ନିଜ ଫୋନ୍‌

ବର୍ତ୍ତମାନ ମୋବାଇଲ୍‌ ଫୋନ୍‌ ସାଜିଛି ଅନେକଙ୍କ ପାଇଁ ପର୍ସନାଲ ଡାଟା ଷ୍ଟୋରେଜ୍‌ର ଏକ ବଳିଷ୍ଠ ମାଧ୍ୟମ। ଯେଉଁଥିପାଇଁ ଆବଶ୍ୟକ ସମୟରେ ହାତପାହାନ୍ତାରେ ତତ୍‌କ୍ଷଣାତ୍‌ ମିଳିଯାଉଛି ଫଟୋ, ଭିଡିଓ, ଭୋଟର କାର୍ଡ, ଆଧାର କାର୍ଡଠୁ ଆରମ୍ଭ କରି ବ୍ୟାଙ୍କ ପାସବୁକ୍‌ ପର୍ଯ୍ୟନ୍ତ ସବୁକିଛି। ତେବେ ଏହା ବେଶ୍‌ ସୁବିଧାଜନକ ହୋଇଥିଲେ ହେଁ କେବେ ଫୋନ୍‌ ଚୋରି ହେବା କିମ୍ବା ହଜିଯିବା ଅବା ଡାଟା ହ୍ୟାକ୍‌ ହୋଇଯିବା ଦ୍ୱାରା ପର୍ସନାଲ୍‌ ଡାଟା ଅନ୍ୟ ହାତକୁ ଯାଇ ଅପବ୍ୟବହାର ହେବାର ଆଶଙ୍କା ବଢ଼ିଥାଏ। ଏମିତିରେ ନିଜ ଡାଟା ସୁରକ୍ଷିତ ରଖିବାକୁ ହେଲେ କେତେକ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ…

ମୋବାଇଲ୍‌ ଫୋନ୍‌ ବର୍ତ୍ତମାନ ପ୍ରାୟ ସଭିଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଯାଇଛି। ବିଶେଷକରି ବିଭିନ୍ନ ଡାଟା ଷ୍ଟୋରେଜ୍‌ ପାଇଁ ଏହା ସବୁଠୁ ଅଧିକ ବ୍ୟବହାର ହେଉଛି। ହେଲେ ଏଥିରୁ ବି ବିଭିନ୍ନ କାରଣରୁ ଡାଟା ଚୋରି ହେବା ଯୋଗୁ ବିଭିନ୍ନ ସମସ୍ୟା ଉପୁଜୁଥିବାର ନଜିର ରହିଛି। ତେଣୁ ମୋବାଇଲ୍‌ ଫୋନ୍‌ରେ ନିଜ ଡାଟା ସୁରକ୍ଷିତ ରଖିବା ଲାଗି କେଉଁସବୁ ସିକ୍ୟୁରିଟି ଫିଚର ବ୍ୟବହାର କରିବା ଆବଶ୍ୟକ ଜାଣିରଖନ୍ତୁ ସେ ସମ୍ପର୍କରେ…
ଆଣ୍ଟି ଭାଇରସ୍‌ : ଫୋନ୍‌ରେ ଅନେକ ସମୟରେ ଭାଇରସ୍‌ ଆସିବା କାରଣରୁ ଡାଟା ଲସ୍‌ ହେବାର ଆଶଙ୍କା ଥାଏ। ତେଣୁ ଡାଟା ସୁରକ୍ଷା ଲାଗି କୌଣସି ଭରସାଯୋଗ୍ୟ କମ୍ପାନୀର ୬ ମାସିଆ, ବର୍ଷିକିଆ କିମ୍ବା ଅଧିକ ଅବଧିଯୁକ୍ତ ଆଣ୍ଟି ଭାଇରସ୍‌ ଇନ୍‌ଷ୍ଟାଲ୍‌ କରିପାରିବେ, ଯାହାକି ଆପଣଙ୍କ ଫୋନ୍‌କୁ ଅଟୋମେଟିକ୍‌ ସ୍କାନ୍‌, ମାଲ୍‌ଓ୍ବେର୍‌ ଡିଟେକ୍ସନ୍‌, ଆଣ୍ଟି ଥେଫ୍ଟ, କଲ୍‌ ବ୍ଲକିଂ, ରିମୋଟ୍‌ ଲକ୍‌, ପ୍ରାଇଭେସି ସ୍କାନର ଭଳି ସୁବିଧା ଯୋଗାଇଦେବ।
ଆପ୍‌ ଲକ୍‌ କରନ୍ତୁ: ଆପଣ ନିଜ ଫୋନ୍‌ର ସମସ୍ତ ଡାଟା, କଣ୍ଟାକ୍ଟ ଆଦିକୁ ସୁରକ୍ଷିତ ରଖିବା ଲାଗି ଆପ୍‌ ଲକ୍‌ କରିବା ଆବଶ୍ୟକ। ବର୍ତ୍ତମାନ ଅଧିକାଂଶ ସ୍ମାର୍ଟଫୋନ୍‌ରେ ବିଲ୍ଟ ଇନ୍‌ ଆପ୍‌ଲକ୍‌ ଅପ୍ସନ ରହୁଛି। ଏହାକୁ ବ୍ୟବହାରକରି ପାରିବେ। ଫୋନ୍‌ର ବିଭିନ୍ନ ଇନ୍‌ଷ୍ଟଲ୍ଡ ଆପ୍‌କୁ ଅଲଗା ଅଲଗା ପାସ୍‌କୋଡ୍‌ରେ ଲକ୍‌ କରିପାରିବେ କିମ୍ବା ଫିଙ୍ଗରପ୍ରିଣ୍ଟ ସ୍କାନ୍‌ ଲକ୍‌ କରିପାରିବେ। ଆପଣଙ୍କ ଫୋନ୍‌ରେ ଏହି ଫିଚର ନ ଥିଲେ ମଧ୍ୟ ଆପଣ ଡାଉନ୍‌ଲୋଡ୍‌ କରି ଏହାର ସୁବିଧା ନେଇପାରିବେ।
ରଖନ୍ତୁ ବିଶ୍ୱସନୀୟ ଆପ୍‌: ଅନେକେ ଇଣ୍ଟରନେଟ୍‌ରୁ ଯେକୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିନିଅନ୍ତି ଏବଂ ପରବର୍ତ୍ତୀ ସମୟରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କାରଣ ଏହାଦ୍ୱାରା ଆପଣଙ୍କ ଫୋନ୍‌କୁ ଭାଇରସ୍‌ ଆସିବା ସହ ପର୍ସନାଲ ଡାଟା ହ୍ୟାକ୍‌ ହେବା କିମ୍ବା ଅପବ୍ୟବହାର ହେବାର ଆଶଙ୍କା ବଢ଼ିଯାଏ। ତେଣୁ ଯେକୌଣସି ଆପ୍‌ କେବଳ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରୁ ହିଁ ଡାଉନ୍‌ଲୋଡ୍‌ କରନ୍ତୁ। ଏଥିରେ ଗୁଗୁଲ୍‌ ପ୍ରଥମେ ଯାଞ୍ଚ କରିବା ପରେ ହାନିକାରକ ଆପ୍‌କୁ ହଟାଇ ଦେଇଥାଏ ଏବଂ କେବଳ ସୁରକ୍ଷିତ ଆପ୍‌ଗୁଡିକୁ ହିଁ ଇନ୍‌ଷ୍ଟଲ୍‌ ହେବାକୁ ଦେଇଥାଏ।
ନିୟମିତ ଅପ୍‌ଡେଟ୍‌ କରନ୍ତୁ: ଫୋନ୍‌ର ସଫ୍ଟଓ୍ବେର୍‌ ଏବଂ ଆପ୍‌ଗୁଡ଼ିକୁ ନିୟମିତ ଅପ୍‌ଡେଟ୍‌ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଅନେକେ ଗୁଗୁଲ୍‌ରୁ ଆପ୍‌ ଅପ୍‌ଡେଟ୍‌ ପାଇଁ ଆସୁଥିବା ନୋଟିଫିକେଶନ୍‌କୁ ଅଣଦେଖା କରିଥା’ନ୍ତି। ହେଲେ ଏପରି ନ କରି ଫୋନ୍‌ର ସୁରକ୍ଷା ଦୃଷ୍ଟିରୁ ଅପ୍‌ଡେଟ୍‌ କରିବା ଆବଶ୍ୟକ।
ପାସ୍‌କୋଡ୍‌କୁ କରନ୍ତୁ ମଜଭୁତ: ଯଦି ଆପଣଙ୍କ ଫୋନ୍‌ରେ ଫିଙ୍ଗରପ୍ରିଣ୍ଟ ସ୍କାନ୍‌ ଲକ୍‌ ଅଛି, ତେବେ ଏହାକୁ ବ୍ୟବହାର କରନ୍ତୁ। ହେଲେ ଏହି ଅପ୍ସନ୍‌ ନ ଥିଲେ ପାର୍ଟନ୍‌ ଲକ୍‌ ପାଇଁ ସହଜ ବଦଳରେ କିଛି ଭିନ୍ନ ପାର୍ଟନ ବାଛନ୍ତୁ। ଯଦି ପାସ୍‌କୋଡ୍‌ ରଖୁଛନ୍ତି, ତେବେ ସେଥିରେ ଜନ୍ମ ତାରିଖ, ନିଜ ନାମ କିମ୍ବା ଏଭଳି କିଛି ସହଜରେ ଜାଣି ହେବା ଭଳି କୋଡ୍‌ ବ୍ୟବହାର ନ କରି କିଛି ନୂଆ ତଥା ମଜଭୁତ ପାସ୍‌କୋଡ୍‌ ରଖନ୍ତୁ। ମନେରଖନ୍ତୁ, ବର୍ତ୍ତମାନ ଅନେକ ଫୋନ୍‌ରେ ଫେସ୍‌ ଅନ୍‌ଲକ୍‌ ଅପ୍ସନ ଆସୁଛି। ହେଲେ ଡାଟା ସିକ୍ୟୁରିଟି ଲାଗି ଏହା ନିରାପଦ ନୁହେଁ। କାରଣ ଆପଣଙ୍କ ଫଟୋ ଦ୍ୱାରା ମଧ୍ୟ କେହି ଏହାର ଲକ୍‌ ଖୋଲିପାରନ୍ତି।
କ’ଣ କହନ୍ତି ଏମାନେ…
ଦେବଜ୍ୟୋତି ଅବିନାଶ (ଛାତ୍ର, ସରାଙ୍ଗ, ଢେଙ୍କାନାଳ): ଫୋନ୍‌ ପ୍ରତି ସବୁବେଳେ ସତର୍କ ଥାଏ। କାରଣ ଏଥିରେ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ ସେଭ୍‌ କରି ରଖିଛି, ଆଉ ଏଥିପାଇଁ ନୂଆ ନୂଆ ଆପ୍‌ ବି ଡାଉନ୍‌ଲୋଡ୍‌ କରିଛି। ତେଣୁ ଯେତେବେଳେ ବି ବାହାରକୁ ଯାଏ ଫୋନ୍‌କୁ ବ୍ୟାଗ୍‌ ଭିତରେ ରଖିଥାଏ। କାରଣ ହାତରେ ଧରିଲେ ଚୋରି ହେବାର ଆଶଙ୍କା ଅଧିକ ଥାଏ। ଫୋନ୍‌ର ପାସ୍‌ଓ୍ବାଡ଼୍‌କୁ ପ୍ରତି ମାସରେ ଚେଞ୍ଜ କରିଥାଏ। ତା’ଛଡ଼ା ସେଫ୍ଟି ପାଇଁ କେତେକ ଆପ୍‌କୁ ଲକ୍‌ କରି ରଖିଛି।
ସୁପ୍ରିୟା ପାଠକ (ଛାତ୍ରୀ, ଯୋବ୍ରା, କଟକ): ଫୋନ୍‌ ଏବେ ମୋ ପାଇଁ ଏକ ଅତ୍ୟାବଶ୍ୟକ ଜିନିିଷ ପାଲଟି ଯାଇଛି। ତେଣୁ ଏହାକୁ ସୁରକ୍ଷିତ ଫୁଲ୍‌ କଭର୍‌ରେ ରଖିଛି, ଯେମିତିକି ଫୋନ୍‌ କେତେବେଳେ ବି ତଳେ ପଡ଼ିଲେ ହଠାତ୍‌ ଭାଙ୍ଗିଯିବନି। ସେହିପରି ଏଥିରେ ଥିବା ଡାଟାକୁ ସୁରକ୍ଷିତ ରଖିବା ଲାଗି ଫେସ୍‌ ଅନ୍‌ ଲକ୍‌ ସିକ୍ୟୁରିଟି ବ୍ୟବହାର କରେ। ଫଳରେ ଅନ୍ୟ କେହି ଯେମିତି ମୋ ଫୋନ୍‌ ଖୋଲି ବ୍ୟବହାର କରିପାରିବେ ନାହିଁ। ଏବେ ଫୋନ୍‌ ଚୋରି ବେଶି ହେଉଥିବାରୁ ବିଶେଷ ଭାବେ ସତର୍କ ରହୁଛି।
ଶୁଭଙ୍କର ଜେନା (ଭୁବନେଶ୍ୱର): ବର୍ତ୍ତମାନ ଟେକ୍ନୋଲୋଜି ଯୁଗରେ ଆମର ସବୁ ତଥ୍ୟ ସ୍ମାର୍ଟ ଫୋନରେ ହିଁ ରଖୁଛୁ। ଯଦି ଜଣଙ୍କ ସ୍ମାର୍ଟ ଫୋନ୍‌ର ସିକ୍ୟୁରିଟି ଢିଲା ରହିଥିବ, ତେବେ ତା’ର ସବୁ ତଥ୍ୟ ଚୋରି ହୋଇଯିବାର ଆଶଙ୍କା ରହିଥାଏ। ତେଣୁ ମୁଁ ମୋ ସ୍ମାର୍ଟ ଫୋନର ସିକ୍ୟୁରିଟି ପାଇଁ ବିଭିନ୍ନ ଆପ୍‌ ଲକ୍‌ ବ୍ୟବହାର କରୁଛି। ଯେମିତିକି ସ୍କ୍ରିନ ଲକ୍‌, ହ୍ବାଟ୍ସଆପ୍‌ରେ ମଧ୍ୟ ଲକ୍‌ ପକାଇ ରଖିହେଉଛି। ସେମିତି ବ୍ୟକ୍ତିଗତ ଫଟୋ କିମ୍ବା ତଥ୍ୟକୁ ସିକ୍ୱୋର ରଖିବା ପାଇଁ ପ୍ରାଇଭେଟ୍‌ ଜୋନ ଆପ୍‌ ମଧ୍ୟ ବ୍ୟବହାର କରୁଛି।
ସୁନନ୍ଦ ଦାସ (ବାଲେଶ୍ୱର): ମୋର ବ୍ୟକ୍ତିଗତ ଫଟୋ ଓ ଡକ୍ୟୁମେଣ୍ଟ ରଖିବା ପାଇଁ ଏକ ପ୍ରାଇଭେଟ୍‌ ଆପ୍‌ ବ୍ୟବହାର କରିଥାଏ, ଯାହା କେବଳ ମୋ ଫିଙ୍ଗର୍‌ପ୍ରିଣ୍ଟ ଦ୍ୱାରା ଖୋଲିଥାଏ। ଏହାକୁ ଅନ୍ୟ କିଏ ଅନ୍‌ଲକ୍‌ କରିବାକୁ ଚେଷ୍ଟା କଲେ ଫ୍ରଣ୍ଟ କ୍ୟାମେରା ଦ୍ବାରା ତା’ର ଫଟୋ ଉଠିଯାଏ। ଏଭଳି ଭାବରେ ମୁଁ ମୋର ପର୍ସନାଲ୍‌ ଜିନିଷକୁ ସୁରକ୍ଷିତ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri