ଗୁଳିମାଡ଼ରେ ଯୁବକ ମୃତ,୨ ଅଟକ

କେନ୍ଦୁଝର/ପାଟଣା, ୧୨ା୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ଭଣ୍ଡା ମେଡିକାଲରେ ସୋମବାର ସନ୍ଧ୍ୟାରେ ଜଣେ ଗୁଳିବିଦ୍ଧ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଝାଡ଼ଖଣ୍ଡ ରାଜ୍ୟ ଛଣପଦା ଅଞ୍ଚଳର ମୃତ୍ୟୁଞ୍ଜୟ ବେହେରା(୪୦) ବୋଲି ଜଣାପଡ଼ିଛି। ଏହି ଘଟଣାରେ ତାଙ୍କୁ ଡାକ୍ତରଖାନା ଆଣିଥିବା ୨ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ତେବେ କେଉଁ କାରଣରୁ ଏବଂ କିଏ ଗୁଳି ଫୁଟାଇ ହତ୍ୟା କରିଛି ତାହା ଜଣାପଡ଼ିନାହିଁ। ଏହି ଗୁଳିକାଣ୍ଡ ଘଟଣା କେନ୍ଦୁଝର ଜିଲା ତୁରୁମୁଙ୍ଗା, ବାରିଆ ଥାନା କିମ୍ବା ସୀମାନ୍ତ ମୟୂରଭଞ୍ଜ ଜିଲା ଚଢ଼େଇଭୋଳ ଅଞ୍ଚଳରେ ଘଟିଥିବା କୁହାଯାଉଛି। ଗୁଳିକାଣ୍ଡ ପରେ ସମ୍ପୃକ୍ତ ଯୁବକଙ୍କୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା କିମ୍ବା କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆ ନ ଯାଇ ଭଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ କାହିଁକି ଅଣାଯାଇଥିତ୍ଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାରିଆ ଥାନା ଅଧିକାରୀ ବନ୍ଦନା ପାତ୍ର ଓ ତୁରୁମୁଙ୍ଗା ଥାନା ଅଧିକାରୀ ମଦନ ମୋହନ ନାଏକ ବିଭିନ୍ନ ସ୍ଥାନରେ ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଢ଼ ଇଚ୍ଛାଶକ୍ତି ଦେଇଛି ପରିଚୟ

ବାସୁଦେବପୁର, ୮।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଏବେ ଐତିହାସିକ କାଳୀପୂଜାର ମାହୋଲ ଚାଲିଛି। ଜିଲାରେ ପଥର ମୂର୍ତ୍ତି ଏବଂ ପଥରରେ ନିର୍ର୍ମିତ ସାମଗ୍ରୀର...

ମୟୂରଭଞ୍ଜର ୭ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଲା ପ୍ରଶାସନ

ବୌଦ୍ଧ,୧୬।୫ (ସ୍ବ.ପ୍ର.): ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। ଏଣୁ ଜନଜୀବନ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ରହି କାମଧନ୍ଦା...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର/ପାଟଣା,୫।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେନ୍ଦୁଝର ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର...

ଚଢ଼ା ଦରରେ ସାମଗ୍ରୀ ବିକି ୨୭ ବ୍ୟବସାୟୀ ଗିରଫ

ଝାରସୁଗୁଡା ଅଫିସ,୧ା୪-ଝାରସୁଗୁଡା ସହର ଶୁକର ବଜାର ଡେଲି ମାର୍କେଟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହେବା ପରେ ପ୍ରଶାସନ ବୁଧବାର...

ଖୋର୍ଦ୍ଧାରେ ବନ୍ଦ ସଫଳ

ଖୋର୍ଦ୍ଧା ଅଫିସ,୮।୧: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦିଆଯାଇଥିବା ବନ୍ଦ ପାଳନ ଡାକରା ଖୋର୍ଦ୍ଧାରେ ସଫଳ ହୋଇଛି। କଂଗ୍ରେସ,ସିପିଆଇଏମ୍‌, ଏସ୍‌ଆଇଟିୟୁ ସମେତ...

ହାତୀନଦୀରେ ବଡ଼ ବନ୍ୟା: ଯୋଗାଯୋଗ ବିଚ୍ଛିନ୍ନ

ଭବାନୀପାଟଣା,୮।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ...

ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଆକ୍ରମଣ ଅଭିଯୋଗ

ଦିଗପହଣ୍ଡି,୬।୧(ଡି.ଏନ୍‌.ଏ.)-ଦିଗପହଣ୍ଡି ସହରର ବିଜୁ ଯୁବ ବାହିନୀ ସଦସ୍ୟ କାହ୍ନୁ ନାହାକଙ୍କୁ ସୋମବାର କେତେକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ କାହ୍ନୁ ଦିଗପହଣ୍ଡି ବସଷ୍ଟାଣ୍ଡରେ...

ଡକାୟତି ଯୋଜନା ପଣ୍ଡ କଲା ବ୍ରଜରାଜନଗର ପୋଲିସ: ୩ ଅଭିଯୁକ୍ତ ଗିରଫ, ୪ ଫେରାର

ଝାରସୁଗୁଡା ଅଫିସ/ଲଖନପୁର, ୨୭।୯(ଡି.ଏନ.ଏ.)-ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଦିନକୁୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଅସାମାଜିକ ବ୍ୟକ୍ତିମାନେ ପୋଲିସକୁ ଚ୍ୟାଲେଞ୍ଜ କରି...

Advertisement
Archives

Model This Week