Advertisement

ଖଣ୍ଡାରେ ଆକ୍ରମଣ କରି ଗିରଫ ହେଲେ ଯୁବକ

ବ୍ରହ୍ମପୁର ଅଫିସ, ୩୦।୧୦: ଏକ ଆକ୍ରମଣ ମାମଲାରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଜାଗିଲିସାହିର ଶିବ ନାୟକ(୨୯)। ପୋଲିସ ଅଭିଯୁକ୍ତଙ୍କଠାରୁ ବ୍ୟବହୃତ ଏକ ଖଣ୍ଡା ଜବତ କରିଛି। ଏନେଇ ପୋଲିସ ଏକ ମାମଲା(ନଂ.୩୧୭/୨୨) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। କୋର୍ଟ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଘଟଣାରୁ ପ୍ରକାଶ ଯେ, ଜରଡ଼ା ଥାନା ଅନ୍ତର୍ଗତ ସୁରଙ୍ଗୀ ଶାସନର ଶଙ୍କର ପାଢ଼ୀ କୌଣସି କାମରେ ଶୁକ୍ରବାର ବ୍ରହ୍ମପୁର ଆସିଥିଲେ। ପରେ ସେ ଜାଗିଲି ସାହିରେ ଥିବା ଏକ ପାନ ଦୋକାନରୁ ପାନ କିଣୁ ଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ଶିବ ନାୟକ ସେଠାରେ ପହଞ୍ଚି ଶଙ୍କରଙ୍କୁ ଟଙ୍କା ମାଗିଥିଲେ। ସେ ଟଙ୍କା ଦେବାକୁ ମନା କରିଦେଇଥିଲେ। ଫଳରେ ଶିବ ଧରିଥିବା ଏକ ଖଣ୍ଡାରେ ଶଙ୍କରଙ୍କ ମୁଣ୍ଡ ଉପରେ ଚୋଟ ପକାଇବା ବେଳେ ଖଣ୍ଡା ଚୋଟ ତାଙ୍କ ହାତରେ ବାଜିଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ଏନେଇ ଶଙ୍କର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ ପରେ ଶିବଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା ଏକାଦଶ ଶ୍ରେଣୀ

ନୟାଗଡ଼ ଅଫିସ,୬ା୯-ବହୁଦିନର ଦାବି ଓ ଆନ୍ଦୋଳନ ପରେ ଶେଷରେ ବୁଧବାର ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲିଛି ା ଏହାକୁ...

ବରଗଡ଼ ଜିଲାରେ କୁଆପଥର ବର୍ଷା: ପରିବା ଫସଲ ନଷ୍ଟ

ବରଗ ଅଫିସ,୭।୪- ବରଗଧ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟାରୁ ସାଢେ ୫ଟା ମଧ୍ୟରେ ପ୍ରବଳ କୁଆପଥର ବୃଷ୍ଟି(କରାମାଡ) ହୋଇଛି। ଜିଲାର ଗ୍ରୀଣ୍ଡୋଲା,...

ଭିତ୍ତିପ୍ରସ୍ତରକୁ ୫ ବର୍ଷ ବିତିଲା, ଇଟା ଖଣ୍ଡେ ପଡ଼ିଲାନି

ଧାମନଗର, ୩୦ା୫ (ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ମୁସ୍ତାଫାପୁର ପଞ୍ଚାୟତ ଦୋବଲ କାଳୀପଡ଼ିଆଠାରେ କଲ୍ୟାଣ ମଣ୍ଡପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗ୍ରାମାଞ୍ଚଳରେ କଲ୍ୟାଣ ମଣ୍ଡପ...

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

ଭଦ୍ରକ ଅଫିସ,୧୧।୧: ଭଦ୍ରକ ବସ୍‌ ସିଣ୍ଡିକେଟ ପକ୍ଷରୁ ୩୧ତମ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟକ ଭାବେ ଜିଲାପାଳ ଜ୍ଞାନରଞ୍ଜନ ଦାସ,...

ବୋହୂଙ୍କୁ ଆକ୍ରମଣ: ଶ୍ୱଶୁର, ଶାଶୁଙ୍କ ନାମରେ ମାମଲା

ଖଇରା,୨୩।୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ବର୍ତ୍ତନା ପଞ୍ଚାୟତ ଅଧୀନ ଧଳିଗଡିଆ ଗ୍ରାମର ତିଳୋତ୍ତମା ରାଉତ ନାମ୍ନୀ ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଖଇରା ପୋଲିସ ତାଙ୍କ ଶ୍ୱଶୁର,...

ଶୁଖିଲା ପ୍ରକଳ୍ପ, ମେଣ୍ଟୁନାହିଁ ଶୋଷ

ଯାଜପୁର ଅଫିସ,୨୬ା୧୨: ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ନଳକୂପରେ ସୌରଚାଳିତ ପମ୍ପ୍‌ ସଂଯୋଗ କରାଯାଇଛି। ହେଲେ ଅଧିକାଂଶ ପ୍ରକଳ୍ପ ଅଚଳ...

ଭତା ଦେବାରେ ପରଶାସନ କୁଁଥ୍‌କୁଁଥ୍‌:ଜିଲାପାଲକୁଁ ଭେଟଲେ ୨୭ କଳାକାର

ତଳଗାଁ, ୭ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ୨୭ ଝନକୁ ମୁଖ୍ୟମନ୍ତ୍ରୀ କଳାକାର ଭତା ଦେବାର ଲାଗି ଗଲା ୧୨ା୧୨ା୨୦୧୮, ପତର ସଂଖ୍ୟା ୪୦୬୨ ଅନ୍‌ସାରେ...

କାଦୁଅ କରିବା, ଗଜାଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ସୋରଡ଼ା,୩୦ା୭(ଡି.ଏନ.ଏ.)-ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ...

Advertisement
Archives

Model This Week