Posted inଫୁରସତ

ଦେଶ ବିକାଶରେ ଯୁବ ଦକ୍ଷତା

ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବେ ବିକାଶଶୀଳ ରାଷ୍ଟ୍ରର ମୁଖ୍ୟ ଅସ୍ତ୍ର । ଏଥିପାଇଁ ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ଜ୍ଞାନକୌଶଳରୁ ପ୍ରସ୍ତୁତ ଉପକରଣରେ ଜଟିଳ କାର୍ଯ୍ୟକୁ ସରଳ ଓ ସୁବିଧାରେ କରିହେଉଛି ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିସ୍ତୃତ ସମ୍ଭାବନାକୁ ନେଇ ପ୍ରତିବର୍ଷ ଜୁଲାଇ ୧୫ ତାରିଖକୁ ବିଶ୍ୱ ଯୁବ ଦକ୍ଷତା ଦିବସ (ୱାର୍ଲଡ ୟୁଥ୍‌ ସ୍କିଲ୍‌ ଡେ) ଭାବେ ପାଳନ କରାଯାଉଛି ।
ଯୁବ ଉଦ୍ଭାବକଙ୍କୁ ଉତ୍ସାହିତ କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ସେମାନଙ୍କ ସ୍ବପ୍ନକୁ ସଫଳ କରିବାରେ ସହଯୋଗର ଡେଣା ଯୋଗାଇଦେବା ଓ ଉଚ୍ଚ ଉଡ଼ାଣ ନିମନ୍ତେ ଉତ୍ସାହିତ କରିବା ପାଇଁ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯେକୌଣସି ଦେଶର ବିକାଶରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଏନେଇ ସେମାନଙ୍କର ଦକ୍ଷତା ବିକାଶର ଆବଶ୍ୟକତା ଜରୁରୀ।
ଜାତିସଂଘର ସାଧାରଣ ସଭା (ୟୁଏନ୍‌ଜିଏ) ଯୁବଦକ୍ଷତା ବିକାଶରେ ବିନିଯୋଗର ଗୁରୁତ୍ୱକୁ ପ୍ରୋତ୍ସାହିିତ କରିବାକୁ ନଭେମ୍ବର ୨୦୧୪ରେ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା। ବିଶ୍ୱ ଯୁବ ଦକ୍ଷତା ଦିବସ ହେଉଛି ଯୁବବର୍ଗମାନଙ୍କୁ ରୋଜଗାର କ୍ଷମତା, ଉଦ୍ୟୋଗିକତା ଏବଂ ଆତ୍ମନିଯୁକ୍ତି ପାଇଁ ଦକ୍ଷତା ଆଦି ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବାର ଏକ ଦିନ। ଯୁବପିଢ଼ିଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ବିଷୟରେ ବାର୍ତ୍ତାଳାପ ଆରମ୍ଭ କରିବା ପାଇଁ ଏହି ଦିନଟି ହେଉଛି ଉପଯୁକ୍ତ ସମୟ ।
ପ୍ରତିବର୍ଷ ବିଶ୍ୱ ଯୁବ ଦକ୍ଷତା ବିକାଶ ଦିବସ ପାଳନ ଅବସରରେ ବହୁ ପ୍ରତିଷ୍ଠିତ ବିଶ୍ୱ ସଙ୍ଗଠନ ଅଂଶଗ୍ରହଣ କରନ୍ତି। ଯୁବବର୍ଗଙ୍କ ପାଇଁ ବୈଷୟିକ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ଅଭାବର ବିଶ୍ୱସ୍ତରରେ ସୃଷ୍ଟି ହେଉଥିବା ଆହ୍ବାନକୁ ସମାଧାନ କରିବାକୁ ସରକାର, ନିଯୁକ୍ତିଦାତା, ଶିଳ୍ପ, ତାଲିମ ପ୍ରଦାନକାରୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଉତ୍ସାହିତ କରିବାକୁ ଏହି ଦିବସ ପାଳନ ଅବସରରେ ଲକ୍ଷ୍ୟ ରଖାଯାଇଥାଏ।
ୟୁନେସ୍କୋର ପୂର୍ବତନ ମହାନିର୍ଦ୍ଦେଶକ ଇରିନା ବୋକୋଭା ଏହାକୁ ବିପଦରେ ପକାଇବାର ଏକ ପ୍ରମୁଖ ସୁଯୋଗ ବୋଲି ବର୍ଣ୍ଣନାକରି ଯୁବବର୍ଗଙ୍କୁ ସାମାଜିକ, ଅର୍ଥନୈତିକ ସଶକ୍ତୀକରଣ ଏବଂ ସମ୍ମାନର ଭାବନା କିପରି ଯୋଗାଇ ଦିଆଯିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ୧୫ ଜୁଲାଇ ୨୦୧୫ ରେ ପ୍ରଥମ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଇଥିଲା।
ବିଶ୍ୱ ଯୁବ ଦକ୍ଷତା ଦିବସ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ହୋଇଥାଏ। ଚଳିତ ବର୍ଷ ୨୦୨୩ରେ ଏହି ଦିବସର ବିଷୟବସ୍ତୁ ହେଉଛି, ଏକ ପରିବର୍ତ୍ତନଶୀଳ ଭବିଷ୍ୟତ ପାଇଁ ଶିକ୍ଷକ, ପ୍ରଶିକ୍ଷକ ଏବଂ ଯୁବବର୍ଗଙ୍କ ଦକ୍ଷତା ବିକାଶ (ସ୍କିଲିଂ ଟିଚର, ଟ୍ରେନର ଆଣ୍ଡ ୟୁଥ୍‌ ଫର୍‌ ଏ ଟ୍ରାନ୍ସଫର୍‌ମେଟିଭ୍‌ ଫ୍ୟୁଚର)।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?