ନିର୍ବାଚନ ପ୍ରଚାରର ମାଧ୍ୟମ ପାଲଟିଛି ୟୁଟ୍ୟୁବ୍‌: ବ୍ଲଗର୍‌ଙ୍କ ଦ୍ୱାରା କଟକର ଖାଦ୍ୟ, ପ୍ରସିଦ୍ଧ ସ୍ଥାନକୁ ଗୁରୁତ୍ୱ

କଟକ,୧୦ା୫(ଶିଳ୍ପା ପ୍ରିୟଦର୍ଶିନୀ):ନିର୍ବାଚନକୁ ନେଇ ବାରବାଟୀ-କଟକ ରାଜନୀତି ସରଗରମ ହେବାରେ ଲାଗିଛି। ଏଠାରେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ଏବେ ନୂଆଢଙ୍ଗରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ପ୍ରକାଶ ବେହେରା, ଭାଜପାର ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ କଂଗ୍ରେସର ସୋଫିଆ ଫିର୍ଦ୍ଦୋଶ ରହିଛନ୍ତି। ପ୍ରକାଶ ଏମ୍‌ବିଏ ଡିଗ୍ରୀ ପ୍ରାପ୍ତ, ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଏବଂ ସୋଫିଆ ପେସାରେ ଜଣେ ଇଞ୍ଜିନିୟର। ଏହି ୩ ପ୍ରମୁଖ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଲୋକେ ଆଲୋଚନା କରୁଛନ୍ତି। ତେଣୁ ପ୍ରଚାର ପାଇଁ ପ୍ରାର୍ଥୀ ଭିନ୍ନ ଶୈଳୀ ଆପଣାଇଛନ୍ତି। ଏବେ ସୋସିଆଲ ମିଡିଆ ଖାସ୍‌ କରି ବ୍ଲଗର୍‌ଙ୍କୁ ନେଇ ଛୋଟ ଭିଡିଓ, ବ୍ଲଗିଙ୍ଗ କରି ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଛନ୍ତି। ଜନସାଧାରଣ ଏବେ ୟୁଟ୍ୟୁବ୍‌ ପ୍ରତି ବେଶ୍‌ ଆକୃଷ୍ଟ ଥିବାବେଳେ ଏହା ପ୍ରଚାରର ଏକ ପ୍ରକାର ମାଧ୍ୟମ ପାଲଟିଛି। ଏଭଳି ପ୍ରଚାର କରିବାରେ ନଜରକୁ ଆସିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋଫିଆ। ବ୍ଲଗର୍‌ଙ୍କ ସହ ନିର୍ବାଚନ ସମ୍ପର୍କରେ ସେ ଆଲୋଚନା କରିବା ସହ କଟକର ପୁରାତନ ସ୍ଥାନ, ତାରକସି କାର୍ଯ୍ୟ, ପ୍ରସିଦ୍ଧ ଖାଦ୍ୟ ଯଥା- ଦହିବରା, ମିକ୍ସଚରକୁ ଗୁରୁତ୍ୱ ଦେଇ ବ୍ଲଗର୍‌ମାନେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ୍‌ କରୁଛନ୍ତି। ଏହାଦ୍ୱାରା ବିଶ୍ୱବାସୀ କଟକ ବିଷୟରେ ଜାଣିପାରୁଛନ୍ତି। ପୂର୍ବରୁ ବିଜେଡି କଟକ ଲୋକ ସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏପରି ବ୍ଲଗରଙ୍କ ସହ ନଜର ଆସିଥିବାବେଳେ ଏବେ ସୋଫିଆ ବ୍ଲଗର ରୋହିତ ଶ୍ରୀବାସ୍ତବଙ୍କ ସହ ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?