ସ୍ପିନରଙ୍କ ନାମ ନେଇପାରିବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri