ନିଜ ଦାୟିତ୍ୱ ନିଜ ହାତରେ

ଏବେ ଧୀରେ ଧୀରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ କଟକଣା ଉଠାଇ ଦିଆଯାଇଛି। କିନ୍ତୁ କରୋନା ସଂକ୍ରମଣ କମ୍‌ ହୋଇନାହିଁ। ପୂର୍ବପରି କରୋନା ସବୁ ସ୍ଥାନରେ ତା’ର ଉପସ୍ଥିତି ଜାହିର କରିଛି। ତେଣୁ ଏ ସମୟରେ ଅନ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୃହିଣୀମାନେ କି ପଦକ୍ଷେପ ନେବେ ତାହା ଚ୍ୟାଲେଞ୍ଜ ଭଳି ହୋଇଛି…

କରୋନା ସଂକ୍ରମଣର ଭୟ ଏବେ ବି ରହିଛି। କିନ୍ତୁ ଲକ୍‌ଡାଉନ୍‌ କଟକଣା ଉଠିଯିବାରୁ ବଜାରଘାଟ ସବୁଆଡ଼େ ଲୋକ ସମାଗମ ଆରମ୍ଭ ହୋଇଯାଇଛି। ତେଣୁ ଏବେ କେବଳ ନିଜକୁ ସଚେତନ ରଖି ସବୁ କାମ କରିବାକୁ ହେବ। ତେଣୁ ପୂର୍ବପରି ବାହାରକୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ଏଭଳି ସମୟରେ କେତେକ ସ୍ଥାନରେ ଧୀରେ ଧୀରେ ଭୋଜିଭାତ ଆୟୋଜନ ବି ଆରମ୍ଭ ହୋଇଛି। କିନ୍ତୁ ସବୁ ସ୍ଥାନକୁ ଯିବା ସମୟରେ ସଂକ୍ରମଣ ରୋକିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ବାହାରିବା ଉଚିତ। ଏହା ବ୍ୟତୀତ ବଜାରରୁ କିଛି ଜିନିଷ ଆଣିବାବେଳେ ପୂର୍ବଭଳି ତାକୁ ଠିକ୍‌ ଭାବେ ସାନିଟାଇଜ୍‌ କରି ରଖିବା ଉଚିତ।
ଏ ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁସ୍ଥ ରହିବା। କାରଣ ବର୍ଷାଋତୁର ଆଗମନ ହେବା ପରେ କିଛି ଲୋକଙ୍କୁ ଥଣ୍ଡା, ଜ୍ୱର ଭଳି ବିଭିନ୍ନ ସମସ୍ୟା ଦେଖାଦେଇଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏସବୁ ରୋଗ ପାଇଁ ଏବେ ଡାକ୍ତରଖାନାକୁ ଯିବା ମଧ୍ୟ ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ଯଥାସମ୍ଭବ ଏସବୁ ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ପ୍ରୟାସ କରିବା ଉଚିତ। ଅର୍ଥାତ୍‌ ନିଜର ଇମ୍ୟୁନିଟି ପାୱାରକୁ ବଢ଼ାଇବା ପାଇଁ ପ୍ରାକୃତିକ ଉପାୟ ଅବଲମ୍ବନ କରିବା ସହିତ ଛୋଟମୋଟ ସମସ୍ୟା ନିମନ୍ତେ ଠିକ୍‌ ସମୟରେ ଔଷଧ ଖାଇବା ଉଚିତ। ତେଣୁ ସବୁ ଦିଗକୁ ଦୃଷ୍ଟି ଦେଇ କାମ କରିବାକୁ ହେବ।
ଥଣ୍ଡା ହେଲେ କ୍ୱାରେଣ୍ଟାଇନ୍‌ରେ ରହୁଛୁ: ଲକ୍‌ଡାଉନ୍‌ ଉଠିଗଲେ ବି ଯେମିତି କଟକଣା ମାନୁଥିଲୁ ସେମିତି ମାନୁଚୁ। ଅଫିସରୁ ଆସିବା ପରେ ପୂର୍ବ ଭଳି ସିଧା ବାଥରୁମକୁ ଯାଇ ଗାଧୁଆପାଧୁଆ କରି ସବୁ ଜିନିଷକୁ ସାନିଟାଇଜ୍‌ କରୁଛି। ପରିବାପତ୍ର ବି ପୂର୍ବଭଳି ଆଣି ବାହାରେ ରଖି ସାନିଟାଇଜ୍‌ କରି ଭିତରକୁ ନେଉଛି। ସବୁଠୁ ବଡ଼ କଥା ହେଉଛି ପରିବାରରେ କାହାକୁ ଟିକେ ଥଣ୍ଡା କି ଜ୍ୱର ହେବା ମାତ୍ରେ କ୍ୱାରେଣ୍ଟାଇନ୍‌ରେ ରହୁଛୁ। ମୋ ସ୍ବାମୀ ଦୁଇଥର ଘର ଭିତରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ୧୫ ଦିନ ଲୋଖାଏ ରହି ସାରିଲେଣି। ମୋର ବି ଦୁଇଥର କୋରୋନା ଟେଷ୍ଟ କରାଇ ସାରିଲେଣି। କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏବେ ବେଶି ସତର୍କ ରହିବାକୁ ପଡୁଛି।
-ମହାଶ୍ୱେତା ତ୍ରିପାଠୀ, ଗୃହିଣୀ
ଏମଆଇଜି-୯(ଏସ୍‌), ପ୍ରଗତି ଏନକ୍ଲେଭ, ହାଉସିଂବୋର୍ଡ, ଭୁବନେଶ୍ୱର
ଏବେ ବେଶି ସତର୍କ ହେଉଛୁ: ଲକ୍‌ଡାଉନ୍‌ ସିନା ନାହିଁ ହେଲେ କରୋନା ତ ଯେମିତି ଥିଲା ସେମିତି ରହିଛି। ତେଣୁ ସତର୍କ ନ ହୋଇ ଉପାୟ ନାହିଁ। ବରଂ ଏବେ ବେଶି ସତର୍କ ହେବାକୁ ପଡୁଛି। କାରଣ ଦୋକାନବଜାର ସବୁ ବେଶି ସମୟ ଖୋଲା ରହିବା ଫଳରେ ବେଶି ଲୋକଗହଳି ହେଉଛି। ତେଣୁ ନିଜ ସୁରକ୍ଷା କଥା ନିଜକୁ ଚିନ୍ତା କରିବାକୁ ପଡୁଛି। ପିଲାମାନଙ୍କୁ ମୁଁ ଆଦୌ ବାହାରକୁ ଯିବାକୁ ଦେଉନି। ଯାହା କିଛି ଜିନିଷ ଆବଶ୍ୟକ ହେଉଛି ସେଥିପାଇଁ ମୁଁ ସପ୍ତାହକୁ ଅତି କମରେ ଥରେ କିମ୍ବା ଦୁଇଥର ବାହାରକୁ ଯାଉଛି। ସବୁଠୁ ବଡ଼ କଥା ହେଉଛି ଏବେ ବର୍ଷା ହେବାରୁ ଘରେ ଯାହାକୁ ବି ଥଣ୍ଡା ହେଉଛି ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଫୋନ୍‌ କରି ଆମେ ଔଷଧ ଖାଇ ଦେଉଛୁ।
-ରୋଜାଲିନ୍‌ ଜେନା, ଗୃହିଣୀ
ଦହିପାଳ, ନାଉଗାଁ ହାଟ, ଜଗତ୍‌ସିଂହପୁର
ପୂର୍ବଭଳି ସବୁ ଅନ୍‌ଲାଇନ୍‌ରେ ଚାଲିଛି: କରୋନା ସମସ୍ତଙ୍କ ପାଇଁ କାଳ ହୋଇ ରହିଛି। ଏବେ ତ ସବୁଆଡ଼େ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ତଥାପି ସରକାର ଲକ୍‌ଡାଉନ୍‌ କାହିଁକି ଉଠାଇ ଦେଲେ ମୁଁ ବୁଝିପାରୁନି। ଏବେ ସମସ୍ତଙ୍କ ସୁରକ୍ଷା ପାଇଁ ମତେ ବେଶି ଭାବିବାକୁ ପଡୁଛି। ଥଣ୍ଡା ନ ହେବା ପାଇଁ ମୁଁ ଘରେ ସମସ୍ତଙ୍କୁ ସବୁଦିନ କାଢ଼ା ତିଆରି କରି ଦେଉଛି। ତା’ ଛଡ଼ା ଭିଟାମିନ୍‌ ଔଷଧ ବି ସମସ୍ତେ ଖାଉଛୁ। ଲକ୍‌ଡାଉନ୍‌ ଉଠିଥିଲେ ବି ମୁଁ ମୋ ଝିଅକୁ ବାହାରକୁ ଟିୟୁସନ୍‌ ହେବାକୁ ବି ପଠାଉ ନାହିଁ। ପୂର୍ବ ଭଳି ସେ ଅନ୍‌ଲାଇନ୍‌ରେ ପଢୁଛି। ସ୍ବାମୀ ବାହାରୁ ଆସିବା ମାତ୍ରେ ତାଙ୍କ ପୋଷାକପତ୍ର ପ୍ରଥମେ ସଫା କରୁଛି।
-ସସ୍ମିତା ଦାଶ
ସିଡିଏ, ବିଡ଼ାନାସୀ, କଟକ
ଦେହ ଖରାପ ହେଲେ ଭୟ ଲାଗୁଛି: ଲକ୍‌ଡାଉନ୍‌ ଉଠିଥିଲେ ବି ଏବେ ସବୁଠୁ ବଡ଼ ସମସ୍ୟା ହେଉଛି ଦେହ ଖରାପ ହେବା। ବର୍ଷା ଦିନ ହେବାରୁ ମୋ ପୁଅର ପେଟ ଖରାପ ହୋଇଥିଲା ଯେ ଆମେ ଡରି ଯାଇଥିଲୁ। କାହିଁକି ନା ଏବେ ତ ଡାକ୍ତରଖାନା ନେଇ ଯିବା ଉଚିତ ନୁହେଁ। ତେଣୁ ମୁଁ ତୁରନ୍ତ ଘରୋଇ ଉପାୟରେ ଔଷଧ ଦେବାକୁ ଚେଷ୍ଟା କରିଥିଲି। କିନ୍ତୁ ପରେ ଡାକ୍ତରଙ୍କୁ ଫୋନ କରି ତାଙ୍କୁ ପଚାରି ଔଷଧ ଆଣିଥିଲୁ। ତେଣୁ ମୁଁ ଏବେ ରୋଷେଇ କରିବାବେଳେ ସମସ୍ତଙ୍କ ସୁସ୍ଥତାକୁ ନଜରରେ ରଖି ରୋଷେଇ କରୁଛି। ଖାଦ୍ୟ ନିୟନ୍ତ୍ରଣ ସହିତ ପୂର୍ବଭଳି ଆମେ ଯାହା ସବୁ ଆଗରୁ ମାନି ଚଳୁଥିଲୁ ସେମିତି ଏବେ ବି ମାନୁଛୁ। ସେଇ ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜ୍‌ କରିବା ସବୁ ପୂର୍ବଭଳି ଚାଲିଛି। କେଜାଣି କରୋନା କେବେ ଯିବ ଟିକେ ଆସ୍ବସ୍ତି ଲାଗିବ।
-ପ୍ରଗତି ପ୍ରିୟଦର୍ଶିନୀ ପ୍ରଧାନ, ଗୃହିଣୀ ମାଣିଖମ୍ବ, ମୋତିଗଞ୍ଜ, ବାଲେଶ୍ୱର
ସବୁ କଟକଣା ମାନୁଛି: ଏବେ ବି ମୁଁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କ୍ଷୀରରେ ହଳଦୀ ମିଶାଇ ସମସ୍ତଙ୍କୁ ପିଇବାକୁ ଦେଉଛି। ଏହା ସହିତ ବୟସ୍କମାନଙ୍କର ଅଧିକ ଯତ୍ନ ନେଉଛି ଓ ସେମାନଙ୍କୁ ବାହାରକୁ ଆଦୌ ଯିବାକୁ ଦେଉନି। ବାହାରୁ କେହି ଘରକୁ ଆସିଲେ ସେମାନଙ୍କୁ ପ୍ରଥମ ହାତରେ ସାନିଟାଇଜର ଲଗାଇ ଭିତରକୁ ଆସି ଭଲଭାବେ ଧୋଇଧାଇ ହେବାକୁ କହୁଛି। ଏହା ସହ ବାହାରୁ କିଛି ଜିନିଷ ଆସିଲେ ଭଲଭାବେ ସାନିଟାଇଜ୍‌ କରୁଛି।
-ପ୍ରଜ୍ଞା ପାରମିତା ଲେଙ୍କା
ଗୃହିଣୀ, ତିଳଦା, ଇରମ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?