ନିଜ ଦାୟିତ୍ୱ ନିଜ ହାତରେ

ଏବେ ଧୀରେ ଧୀରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ କଟକଣା ଉଠାଇ ଦିଆଯାଇଛି। କିନ୍ତୁ କରୋନା ସଂକ୍ରମଣ କମ୍‌ ହୋଇନାହିଁ। ପୂର୍ବପରି କରୋନା ସବୁ ସ୍ଥାନରେ ତା’ର ଉପସ୍ଥିତି ଜାହିର କରିଛି। ତେଣୁ ଏ ସମୟରେ ଅନ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୃହିଣୀମାନେ କି ପଦକ୍ଷେପ ନେବେ ତାହା ଚ୍ୟାଲେଞ୍ଜ ଭଳି ହୋଇଛି…

କରୋନା ସଂକ୍ରମଣର ଭୟ ଏବେ ବି ରହିଛି। କିନ୍ତୁ ଲକ୍‌ଡାଉନ୍‌ କଟକଣା ଉଠିଯିବାରୁ ବଜାରଘାଟ ସବୁଆଡ଼େ ଲୋକ ସମାଗମ ଆରମ୍ଭ ହୋଇଯାଇଛି। ତେଣୁ ଏବେ କେବଳ ନିଜକୁ ସଚେତନ ରଖି ସବୁ କାମ କରିବାକୁ ହେବ। ତେଣୁ ପୂର୍ବପରି ବାହାରକୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ଏଭଳି ସମୟରେ କେତେକ ସ୍ଥାନରେ ଧୀରେ ଧୀରେ ଭୋଜିଭାତ ଆୟୋଜନ ବି ଆରମ୍ଭ ହୋଇଛି। କିନ୍ତୁ ସବୁ ସ୍ଥାନକୁ ଯିବା ସମୟରେ ସଂକ୍ରମଣ ରୋକିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ବାହାରିବା ଉଚିତ। ଏହା ବ୍ୟତୀତ ବଜାରରୁ କିଛି ଜିନିଷ ଆଣିବାବେଳେ ପୂର୍ବଭଳି ତାକୁ ଠିକ୍‌ ଭାବେ ସାନିଟାଇଜ୍‌ କରି ରଖିବା ଉଚିତ।
ଏ ସମୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁସ୍ଥ ରହିବା। କାରଣ ବର୍ଷାଋତୁର ଆଗମନ ହେବା ପରେ କିଛି ଲୋକଙ୍କୁ ଥଣ୍ଡା, ଜ୍ୱର ଭଳି ବିଭିନ୍ନ ସମସ୍ୟା ଦେଖାଦେଇଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଏସବୁ ରୋଗ ପାଇଁ ଏବେ ଡାକ୍ତରଖାନାକୁ ଯିବା ମଧ୍ୟ ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ଯଥାସମ୍ଭବ ଏସବୁ ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ପ୍ରୟାସ କରିବା ଉଚିତ। ଅର୍ଥାତ୍‌ ନିଜର ଇମ୍ୟୁନିଟି ପାୱାରକୁ ବଢ଼ାଇବା ପାଇଁ ପ୍ରାକୃତିକ ଉପାୟ ଅବଲମ୍ବନ କରିବା ସହିତ ଛୋଟମୋଟ ସମସ୍ୟା ନିମନ୍ତେ ଠିକ୍‌ ସମୟରେ ଔଷଧ ଖାଇବା ଉଚିତ। ତେଣୁ ସବୁ ଦିଗକୁ ଦୃଷ୍ଟି ଦେଇ କାମ କରିବାକୁ ହେବ।
