Posted inଫୁରସତ

ଆଇରନ୍‌ ଲେଡି

ନାରୀର ଶକ୍ତି ଅସୀମିତ । ସେ କୌଣସି ନିର୍ଦ୍ଦିଷ୍ଟତା ଭିତରେ ସୀମିତ ନୁହେଁ, ଯାହାକୁ ପ୍ରମାଣିତ କରିଛନ୍ତି ଏଇ ଆଇରନ୍‌ ଲେଡିମାନେ। ପୁରୁଷ ପ୍ରଧାନ ବଡି ବିଲ୍ଡିଂ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରି ନାରୀର ଶକ୍ତିକୁ ସାରା ଦୁନିଆକୁ ଦେଖାଇଛନ୍ତି…

ଜାସ୍ମିନ ଚୌହାନ: ଗୁରଗାଓଁ, ହରୟାନାର ଜାସ୍ମିନ ଚୌହାନ୍‌ ବେଶ୍‌ ପରିଚିତ ଆଇରନ୍‌ ଲେଡିଭାବେ। ଦେଖିବାକୁ ବେଶ୍‌ ସୁନ୍ଦର, ଶରୀର କିନ୍ତୁ ତାଙ୍କର ଲୁହା ପରି ଶକ୍ତ। ବଡିବିଲ୍ଡିଂରେ ସେ ଅନେକ ଚାମ୍ପିୟନଶିପ୍‌ ଜିତିଛନ୍ତି। ୨୦୧୬ରେ ଆଇବିବିଏଫ୍‌ଏଫ୍‌ ତରଫରୁ ଆୟୋଜିତ ମିସ୍‌ ଏସିଆ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ। ସେହି ବର୍ଷ ସେ ମିସ୍‌ ଇଣ୍ଡିଆ ଫିଜିକ୍‌ସ ଆଣ୍ଡ ଫିଟନେସ୍‌ ଟୁର୍ନାମେଣ୍ଟ ଏବଂ ପାଓ୍ବାର ଲିଫ୍ଟିଂ ପ୍ରତିଯୋଗିତାର ଡବଲ୍‌ସରେ ବି ସ୍ବର୍ଣ୍ଣ ପଦକ ହାସଲ କରି ଦେଶର ନାଁକୁ ଗୌରବମଣ୍ଡିତ କରିଥିଲେ। ୨୦୦୫ରେ ଜାସ୍ମିନ ଗ୍ଲାଡରାଗ୍‌ ମିସେଜ୍‌ ଇଣ୍ଡିଆରେ ବି ଜିତିଥିଲେ। ସେ କେବଳ ଜଣେ ଆଥ୍‌ଲିଟ୍‌ ନୁହନ୍ତି ଜଣେ ବିଜନେସ୍‌ ଉମେନ୍‌ ମଧ୍ୟ ଅଟନ୍ତି। ଗୁରଗାଓଁରେ ନିଜର ଏକ ଜିମ୍‌ ଅଛି। ସେଠାରେ ସେ ଉଭୟ ମହିଳା ଓ ପୁରୁଷଙ୍କୁ ଟ୍ରେନିଂ ଦେଇଥାନ୍ତି। ନିଜ ଜିମ୍‌ରେ ସେ ପ୍ରତି ମାସ ୫୦୦ ପୁରୁଷ ମହିଳାଙ୍କୁ ତାଲିମ ଦେଇଥାନ୍ତି। ତେବେ ଛୋଟବେଳେ ଜାସ୍ମିନ ଏକ ରୋଗ ପାଇଁ ବେଶ୍‌ ମୋଟା ହୋଇଯାଇଥିଲେ। ସ୍କୁଲ କଲେଜରେ ତାଙ୍କୁ ବହୁତ ଚିଡାଉଥିଲେ। ସେଥିପାଇଁ ସେ ନିଜକୁ ଫିଟ୍‌ କରିବା ଲାଗି ଜିମ୍‌ ଯାଇ ଏକ୍ସରସାଇଜ୍‌ କରିବା ଆରମ୍ଭ କରିଥିଲେ। ପରେ ଏହା ତାଙ୍କ ନିଶା ପାଲଟିଗଲା। ଆଉ ସେ ପାଲଟିଗଲେ ବଡିବିଲ୍ଡର। ସେ ଏକ ଝିଅର ମା’ ବି।

ସୋନାଲି ସ୍ବାମୀ: ବାଙ୍ଗାଲୁରର ସୋନାଲି ଏକାଧାରରେ ଜଣେ ପତ୍ନୀ, ମା’, ଇନଷ୍ଟ୍ରକ୍ଟର ଏବଂ ଆଥ୍‌ଲିଟ। ସେ ଦୁଇଟି ସନ୍ତାନର ଜନନୀ ହେବା ପରେ ୩୭ ବର୍ଷ ବୟସରେ ଜିମ୍‌ ଯିବା ଆରମ୍ଭ କରିଥିଲେ। କଠିନ ପରିଶ୍ରମ କରି ସେ ଧୀରେ ଧୀରେ ଏକ ସୁନ୍ଦର ଟୋନ୍‌ଡ ବଡି ପାଇବାରେ ସଫଳ ହେଲେ। ଆଉ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ। ତେବେ ବିବାହିତା ଓ ଦୁଇ ସନ୍ତାନର ମା’ ହୋଇ ବିକିନି ପିନ୍ଧିବାକୁ ତାଙ୍କୁ ଲାଜ ଲାଗୁଥିଲା। କିନ୍ତୁ ସ୍ବାମୀ ଓ ଶାଶୁ ଶ୍ୱଶୁରଙ୍କର ସହଯୋଗ ଥିଲା, ଯାହାକି ତାଙ୍କୁ ଆଗକୁ ବଢିବାର ସାହସ ଦେଇଥିଲା। ହେଲେ ତାଙ୍କ ନିଜ ମା’ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପସନ୍ଦ କରୁ ନଥିଲେ। ଏମିତିରେ ସୋନାଲୀ ୨୦୧୪ରେ ‘ଫିଟ୍‌ ଫ୍ୟାକ୍ଟର’ ପ୍ରତିଯୋଗିତା ଓ ପରେ ‘ମସଲ୍‌ ମାନିଆ’ ପ୍ରତିଯୋଗିତାରେ ବିଜୟହାସଲ କଲେ। ଆଉ ୨୦୧୬ରେ ଭୁଟାନରେ ଆୟୋଜିତ ୫୦ତମ ‘ଏସିଆନ ବଡିବିଲ୍ଡିଂ ଚାମ୍ପିୟନଶିପ୍‌’ରେ ‘ଓମେନ୍‌ସ ମଡେଲ ଫିଜିକ କାଟାଗୋରୀ’ରେ ବ୍ରୋଞ୍ଜ ପଦକ ହାସଲ କଲେ। ଯେଉଁଦିନ ସେ ପ୍ରତିଯୋଗିତାରେ ଜିତି ଟ୍ରଫି ପାଇଥିଲେ ଶାଶୁ ଖୁସିରେ କହିଥିଲେ ଏମିତି ଆହୁରି ଟ୍ରଫି ଘରକୁ ଆସିବ। ପରେ ତାଙ୍କ ମା’ ବି ତାଙ୍କ ଦକ୍ଷତାକୁ ଚିହ୍ନିପାରିଥିଲେ ଓ ସପୋର୍ଟ କଲେ। ଏବେ ସେ ଜଣେ ସାର୍ଟିଫାଇଡ୍‌ ଜୁମ୍ବା, ବୋକଓ୍ବା, ଏରୋବିକ୍‌, ଟିଆରଏକ୍ସ ସସପେନସନ୍‌ ଇନ୍‌ଷ୍ଟ୍ରକ୍ଟର ଭାବେ ଅନ୍ୟଙ୍କୁ ତାଲିମ ଦେଉଛନ୍ତି।

ଶ୍ୱେତା ମେହତା: ହରିୟାଣାର ଝିଅ ଶ୍ୱେତା ପଢା ସାରିବା ପରେ ବାଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ ଚାକିରି କଲେ। ମାସକୁ ୭୦ହଜାର ଟଙ୍କା ଦରମା ପାଉଥିଲେ। ତେବେ ୫ ବର୍ଷ ଚାକିରି କରିବା ପରେ ଫିଟନେସ୍‌ ଦୁନିଆରେ ନାଁ କରିବା ଲାଗି ସେ ଚାକିରି ଛାଡିଦେଲେ। ଶ୍ୱେତାଙ୍କର ଏହି ନିଷ୍ପତ୍ତିରେ ଘରେ ଖୁସି ନ ଥିଲେ। ଅନେକ ବୁଝାଇବା ପରେ ସେମାନେ ବୁଝିଲେ। ଶ୍ୱେତା ଦିନ ରାତି ପରିଶ୍ରମ କଲେ ପ୍ରତିଯୋଗିତାରେ ଭାଗ ନେବା ପାଇଁ। ହେଲେ ବିକିନୀ ପିନ୍ଧା ଅନିବାର୍ଯ୍ୟ ହୋଇଥିବାରୁ ଘରେ ପୁଣିଥରେ ପ୍ରତିବାଦ କଲେ। କିନ୍ତୁ ଶ୍ୱେତା ଥିଲେ ଅଟଳ। ଏଣେ ଚାକିରି ଛାଡି ଦେଇଥିବାରୁ ବ୍ୟାୟାମ ସହ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ପାଇଁ ଟଙ୍କାର ଅଭାବ ଦେଖାଦେଲା। ସେଥିପାଇଁ ସେ ନିଜର ବଡ ଘରଛାଡି ଛୋଟ ଘରେ ରହିଲେ। ଆଉ ଏହି ପରିଶ୍ରମର ଫଳ ତାଙ୍କୁ ସେତେବେଳେ ମିଳିଲା, ଯେବେ ସେ ବିଭିନ୍ନ ଚାମ୍ପିୟନଶିପ୍‌ ଜିତିଲେ। ୨୦୧୬ରେ ଜେରାଇ ଓମେନ ଫିଟନେସ୍‌ ମଡେଲ ଚାମ୍ପିୟନଶିପ୍‌ ବି ଜିତିଲେ। ଫଳରେ ପୃଥିବୀର କେତେଜଣ ଭଲ ଫିଟନେସ୍‌ ଏଥ୍‌ଲିଟଙ୍କ ଭିତରେ ଶ୍ୱେତାଙ୍କୁ ଗଣନା କରାଯାଉଛି। ସେ ଏମ୍‌ଟିଭି ରୋଡିଜ୍‌ ରାଇଜିଂ-୧୪ ବି ଜିତିଥିଲେ। ଏହି ଶୋ’ରେ ସେ କ୍ରିକେଟର୍‌ ହରଭଜନ ସିଂଙ୍କୁ ନିଜ କାନ୍ଧରେ ବସାଇ ଟେକି ଚର୍ଚ୍ଚାକୁ ଆସିଥିଲେ।

ଦୀପିକା ଚୌଧୁରୀ: ଭୋପାଳ ମଧ୍ୟପ୍ରଦେଶର ଦୀପିକା ହେଉଛନ୍ତି ଭାରତର ପ୍ରଥମ ମହିଳା ଇଣ୍ଟରନ୍ୟାଶନାଲ ଫେଡେରେଶନ୍‌ ଅଫ୍‌ ବଡି ବିଲ୍ଡିଂ ଆଣ୍ଡ ଫିଟନେସ୍‌ ପ୍ରଫେସନାଲ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତକୁ ରିପ୍ରେଜେଣ୍ଟ କରିଛନ୍ତି। ୨୦୧୪ରେ ସେ ‘ବ୍ୟାଟେଲ ଅନ୍‌ ଦ ବିଚ୍‌’ ଓ ‘ଫିଟ ଲଡରଡେଲ କପ୍‌’ରେ ବିଜୟ ହାସଲ କରିଥିଲେ। ଏହାବାଦ ‘ଦି ଷ୍ଟିଭଷ୍ଟୋନ ମେଟ୍ରୋପଲିଟାନ ଚାମ୍ପିୟନଶିପ୍‌, ଆଟଲାଣ୍ଟିକ୍‌ ଷ୍ଟେଟ୍‌ସ ଚାମ୍ପିୟନଶିପ୍‌, ଏନ୍‌ପିସି ଇଷ୍ଟର୍ନ ୟୁଏସ୍‌ ଚାମ୍ପିୟନଶିପ୍‌ରେ ବିଜୟିନୀ ହୋଇ ଦେଶର ନାଁକୁ ଗୌରବାନ୍ବିତ କରିଛନ୍ତି। ପେସାରେ ଦୀପିକା ଜଣେ ଭାଇରୋଲୋଜିଷ୍ଟ। ପୁନେର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରେ ମୋଲେକ୍ୟୁଲାର ବାୟୋଲୋଜିଷ୍ଟ ଭାବେ କାମ କରନ୍ତି।

କିରଣ ଡେମ୍ବଲା: ବିବାହ ଓ ଦୁଇ ଛୁଆର ମା’ ହେବା ପରେ କିରଣଙ୍କର ସମୟ କେବଳ ଘର, ସ୍ବାମୀ ଓ ପିଲାଙ୍କ କଥା ବୁଝିବାରେ ବିତୁଥିଲା। ତେବେ ହଠାତ୍‌ ଥରେ ବ୍ରେନ୍‌ରେ ବ୍ଲଡ କ୍ଲଟ ହେଇ ସେ କଥା କହିବା ଓ ମୁଣ୍ଡ ହଲାଇବାରେ ଅସମର୍ଥ ହୋଇଗଲେ। ଅନେକ ଚିକିତ୍ସା ପରେ ଭଲ ହେଲେ ସତ, କିନ୍ତୁ ଏତେ ମୋଟା ହେଇଯାଇଥିଲେ ଯେ ଆଇନାରେ ନିଜକୁ ଚିହ୍ନିପାରୁ ନଥିଲେ। ତେଣୁ ସେ ଯୋଗ, ସୁଇମିଂ କରିବା ଆରମ୍ଭ କଲେ। ଏଥିରେ ବିଶେଷ ସୁଫଳ ନ ମିଳିବାରୁ ଜିମ୍‌ ଗଲେ। ପରିଶ୍ରମ କରି ୨୫ କି.ଗ୍ରା. ଓଜନ କମାଇବା ପରେ ସେ ଜିମ୍‌ ପ୍ରେମରେ ପଡିଗଲେ। ୪୦ ବର୍ଷ ବୟସରେ ସିକ୍ସ ପ୍ୟାକ୍‌ ବି କଲେ। ଆଉ ଭାରତୀୟ ବଡି ବିଲ୍ଡିଂ ଫେଡେରେଶନ୍‌ରୁ ବୁଡାପେଷ୍ଟରେ ଆୟୋଜିତ ଓ୍ବାର୍ଲଡ ବଡି ବିଲ୍ଡିଂ ଚାମ୍ପିୟନଶିପ୍‌ରେ ଅଂଶ ଗ୍ରହଣ କରିବାକୁ ପ୍ରସ୍ତାବ ଆସିଲା। ପ୍ରଥମେ ତାଙ୍କ ସ୍ବାମୀ ରାଜି ହୋଇ ନ ଥିଲେ। କାରଣ ସେଥିରେ ବିକିନୀ ପିନ୍ଧିବାକୁ ପଡିବ। କିନ୍ତୁ ସେ ତାଙ୍କୁ ବୁଝାଇଦେଇଥିଲେ। ଆଉ ୪ ମାସ ପରିଶ୍ରମ କରି ୨୦୧୩ରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଷଷ୍ଠ ସ୍ଥାନରେ ରହିଲେ। ତାଙ୍କର ନିଜର ଜିମ୍‌ ଅଛି। ସେ ରାମଚରଣ, ତମନ୍ନା ଭାଟିଆ, ଅନୁଷ୍କା ସେଟ୍ଟି, ତାପସୀ ପନ୍ନୁ ଭଳି ସାଉଥ୍‌ ଇଣ୍ଡିଆ ଷ୍ଟାରଙ୍କୁ ତାଲିମ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

ନିଜ ପରିବାର ସହ ଅମ୍ବାନୀଙ୍କ ଗଣପତି ଉତ୍ସବରେ ପହଞ୍ଚିଲେ ସଚିନ ତେନ୍ଦୁଲକର; ଶାଢ଼ୀ ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କଲେ ସାରା

ମୁମ୍ବାଇ: ଚଳିତ ବର୍ଷ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ବେଶ ଧୁମଧାମରେ ଗଣପତି ବାପ୍ପାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୧୪ ରେ ‘ଆଣ୍ଟିଲିଆ’ (Antilia) ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?