କ୍ରିକେଟ ଖେଳୁଥିବା ବେଳେ ଟଳିପଡିଲେ ଯୁବକ, ଅଂଶୁଘାତ ଆଶଙ୍କା

ବ୍ରହ୍ମପୁର,୧୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଖେଳୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୈଦ୍ୟନାଥପୁର ଥାନା ଆଙ୍କୁଲି କୁମ୍ଭାରପଲ୍ଲୀର ସୁନୀଲ କୁମାର ନାହାକ(୩୧)। ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ସୁନୀଲ ତାଙ୍କର କେତେଜଣ ସାଙ୍ଗଙ୍କ ସହ ପ୍ରତିଦିନ ଭଳି ଶୁକ୍ରବାର ସକାଳେ ଖଲ୍ଲିକୋଟ କଲେଜ ପଡିଆକୁ କ୍ରିକେଟ ଖେଳିବାକୁ ଆସିଥିଲେ। ସେ ବ୍ୟାଟିଂ କରିବା ମଝିରେ ହଠାତ ସେ ପାଣି ପିଇବାକୁ ମାଗିଥିଲେ। ପାଣି ଅଣାଯିବା ପୂର୍ବରୁ ସେ ଅଚେତ ହୋଇଯାଇଥିଲେ। ଅନ୍ୟ ଖେଳାଳିମାନେ ତାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁନୀଲଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୮/୨୪) ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଳିଗଲା ଆତଙ୍କ,ଦେଖନ୍ତୁ VIDEO

ମହାକାଳପଡ଼ା,୨୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀ-ନାଳରେ ଏବେ ମାଳ ମାଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ନଦୀରେ ପ୍ରାକୃତିକ ଖାଦ୍ୟ ମାଛ ଓ…

ରାଜନୀତିରେ ବଡ଼ ହଲଚଲ: ହଠାତ୍‌ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୨୩।୯: କଂଗ୍ରେସ ବିଧାୟକ ୟଶବନ୍ତରାୟଗୌଡା ପାଟିଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ‘ଇଣ୍ଡି ତାଲୁକ’କୁ ମରୁଡ଼ିଗ୍ରସ୍ତ ଘୋଷଣା ନକରାଯିବାର ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ରବିବାର ବି ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୯: ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ତିନିଦିନିଆ ବ୍ୟାଙ୍କ ହଡତାଳ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା…

ମାତ୍ର ଗୋଟିଏ ମିନିଟରେ ଟିକେଟ ରେଜିଷ୍ଟ୍ରେଶନ ଶେଷ! IND vs WI ମ୍ୟାଚ ପାଇଁ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଦିନିକିଆ (ODI) ସିରିଜ ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି, କାରଣ ଏଥିରେ ରୋହିତ ଶର୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?