ଜିଲା ବାହାରେ ଦାଦନ ଖଟୁଛନ୍ତି ଯୁବବର୍ଗ

କେନ୍ଦ୍ରାପଡ଼ା, ୧୫ା୯(ଜଗନ୍ନାଥ ଧଳ): ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହେଲାଣି। ରାଜ୍ୟର ୩ ବୃହତ ରାଜନୈତିକ ଦଳ ପକ୍ଷରୁ ସଙ୍ଗଠନ ମଜଭୁତ ପାଇଁ ରାଜନୈତିକ ରଣନୀତି ଅନୁଯାୟୀ କାର୍ଯ୍ୟକ୍ରମ ଜାରିରହିଛି। ତୃଣମୂଳସ୍ତରର ସମସ୍ୟା ଏଜେଣ୍ଡାରେ ସାମିଲ ହୋଇଛି। କଂଗ୍ରେସ ସ୍ଥାନୀୟ ସମସ୍ୟା ଉଠାଇ ଲୋକଙ୍କ ନିକଟତର ହେଉଥିବା ବେଳେ ଏଏପି ଜିଲାରେ କର୍ମକର୍ତ୍ତାଙ୍କ ସମ୍ମିଳନୀ କରି ପାଦ ଥାପିବାକୁ ଯୋଜନା କାର୍ଯ୍ୟକାରୀ କରୁଛି। ସେହିପରି ବିଜେଡି ଓ ଭାଜପା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ପାଥେୟ କରିଛି। ତେବେ ଏହି ଜିଲା ଗଠନକୁ ଇତିମଧ୍ୟରେ ୩୦ ବର୍ଷ ପୂରିଥିଲେ ମଧ୍ୟ ଖରିଫ ଚାଷ ଜୀବନ ଜୀବିକା ହୋଇଛି। ମାନବ ସମ୍ବଳର ଉପଯୋଗ ପାଇଁ ସ୍ବତନ୍ତ୍ର ଯୋଜନା ନାହିଁ। କର୍ମନିଯୁକ୍ତି ପାଇଁ ଯୁବବର୍ଗଙ୍କୁ ଜିଲା ବାହାରକୁ ଦାଦନ ଖଟିବାକୁ ଯିବା ଲାଗି ପଡୁଛି। ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚତ୍ ପାରୁନାହିଁ ବୋଲି ସାଧାରଣ ଲୋକ ମତ ରଖିଛନ୍ତି।
୧୭ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ପଥ ନାହିଁ
ପ୍ରତି ଗ୍ରାମକୁ ସୁଗମ ପଥ, ଶୁଦ୍ଧ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ଆବଶ୍ୟକତାର ପୂରଣ ସହ ଲୋକ ସମ୍ଭଳକୁ ଉପଯୋଗ କରିବା ଦ୍ୱାରା ଆର୍ଥିକ ବିକାଶର ଅଗ୍ରଗତି ହୁଏ। ତେବେ କେନ୍ଦ୍ରାପଡ଼ା ଜିଲାର ୧୭ ପଞ୍ଚାୟତକୁ ଅଦ୍ୟାବଧି ସଡକ ଯୋଗାଯୋଗ ପଥ ହୋଇନାହିଁ। ଜଳ ପରିଚାଳନା ସମସ୍ୟାରେ ଚାଷୀ ଅଛନ୍ତି। ଜଳସେଚନ ସହ ଜଳ ନିଷ୍କାସନ ଚାଷୀଙ୍କ ପାଇଁ ପ୍ରମୁଖ ସମସ୍ୟା ହୋଇଛି। ଜିଲାର ଦୁଇ ପୌରାଞ୍ଚଳରେ ଜନସଂଖ୍ୟାର ବୃଦ୍ଧି ସହ ତାଳ ଦେଇ ଜବରଦଖଲ ବଢ଼ୁଛି। ସହରର ଶ୍ୟାମଗୁଡିଆଠାରେ ୧୦୦ ଶଯ୍ୟାବିଶିଷ୍ଟ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଚାଳନା ଅଦ୍ୟାବଧି ହୋଇ ପାରିନାହିଁ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦିଆଯାଉନାହିଁ। ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ସମନ୍ବୟ ଅଭାବରୁ ପ୍ରଶାସକ ଓ ରାଜନେତାଙ୍କ ଭିଜନ ଡକ୍ୟୁମେଣ୍ଟରେ ଏହା ସ୍ଥାନ ପାଉନାହିଁ।
– ସୁନୀଲ କୁମାର ଗନ୍ତାୟତ, ସାମାଜିକ କର୍ମୀ, ମହାକାଳପଡା
ରାଶନ କାର୍ଡ, ବାସଗୃହ ଯୋଜନାରେ ବ୍ୟତିକ୍ରମ
ରାଶନ କାର୍ଡ, ବାସଗୃହ ଯୋଜନାରେ ବହୁ ବ୍ୟତିକ୍ରମ ରହିଛି। ଯାହା ଆସନ୍ତା ସାଧାରଣ ନିର୍ବାଚନରେ ରାଜନେତାଙ୍କ ପାଇଁ ବୁମେରାଂ ହେବ। କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଅଞ୍ଚଳରେ ଅଛି। ତେବେ ଏହାର ସୁରକ୍ଷା, ପରିଚାଳନା ପ୍ରତି ରାଜନେତା ଓ ପ୍ରଶାସକଙ୍କ ଆଗ୍ରହ ନାହିଁ। ସାମୁଦ୍ରିକ ଝଡ଼, ବନ୍ୟା ସମୟରେ ସ୍ଥାନାନ୍ତରଙ୍କ ସଂଖ୍ୟା ଓ ବିଭିନ୍ନ କ୍ଷତିକୁ ଅଧିକ ଦେଖାଇ ଅନୁଦାନ ଅର୍ଥ ହଡ଼ପ କରିବା ପ୍ରଶାସକ ଏବଂ ରାଜନେତାଙ୍କ ମୂଳ ଲକ୍ଷ୍ୟ ହୋଇଛି। ଚାଷ ଏଠାରେ ଅର୍ଥନୀତିକୁ ପରିଚାଳନା କରୁଥିବା ବେଳେ ଜଳ ସମ୍ପଦ, ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ ଆଦିର ଜିଲା ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚୁ ନ ଥିଲେ ମଧ୍ୟ ରାଜନେତା ନୀରବ ରହୁଛନ୍ତି।
– ବୁଦ୍ଧିଜୀବୀ ସଚିକାନ୍ତ ବେହେରା, କେନ୍ଦ୍ରାପଡ଼ା
ଲୁଣା ବନ୍ଧ ଭାଙ୍ଗି ସମୁଦ୍ର ଜୁଆର ଚାଷକୁ ନଷ୍ଟ କରୁଛି
ରାଜନଗର ଓ ମହାକାଳପଡା ଏହି ଜିଲାର ବଙ୍ଗୋପସାଗର କୂଳରେ ଅଛି। ଲୁଣା ବନ୍ଧ ଭାଙ୍ଗି ସମୁଦ୍ର ଜୁଆର ଚାଷକୁ ନଷ୍ଟ କରୁଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସହିତ ତଟକ୍ଷୟ ଏହି ଅଞ୍ଚଳ ପାଇଁ ପ୍ରମୁଖ ସମସ୍ୟା ହୋଇଛି। ତଟ କ୍ଷୟ ପାଇଁ ସାତଭାୟାବାସୀ ବଗପାଟିଆକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ଥଇଥାନସ୍ଥଳର ଉନ୍ନତୀକରଣ ଅଦ୍ୟାବଧି ହୋଇନାହିଁ। ଦୁଇ ବ୍ଲକ ଅଞ୍ଚଳର ସମସ୍ତ ଗ୍ରାମକୁ ସଡ଼କପଥ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଆଗାମୀ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ।
– କରୁଣାକର ବେହେରା, ରାଜନଗର
ମିଳୁନି ନିଯୁକ୍ତି: ଆପରାଧିକ କାର୍ଯ୍ୟରେ ଯୁବକ ସାମିଲ
ଶିକ୍ଷକ, ଡାକ୍ତର ପଦବୀ ପୂରଣ ପାଇଁ ବହୁବାର ଦାବି ହୋଇଛି। କର୍ମ ନିଯୁକ୍ତି ଅପେକ୍ଷାରେ ଥିବା ଯୁବବର୍ଗ ଏବେ ଆପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ଅନୁପ୍ରବେଶ ବଢ଼ିଛି। ଆପରାଧିକ କାର୍ଯ୍ୟକଳାପ ରୋକିବାରେ ଜିଲା ପୋଲିସ ବିଫଳ ହୋଇଛି। ବିଭିନ୍ନ ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକା ଓ ଭିତରକନିକା ଜୈବ ବିବିଧତା ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ ହେବା କଥା। ତେବେ ପ୍ରଶାସକ ଓ ରାଜନେତା ଜିଲାବାସୀଙ୍କ ହିତ ଅପେକ୍ଷା ଜୋର ଜବରଦସ୍ତ ପ୍ରକଳ୍ପ କାର୍ଯ୍ୟ କରିବା ପରିଣାମ ଆସନ୍ତା ନିର୍ବାଚନ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ।
-ଅମରବର ବିଶ୍ୱାଳ, ସାମାଜିକ କର୍ମୀ କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri