ସୋନପୁର,୧୮l୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶୁକ୍ରବାର ରାତିରେ ଗୁଳିକାଣ୍ଡ ଘଟିଛି। ଏଥିଯୋଗୁ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ରବି ମହାରଣାଙ୍କ ପୁଅ ବିକ୍ରମ ମହାରଣା ଓରଫ ବିକି(୨୪)ଙ୍କ ମୃତ୍ୟୁ ହୋଇଛି। ତାଙ୍କ ବେକରେ ଗୁଳିମାଡ ହୋଇଛି। ବିକିଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ରାତିରେ ଗ୍ରାମର କେତେଜଣ ଯୁବକ ଏକାଠି ବସିଥିଲେ। କୌଣସି କଥାକୁ ନେଇ ଯୁକ୍ତିତର୍କ ପରେ ଗୁଳିକାଣ୍ଡ ଘଟିଛି। ବୀରମହାରାଜପୁର ପୋଲିସ ଘଟଣାର ତଦନ୍ତ ଜାରିରଖିଛି। ଖବରପାଇ ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

