ନାବାଳିକା କଲେଜ ଛାତ୍ରୀଙ୍କୁ ପିଛା, ଲଜିଂ ନେଇ ବଳାତ୍କାର; ଫଟୋ-ଭିଡିଓ ଭାଇରାଲ କରିବା ପରେ…

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ବଳାତ୍କାର ସହ ଆପତ୍ତିଜନକ ଫଟୋ – ଭିଡ଼ିଓ ଭାଇରାଲ ଘଟଣାରେ ସମ୍ପୃକ୍ତ ଯୁବକ ଜଗନ୍ନାଥ ଦୋରାଙ୍କୁ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ବୁଧବାର ଗିରଫ କରି ବ୍ରହ୍ମପୁର ପୋକସ କୋର୍ଟକୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁଯାୟୀ,ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷରେ ପଢୁଥିବା ବେଳେ ନାବାଳିକା ଛାତ୍ରୀଙ୍କୁ ସବୁବେଳେ ପିଛା କରି ଅଭିଯୁକ୍ତ ଜଣକ ହଇରାଣ କରୁଥିଲେ। ପରେ ତାଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଦିଗପହଣ୍ଡି ବସଷ୍ଟାଣ୍ଡ ସ୍ଥିତ ଏକ ଲଜିଂକୁ ନେଇ ଗତ ୨୦୨୩ ଫେବୃଆରୀ ୨ ତାରିଖରେ ଅନିଚ୍ଛା ସତ୍ତ୍ବେ ବଳାତ୍କାର କରିଥିଲେ। ୨୦୨୩ ମାର୍ଚ୍ଚ ୪ରେ ଛାତ୍ରୀଙ୍କୁ ତପ୍ତପାଣି ନେଇ ସେଠାରେ ତାଙ୍କ ଫଟୋ ଭିଡ଼ିଓ ଉତ୍ତୋଳନ କରିଥିଲେ। ଛାତ୍ରୀଙ୍କ ପରିବାର ଲୋକେ ଘଟଣା ଜାଣିବା ପରେ ତାଙ୍କ କଲେଜ ଯିବା ବନ୍ଦ କରିଥିଲେ। ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ଜଣଙ୍କ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭିଡିଓ ସାମାଜିକ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ କରି ଦେଇଥିଲେ। ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କ ସହ ବ୍ରହ୍ମପୁର ସାଇବର ଥାନାକୁ ଯାଇ ସେଗୁଡିକ ଡିଲିଟ କରିବା ପରେ ମଧ୍ୟ ଅଭିଯୁକ୍ତଜଣଙ୍କ ତାଙ୍କ ମୋବାଇଲରେ ପୁଣି ଫଟୋ ଭିଡ଼ିଓ ଭାଇରାଲ କରିବା ସହ ତାଙ୍କ ପିଛା ଛାଡି ନ ଥିଲେ। ପରିବାର ଲୋକେ ଭୟଭୀତ ହୋଇ ଗାଁ ଛାଡ଼ି ଅନ୍ୟତ୍ର ରହୁଥିଲେ। ଅଭିଯୁକ୍ତଜଣଙ୍କ ସେଠାକୁ ଯାଇ ଛାତ୍ରୀଙ୍କୁ ଡକାଇ ତାଙ୍କ ସହ ନ ଆସିଲେ ହତ୍ୟା ଧମକ ଦେବା ସହ ତାଙ୍କ ସାନ ଭଉଣୀଙ୍କୁ ଅପହରଣ କରିବାକୁ ଧମକ ଦେଇଥିଲେ। ଏନେଇ ପୀଡ଼ିତା ଗତ ମଙ୍ଗଳବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ଥାନା ମାମଲା ନଂ.୧୯୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା।ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଅଭିଯୁକ୍ତଙ୍କ ମୋବାଇଲ ଫୋନ ସହ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ପୋଷାକ ପୋଲିସ ଜବତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?