ଥଣ୍ଡା ହେଲେ କ୍ୱାରେଣ୍ଟାଇନ୍‌ରେ ରହୁଛୁ: ଲକ୍‌ଡାଉନ୍‌ ଉଠିଗଲେ ବି ଯେମିତି କଟକଣା ମାନୁଥିଲୁ ସେମିତି ମାନୁଚୁ। ଅଫିସରୁ ଆସିବା ପରେ ପୂର୍ବ ଭଳି ସିଧା ବାଥରୁମକୁ ଯାଇ ଗାଧୁଆପାଧୁଆ କରି ସବୁ ଜିନିଷକୁ ସାନିଟାଇଜ୍‌ କରୁଛି। ପରିବାପତ୍ର ବି ପୂର୍ବଭଳି ଆଣି ବାହାରେ ରଖି ସାନିଟାଇଜ୍‌ କରି ଭିତରକୁ ନେଉଛି। ସବୁଠୁ ବଡ଼ କଥା ହେଉଛି ପରିବାରରେ କାହାକୁ ଟିକେ ଥଣ୍ଡା କି ଜ୍ୱର ହେବା ମାତ୍ରେ କ୍ୱାରେଣ୍ଟାଇନ୍‌ରେ ରହୁଛୁ। ମୋ ସ୍ବାମୀ ଦୁଇଥର ଘର ଭିତରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ୧୫ ଦିନ ଲୋଖାଏ ରହି ସାରିଲେଣି। ମୋର ବି ଦୁଇଥର କୋରୋନା ଟେଷ୍ଟ କରାଇ ସାରିଲେଣି। କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏବେ ବେଶି ସତର୍କ ରହିବାକୁ ପଡୁଛି।
-ମହାଶ୍ୱେତା ତ୍ରିପାଠୀ, ଗୃହିଣୀ
ଏମଆଇଜି-୯(ଏସ୍‌), ପ୍ରଗତି ଏନକ୍ଲେଭ, ହାଉସିଂବୋର୍ଡ, ଭୁବନେଶ୍ୱର
ଏବେ ବେଶି ସତର୍କ ହେଉଛୁ: ଲକ୍‌ଡାଉନ୍‌ ସିନା ନାହିଁ ହେଲେ କରୋନା ତ ଯେମିତି ଥିଲା ସେମିତି ରହିଛି। ତେଣୁ ସତର୍କ ନ ହୋଇ ଉପାୟ ନାହିଁ। ବରଂ ଏବେ ବେଶି ସତର୍କ ହେବାକୁ ପଡୁଛି। କାରଣ ଦୋକାନବଜାର ସବୁ ବେଶି ସମୟ ଖୋଲା ରହିବା ଫଳରେ ବେଶି ଲୋକଗହଳି ହେଉଛି। ତେଣୁ ନିଜ ସୁରକ୍ଷା କଥା ନିଜକୁ ଚିନ୍ତା କରିବାକୁ ପଡୁଛି। ପିଲାମାନଙ୍କୁ ମୁଁ ଆଦୌ ବାହାରକୁ ଯିବାକୁ ଦେଉନି। ଯାହା କିଛି ଜିନିଷ ଆବଶ୍ୟକ ହେଉଛି ସେଥିପାଇଁ ମୁଁ ସପ୍ତାହକୁ ଅତି କମରେ ଥରେ କିମ୍ବା ଦୁଇଥର ବାହାରକୁ ଯାଉଛି। ସବୁଠୁ ବଡ଼ କଥା ହେଉଛି ଏବେ ବର୍ଷା ହେବାରୁ ଘରେ ଯାହାକୁ ବି ଥଣ୍ଡା ହେଉଛି ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଫୋନ୍‌ କରି ଆମେ ଔଷଧ ଖାଇ ଦେଉଛୁ।
-ରୋଜାଲିନ୍‌ ଜେନା, ଗୃହିଣୀ
ଦହିପାଳ, ନାଉଗାଁ ହାଟ, ଜଗତ୍‌ସିଂହପୁର
ପୂର୍ବଭଳି ସବୁ ଅନ୍‌ଲାଇନ୍‌ରେ ଚାଲିଛି: କରୋନା ସମସ୍ତଙ୍କ ପାଇଁ କାଳ ହୋଇ ରହିଛି। ଏବେ ତ ସବୁଆଡ଼େ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ତଥାପି ସରକାର ଲକ୍‌ଡାଉନ୍‌ କାହିଁକି ଉଠାଇ ଦେଲେ ମୁଁ ବୁଝିପାରୁନି। ଏବେ ସମସ୍ତଙ୍କ ସୁରକ୍ଷା ପାଇଁ ମତେ ବେଶି ଭାବିବାକୁ ପଡୁଛି। ଥଣ୍ଡା ନ ହେବା ପାଇଁ ମୁଁ ଘରେ ସମସ୍ତଙ୍କୁ ସବୁଦିନ କାଢ଼ା ତିଆରି କରି ଦେଉଛି। ତା’ ଛଡ଼ା ଭିଟାମିନ୍‌ ଔଷଧ ବି ସମସ୍ତେ ଖାଉଛୁ। ଲକ୍‌ଡାଉନ୍‌ ଉଠିଥିଲେ ବି ମୁଁ ମୋ ଝିଅକୁ ବାହାରକୁ ଟିୟୁସନ୍‌ ହେବାକୁ ବି ପଠାଉ ନାହିଁ। ପୂର୍ବ ଭଳି ସେ ଅନ୍‌ଲାଇନ୍‌ରେ ପଢୁଛି। ସ୍ବାମୀ ବାହାରୁ ଆସିବା ମାତ୍ରେ ତାଙ୍କ ପୋଷାକପତ୍ର ପ୍ରଥମେ ସଫା କରୁଛି।
-ସସ୍ମିତା ଦାଶ
ସିଡିଏ, ବିଡ଼ାନାସୀ, କଟକ
ଦେହ ଖରାପ ହେଲେ ଭୟ ଲାଗୁଛି: ଲକ୍‌ଡାଉନ୍‌ ଉଠିଥିଲେ ବି ଏବେ ସବୁଠୁ ବଡ଼ ସମସ୍ୟା ହେଉଛି ଦେହ ଖରାପ ହେବା। ବର୍ଷା ଦିନ ହେବାରୁ ମୋ ପୁଅର ପେଟ ଖରାପ ହୋଇଥିଲା ଯେ ଆମେ ଡରି ଯାଇଥିଲୁ। କାହିଁକି ନା ଏବେ ତ ଡାକ୍ତରଖାନା ନେଇ ଯିବା ଉଚିତ ନୁହେଁ। ତେଣୁ ମୁଁ ତୁରନ୍ତ ଘରୋଇ ଉପାୟରେ ଔଷଧ ଦେବାକୁ ଚେଷ୍ଟା କରିଥିଲି। କିନ୍ତୁ ପରେ ଡାକ୍ତରଙ୍କୁ ଫୋନ କରି ତାଙ୍କୁ ପଚାରି ଔଷଧ ଆଣିଥିଲୁ। ତେଣୁ ମୁଁ ଏବେ ରୋଷେଇ କରିବାବେଳେ ସମସ୍ତଙ୍କ ସୁସ୍ଥତାକୁ ନଜରରେ ରଖି ରୋଷେଇ କରୁଛି। ଖାଦ୍ୟ ନିୟନ୍ତ୍ରଣ ସହିତ ପୂର୍ବଭଳି ଆମେ ଯାହା ସବୁ ଆଗରୁ ମାନି ଚଳୁଥିଲୁ ସେମିତି ଏବେ ବି ମାନୁଛୁ। ସେଇ ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜ୍‌ କରିବା ସବୁ ପୂର୍ବଭଳି ଚାଲିଛି। କେଜାଣି କରୋନା କେବେ ଯିବ ଟିକେ ଆସ୍ବସ୍ତି ଲାଗିବ।
-ପ୍ରଗତି ପ୍ରିୟଦର୍ଶିନୀ ପ୍ରଧାନ, ଗୃହିଣୀ ମାଣିଖମ୍ବ, ମୋତିଗଞ୍ଜ, ବାଲେଶ୍ୱର
ସବୁ କଟକଣା ମାନୁଛି: ଏବେ ବି ମୁଁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କ୍ଷୀରରେ ହଳଦୀ ମିଶାଇ ସମସ୍ତଙ୍କୁ ପିଇବାକୁ ଦେଉଛି। ଏହା ସହିତ ବୟସ୍କମାନଙ୍କର ଅଧିକ ଯତ୍ନ ନେଉଛି ଓ ସେମାନଙ୍କୁ ବାହାରକୁ ଆଦୌ ଯିବାକୁ ଦେଉନି। ବାହାରୁ କେହି ଘରକୁ ଆସିଲେ ସେମାନଙ୍କୁ ପ୍ରଥମ ହାତରେ ସାନିଟାଇଜର ଲଗାଇ ଭିତରକୁ ଆସି ଭଲଭାବେ ଧୋଇଧାଇ ହେବାକୁ କହୁଛି। ଏହା ସହ ବାହାରୁ କିଛି ଜିନିଷ ଆସିଲେ ଭଲଭାବେ ସାନିଟାଇଜ୍‌ କରୁଛି।
-ପ୍ରଜ୍ଞା ପାରମିତା ଲେଙ୍କା
ଗୃହିଣୀ, ତିଳଦା, ଇରମ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

କଙ୍ଗନାଙ୍କୁ ରକ୍ଷାବନ୍ଧନର ବିଶେଷ ଉପହାର ପଠାଇଲେ ବାବା ରାମଦେବ, ଜାଣନ୍ତୁ କ’ଣ ଦେଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୮: ରାଜନୈତିକ ଓ ସାର୍ବଜନୀନ ଜୀବନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ମଧ୍ୟରେ ସଂଳାପର ଆବଶ୍ୟକତା ଉପରେ ବଡ଼ ବାର୍ତ୍ତା ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ହରିଦ୍ୱାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri