ଭାଜପାରେ ଯୋଗଦେବେ ଯୁବରାଜ! ଏହି ଆସନରୁ ଲଢିପାରନ୍ତି

ନୂଆଦିଲ୍ଲୀ,୨୨।୨:ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ରାଜନୀତିରେ ଗତ କିଛି ଦିନ ହେବ ଚର୍ଚ୍ଚାର ବଜାର ଗରମ ହୋଇଛି। ଅନେକ ନେତାଙ୍କ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗଦେବାର ଖବର ମଧ୍ୟ ରହିଛି।
ଏହା ପୂର୍ବରୁ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇପାରନ୍ତି ବୋଲି ଆଲୋଚନା ହୋଇଥିଲା, କିନ୍ତୁ ସିଦ୍ଧୁ ଏହାକୁ ସଂପୂର୍ଣ୍ଣ ଭାବେ ଅସୱୀକାର କରିଥିଲେ। ଏବେ ରାଜନୈତିକ ସର୍କଲରେ ଏକ ଆଲୋଚନା ଚାଲିଛି ଯେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଭାଜପାରେ ଯୋଗ ଦେଇପାରନ୍ତି କିନ୍ତୁ କ୍ରିକେଟର ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାଁନ୍ତି।
ଚର୍ଚ୍ଚା ହେଉଛି ଯେ ଲୋକ ସଭା ନିର୍ବାଚନ ପୂର୍ବରୁ ଯୁବରାଜ ଭାଜପାରେ ଯୋଗ ଦେଇପାରନ୍ତି ଏବଂ ତାଙ୍କୁ ଗୁରୁଦାସପୁର ଲୋକ ସଭା ଆସନରୁ ଫିଲ୍ଡିଂ କରାଯାଇପାରେ। ଗତ ଲୋକ ସଭା ନିର୍ବାଚନରେ ଅଭିନେତା ସନ୍ନି ଦେଓଲ ଗୁରୁଦାସପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ଏହି ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦେଓଲ ଆଗ୍ରହୀ ନୁହଁନ୍ତି, ଯେଉଁ କାରଣରୁ ଭାଜପା ଗୁରୁଦାସପୁର ଆସନ ପାଇଁ ନୂଆ ଚେହେରା ଖୋଜିବା ଆରମ୍ଭ କରି ଦେଇଛି। ଏହାପୂର୍ବରୁ ଏମ୍‌ପି ମନୀଷ ତିୱାରୀ ମଧ୍ୟ ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୩ ଅଗଷ୍ଟକୁ ୟୁକ୍ରେନ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି, ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ଏହା ପ୍ରଥମ ଗସ୍ତ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 23 ଅଗଷ୍ଟରେ ୟୁକ୍ରେନ ଗସ୍ତ କରିବେ। ଏହି ସମୟରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବେ। ରୁଷିଆ-ୟୁକ୍ରେନ ସହିତ...

ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଲେ ସରକାର, ଆଣିବେ ବିଲ୍‌

ନୂଆଦିଲ୍ଲୀ,୨୭।୭: ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା କଷିଲେଣି ମୋଦି ସରକାର। ଏନେଇ ସବୁ ପ୍ରସ୍ତୁତି ମଧ୍ୟ ଶେଷ କରି ସାରିଲେଣି। ଏଥିପାଇଁ ମୋଦି...

ଯଦି ବିଜେଡି ଇଣ୍ଡିଆ ମେଣ୍ଟରେ ସାମିଲ ହୁଏ, ରାଜ୍ୟ ସଭାରେ ପଲଟିଯିବ ନମ୍ବର ଗେମ୍‌, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୨୭।୭: ଏଥର ଲୋକ ସଭା ନିର୍ବାଚନ ପରେ ଦେଶର ରାଜନୈତିକ ପରିସ୍ଥିତି ଅନେକାଂଶରେ ବଦଳିଥିବା ପରି ମନେ ହେଉଛି। ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା)...

ମାୟାନଗରୀରେ ଭଶୁୁଡ଼ିଲା ୩ ମହଲା କୋଠା, ଚାପିହୋଇ ରହିଛନ୍ତି ଲୋକେ

ମୁମ଼୍ବାଇ,୨୭।୦୭: ମୟାନଗରୀ ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଭଙ୍ଗା ଛାତ ତଳେ କିଛି...

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା

ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍‌ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri