ସଞ୍ଜୟଙ୍କୁ ଯୁବ, ମାନସଙ୍କୁ ବାଲ୍‌

ଭୁବନେଶ୍ୱର,୧୬।୬ (ଶର୍ମିଷ୍ଠା ପାଣିଗ୍ରାହୀ)କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଲ୍‌ ପୁରସ୍କାର – ୨୦୨୪ ଶନିବାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ ଯୁବ କଥାକାର ସଞ୍ଜୟ ପଣ୍ଡା ‘ଯୁବ ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ‘ବାଲ ପୁରସ୍କାର’ ପାଇଁ ଶିଶୁ ସାହିତି୍ୟକ ମାନସ ରଞ୍ଜନ ସାମଲ ମନୋନୀତ ହୋଇଛନ୍ତି। ତାଙ୍କ ପୁସ୍ତକ ‘ଗପ କଳିକା’ ପାଇଁ ସେ ଏହି ପୁରସ୍କାର ପାଇବେ। ପୁରସ୍କାର ସ୍ବରୂପ ନଗଦ ୫୦ହଜାର ଟଙ୍କାର ଅର୍ଥରାଶି ସହିତ ତମ୍ବା ଫଳକ ପ୍ରଦାନ କରାଯିବ। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସଞ୍ଜୟଙ୍କୁ ଯୁବ, …
ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଏକାଡେମୀ ପକ୍ଷରୁ ଗୁଜରାଟର ନର୍ମଦା ଜିଲାରେ ଅନୁଷ୍ଠିତ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ମୋଟ ୨୩ଟି ଭାଷା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ତେବେ ସଂସ୍କୃତ ଭାଷା ପାଇଁ ପରବର୍ତ୍ତୀ ସମୟରେ ପୁରସ୍କାର ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ଓଡ଼ିଆ ଭାଷାର ଉପଦେଷ୍ଟା ମଣ୍ଡଳୀ ଆବାହକ ଡ. ଗୌରହରି ଦାସ, ସଭାପତି ମାଧବ କୌଶିକ, ଉପସଭାପତି କୁମୁଦ ଶର୍ମା, କାର୍ଯ୍ୟନିର୍ବାହୀ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍‌ ପୁରସ୍କାର ପାଇବା ପରେ ସାହିତି୍ୟକ ମାନସ କହିଛନ୍ତି, ପୁରସ୍କାର ଯେକୌଣସି ଲେଖକ ପାଇଁ ଏକ ବଡ଼ ଉପଲବ୍ଧି। ତାହା ଲେଖକର ଆତ୍ମବିଶ୍ୱାସ ବଢ଼ାଇବା ସଙ୍ଗେସଙ୍ଗେ ଖୁସି ଓ ଆନନ୍ଦ ଆଣିଦେଇଥାଏ। ସମ୍ମାନ, ପୁରସ୍କାର ସାରସ୍ବତ ସ୍ରଷ୍ଟାଙ୍କୁ ନୂଆ ସୃଷ୍ଟି ପାଇଁ ପ୍ରୋତ୍ସାହନ ଦେଇଥାଏ। ସେମାନେ ଅଧିକ ଦାୟିତ୍ୱସମ୍ପନ୍ନ ହୋଇ ସାହିତ୍ୟ ରଚନା କରିଥାନ୍ତି, ଯାହା ମୋ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। ଯାଜପୁର ଜିଲା ସିଂହପୁରଠାରେ ଜନ୍ମଗ୍ରହଣ କରିଥିବା ମାନସ ଦୀର୍ଘ ୪୦ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ରଚନା ଜାରି ରଖିଛନ୍ତି। ସେ ନ୍ୟାଶନାଲ୍‌ ବୁକ୍‌ ଟ୍ରଷ୍ଟ ଓ ଇଣ୍ଡିଆ ଓଡ଼ିଆ ଭାଷା ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ଅଛନ୍ତି। ୩୭ ବର୍ଷ ଧରି ସେ ଝୁମୁକା ପତ୍ରିକାର ସମ୍ପାଦକ ରହିଛନ୍ତି। ‘ମନଛୁଆଁ ଗୀତ’ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କବିତା ପୁସ୍ତକ ‘ମହତ ସହିବା ଜନ’ ପାଇଁ ଭାରତ ସରକାରଙ୍କ ଏନ୍‌ସିଇଆର୍‌ଟିର ଜାତୀୟ ପୁରସ୍କାର, କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ପକ୍ଷରୁ ଶ୍ରେଷ୍ଠ ଶିଶୁ ସାହିତି୍ୟକ ଭାବେ ସମ୍ବର୍ଦ୍ଧନା ସମେତ କାଦମ୍ବିନୀ କୁନିକଥା ଶିଶୁ ସାହିତ୍ୟ ପୁରସ୍କାର, ରାଜଧାନୀ ପୁସ୍ତକମେଳା ପୁରସ୍କାର ଭଳି ୪୦ରୁ ଊର୍ଦ୍ଧ୍ୱ ପୁରସ୍କାର ଓ ସମ୍ମାନ ସେ ପାଇଛନ୍ତି। ଏଥିସହ ୨୦ରୁ ଊର୍ଦ୍ଧ୍ୱ ମୌଳିକ ପୁସ୍ତକ ରଚନା କରିଥିବା ବେଳେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଭାଷା ଓ କେନ୍ଦ୍ରୀୟ ସଂସ୍ଥାନ ମହୀଶୂରର ପ୍ରକଳ୍ପ ଅଧୀନରେ ୨୫୦ରୁ ଊର୍ଦ୍ଧ୍ୱ ଶିଶୁସାହିତ୍ୟ ଗଳ୍ପ ପୁସ୍ତକ ଇଂଲିଶରୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି।
ସେହିପରି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ ମନୋନୀତ ହେବା ପରେ ସଞ୍ଜୟ କହିଛନ୍ତି, ମୁଁ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମ ଗଳ୍ପ ଲେଖିଥିଲି, ଯାହାକୁ ସାଇତି ରଖିପାରି ନ ଥିଲି । ତା’ପରେ ଅନେକ ଗଳ୍ପ ଲେଖିଥିଲେ ବି ପ୍ରଥମ ଗଳ୍ପର କାହାଣୀଟି ମୋର ଭଲଭାବରେ ମନେ ରହିଯାଇଥିଲା। ସ୍ନାତକ ପ୍ରଥମ ବର୍ଷରେ ପଢ଼ିବା ବେଳେ କଲେଜ ଗଳ୍ପ ଲିଖନ ପ୍ରତିଯୋଗିତାରେ ସମାନ କାହାଣୀରେ ଗଳ୍ପଟିଏ ଲେଖି ପ୍ରଥମ ହୋଇଥିଲି ଓ ଅନେକ ପ୍ରଶଂସା ପାଇଥିଲି। ଶୀର୍ଷକ ଥିଲା ‘ସନ୍ଦେହ ଜଙ୍ଗଲରେ ପ୍ରବାସୀ ମଣିଷ’। ଏହି ଭଲପାଇବାରେ ଉତ୍ସାହିତ ହୋଇ ମୁଁ ଲେଖାଲେଖି ପ୍ରତି ମନ ବଳାଇଲି। ମୋର ନିଜ ଆତ୍ମବିଶ୍ବାସ ହିଁ ଅଧିକରୁ ଅଧିକ ପ୍ରେରଣା ଯୋଗାଇଲା। ଯେହେତୁ ଗଳ୍ପ ମାଧ୍ୟମରେ ନିଜ ଭାବାବେଗକୁ ଭଲଭାବରେ ବ୍ୟକ୍ତ କରିପାରୁଥିଲି, ତେଣୁ ବିଶେଷ କରି ଗଳ୍ପ ଦୁନିଆରେ ପାଦଦେଲି। ବାଲେଶ୍ୱର ଜିଲା କୁରୁଡ଼ାରେ ଜନ୍ମିତ ସଞ୍ଜୟ ବୃତ୍ତିରେ ଜଣେ ଶିକ୍ଷକ। ସେ ଟାଇମ୍‌ପାସ୍‌ ଉଦୟରାଗ ସମ୍ମାନ, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ନବଉନ୍ମେଷ ପୁରସ୍କାର, ଫକୀରମୋହନ ବିଶ୍ବବିଦ୍ୟାଳୟ ଯୁବ ଗାଳ୍ପିକ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଛନ୍ତି। ୨୦୨୧ରେ ‘ହୁ ବାଇଆ’ ପୁସ୍ତକ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ପ୍ରଂଶସା କଲେ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ: କହିଲେ…

ଭୁବନେଶ୍ୱର,୧୪।୩: ରତ୍ନଭଣ୍ଡାର ଖୋଲିବାକୁ ନେଇ ସବୁ ସ୍ଥାନରେ ଉତ୍ସାହ ଲାଗିରହିଛି। ଏ ଭିତରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ...

ରତ୍ନଭଣ୍ଡାର ଖୋଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ…

ପୁରୀ ଅଫିସ,୧୪।୭: ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର। ରବିବାର ୧୧ ଜଣିଆ ଟିମ୍‌ ଶ୍ରୀମନ୍ଦିର ଯାଇ ନିର୍ଦ୍ଧାରିତ ସମୟ ୧ଟା ୨୮ ମିନିଟ୍‌ରେ...

ଖୋଲିଲା ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର।...

ମା’ ବିମଳାଙ୍କଠାରୁ ଗୁଆ ନେଲେ ଟିମ୍‌, ବନ୍ଦ ହେଲା ୩ ଦ୍ୱାର; ଆଉ କିଛି ମିନିଟ୍‌ରେ…

ପୁରୀ ଅଫିସ,୧୪।୭: ଖୋଲାଯିବ ରତ୍ନଭଣ୍ଡାର। ଏହାକୁ ନେଇ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଥମେ ଶ୍ରୀମନ୍ଦିର ଭିତରେ ଥିବା ଭକ୍ତଙ୍କୁ ବାହାର କରାଯିବା...

ରତ୍ନଭଣ୍ଡାର ଅଳଙ୍କାର ରହିବା ପାଇଁ ଆସିଲା ସିନ୍ଦୁକ: ଜାଣନ୍ତୁ କିଏ, କେତେ ସମୟରେ କେଉଁଥିରେ କଲେ ତିଆରି

ପୁରୀ,୧୪।୭: ଆଜି ଖୋଲିବ ରତ୍ନଭଣ୍ଡାର, ଭିତରେ ଥିବା ସିନ୍ଦୁକରୁ ଅଳଙ୍କାର ଗଣତି କରାଯାଇ ଅନ୍ୟ ସିନ୍ଦୁକରେ ରଖାଯିବା ପାଇଁ ୬ ସିନ୍ଦୁକ ଆସି ପୁରୀରେ ପହଞ୍ଚିଛି।...

ଖୋଲିବ ରତ୍ନଭଣ୍ଡାର; ଜଷ୍ଟିସ ରଥ କହିଲେ-”ଆଖି ଦେଖୁଛି ମୁଣ୍ଡକୁ ଯାଉଛି, ତୁଣ୍ଡକୁ ଯିବନି କି ହାତକୁ ଆସିବନି”

ପୁରୀ,୧୪।୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଗୁରୁତ୍ୱପୂର୍ଣ୍ଣ ବୈଠକରେ କିଏ କିଏ ରତ୍ନଭଣ୍ଡାର ଭିତରକୁ ଯିବେ ସେ ନେଇ ନିଷ୍ପତ୍ତି...

ଧିରେ ଧିରେ ଖୋଲିବ ରତ୍ନଭଣ୍ଡାର ରହସ୍ୟ: ମନ୍ଦିର ଭିତରକୁ ଗଲେ ଯାଞ୍ଚ ଟିମ୍‌  

ପୁରୀ,୧୪।୭: ଶ୍ରୀମନ୍ଦିର ଭିତରକୁ ରତ୍ନଭଣ୍ଡାର ଯାଞ୍ଚ ଟିମ୍‌   ବର୍ତ୍ତମାନ ପ୍ରବେଶ କରିଛନ୍ତି। କମିଟିର ସଦସ୍ୟମାନେ ପାରମ୍ପରିକ ପୋଷାକରେମନ୍ଦିର ଭିତରକୁ ଯାଇଛନ୍ତି । ତେବେ ପ୍ରଥମେ ପତିତପାବନଙ୍କ...

ଆଜି ହେବନି ଗଣତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବଡ଼ ସୂଚନା

ପୁରୀ,୧୪।୭: ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ଆଜି ଗଣତି ହେବ ନାହିଁ। ଶ୍ରୀମନ୍ଦିର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri